ନୂଆଦିଲ୍ଲୀ: ରାଜ୍ୟସଭାରୁ ଇସ୍ତଫା ଦେଇଥିବା ସମାଜବାଦୀ ପାର୍ଟି ସାଂସଦ ସଞ୍ଜୟ ସେଠ୍ ଓ ସୁରେନ୍ଦ୍ର ସିଂ ନାଗର ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ସେମାନେ ବିଜେପିରେ ମିଶିଛନ୍ତି ।
ଉଭୟ ସଞ୍ଜୟ ଓ ସୁରେନ୍ଦ୍ର ଗତ କିଛିଦିନ ତଳେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ସମାଜବାଦ ପାର୍ଟିର ସାଂସଦ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବାରେ ଲାଗିଛନ୍ତି । ଏହା ଯୋଗୁଁ ସମାଜବାଦ ପାର୍ଟିକୁ ବଡ ଧରଣର ଝଟକା ଲାଗିଛି ।