ETV Bharat / bharat

‘56 ଇଞ୍ଚ୍ ଛାତି-59 ଆପ୍’ କଥା କହି ଟ୍ରୋଲ ହେଲେ ସମ୍ବିତ ପାତ୍ର - sambit patra tweets

ମୋଦି ସରକାର ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟରେ ପ୍ରଥମେ ଚୀନର 59ଟି ଆପକୁ ବ୍ୟାନ କରାଯାଇଛି । ଏହାକୁ ନେଇ ସରକାରଙ୍କ ପ୍ରଶଂସା କରିଛନ୍ତି ସମ୍ବିତ ପାତ୍ର ।

ଟ୍ରୋଲ ହେଲେ ସମ୍ବିତ ପାତ୍ର
ଟ୍ରୋଲ ହେଲେ ସମ୍ବିତ ପାତ୍ର
author img

By

Published : Jun 30, 2020, 5:24 PM IST

ନୂଆଦିଲ୍ଲୀ: ମୋଦି ସରକାର ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟରେ ପ୍ରଥମେ ଚୀନର 59ଟି ଆପକୁ ବ୍ୟାନ କରାଯାଇଛି । ଏହାକୁ ନେଇ ସରକାରଙ୍କୁ ପ୍ରଶଂସା କରିଛନ୍ତି ସମ୍ବିତ ପାତ୍ର । ମାତ୍ର ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି ।

ସମ୍ବିତ ପାତ୍ର ମୋଦି ସରକାରଙ୍କୁ ନେଇ ଟ୍ବିଟ୍ କରିଛନ୍ତି, ‘56 ..... 59’ । ଏଥିରୁ ସ୍ପଷ୍ଟ ଯେ ସରକାରଙ୍କ 56 ଇଞ୍ଚର ଛାତି 59 ଟି ଚାଇନିଜ୍ ଆପ ଉପରେ ପ୍ରତିବନ୍ଧକ ଲଗାଇଛି । ଏନେଇ ଏହି ଟ୍ବିଟରେ ଅନେକ ମନ୍ତବ୍ୟ ଆସିବାକୁ ଲାଗିଥିବା ବେଳେ କିଛି ୟୁଜର୍ସ ତାଙ୍କୁ ଟ୍ରୋଲ୍ ମଧ୍ୟ କରିଛନ୍ତି ।

ଜଣେ ୟୁଜର୍ ଲେଖିଛନ୍ତି, 20 ଯବାନ ଓ 59 ଆପ୍, ମୋଦିଜୀ ଏହା କେଉଁ ପ୍ରକାର ପ୍ରରିଶୋଧ । ଆଉ ଜଣେ ୟୁଜର୍ ଲେଖିଛନ୍ତି, 20 ଯବାନଙ୍କ ତ୍ୟାଗ ପ୍ରତିବଦଳରେ 59 ଆପ୍ । କଣ ଏହା ହିଁ ଆମ ଯବାନଙ୍କ ଜୀବନର ମୂଲ୍ୟ ।

ସରକାର ସୋମବାର ଚାଇନାର ଆପ୍ ଉପରେ ପ୍ରତିବନ୍ଧକ ଲଗାଇ କହିଛନ୍ତି ଯେ ଏହି ଆପ ଗୁଡିକ ଦେଶର ସାର୍ବଭୌମତ୍ବ, ଅଖଣ୍ଡତା ଓ ଜାତୀୟ ସୁରକ୍ଷା ପାଇଁ କ୍ଷତିକାରକ । ସୋମବାର ପ୍ରକାଶିତ ଏକ ସରକାରୀ ବୟାନରେ ଆଇଟି ମନ୍ତ୍ରଣାଳୟ କହିଛି ଯେ ଆଣ୍ଡ୍ରୋଏଡ୍ ଓ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ କିଛି ମୋବାଇଲ୍ ଆପର ଅପବ୍ୟବହାର ସମ୍ପର୍କରେ ଅନେକ ରିପୋର୍ଟ ଓ ଅଭିଯୋଗ ଆସିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.