ୱାଶିଂଟନ୍: COVID-19 ବିରୋଧ ଲଢେଇରେ ଆଗଧାଡିର ଯୋଦ୍ଧାଙ୍କୁ ସମର୍ଥନ କରିବାକୁ ଆଗେଇ ଆସିଲା ସାମସଙ୍ଗ ଏବଂ ଗୁଗୁଲ । ଉଭୟ କମ୍ପାନୀ ସ୍ୱାସ୍ଥ୍ୟ କର୍ମଚାରୀ ମାଗଣା ଫୋନ୍ ମରାମତି ସେବା ପ୍ରଦାନ କରିବେ ।
ଫୋନ୍ ମରାମତି କମ୍ପାନୀ ୟୁବ୍ରେକିଫିକ୍ସ (uBreakiFix)ର ସହଭାଗିତାରେ ଏହି ଦୁଇ କମ୍ପାନୀ ମାଗଣା ମରାମତି ସେବା ପ୍ରଦାନ କରିବେ ବୋଲି ଭର୍ଜ ରିପୋର୍ଟ କରିଛି ।
ତେବେ ଏହି ମାଗଣା ଫୋନ୍ ମରାମତି ସେବା ପାଇଁ ଯିଏ ଯୋଗ୍ୟ ଥିବା ସମସ୍ତଙ୍କୁ ନିଜ ଗ୍ୟାଲେକ୍ସି ଫୋନରେ ଥିବା କେବଳ ୟୁବ୍ରେକିଫିକ୍ସ ଲୋକେସନ କିମ୍ବା ମେଲକୁ ଯିବାକୁ ପଡିବ । ସେହିପରି ସ୍ୱାସ୍ଥ୍ୟ କର୍ମଚାରୀ ମାନେ ସାମସଙ୍ଗ ଡଟ୍ କମ୍(samsung.com)ରେ ଯେକୌଣସି ସାମଗ୍ରୀ କିଣିଲେ ସେମାନଙ୍କୁ 30 ପ୍ରତିଶତ ରିହାତି ପ୍ରଦାନ କରିବ ସାମସଙ୍ଗ ।
'ଫ୍ରଣ୍ଟଲାଇନ ପାଇଁ ମାଗଣା ମରାମତି' ନାମକ ସାମସଙ୍ଗର ଏହି କାର୍ଯ୍ୟକ୍ରମ ଜୁନ୍ 30 ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଏହି ସମୟରେ ସମସ୍ତ ସ୍ୱାସ୍ଥ୍ୟସେବା ପ୍ରଫେସନାଲମାନଙ୍କୁ ସାମସଙ୍ଗ ସ୍ମାର୍ଟଫୋନ୍ ପାଇଁ ମାଗଣା ମରାମତି ସେବା ଯୋଗାଇବ । ଯେପରିକି ଭଙ୍ଗା ସ୍କ୍ରିନ, ବ୍ୟାଟେରୀ ବଦଳାଇବା ସହ ମାଗଣା ପିକ୍ସେଲ ମରାମତି କାର୍ଯ୍ୟକ୍ରମ ଏଥିରେ ସାମିଲ ଥିବା ନେଇ କମ୍ପାନୀ ସୂଚନା ଦେଇଛି ।
@ANI