ETV Bharat / bharat

କୋରୋନାରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତାଙ୍କ ପରଲୋକ

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ବିଧାନ ପରିଷଦର ସଦସ୍ୟ ଏସଆରଏସ ଯାଦବ କୋରୋନାରେ ପ୍ରାଣ ହାରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 87 ବର୍ଷ ହୋଇଥିଲା । ଅଧିକ ପଢନ୍ତୁ...

କୋରୋନାରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତାଙ୍କ ପରଲୋକ
କୋରୋନାରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତାଙ୍କ ପରଲୋକ
author img

By

Published : Sep 8, 2020, 2:44 PM IST

ନୂଆଦିଲ୍ଲୀ : କୋରୋନାରେ ପୁଣି ଜଣେ ନେତାଙ୍କ ମୃତ୍ୟୁ ହୋଇଛି । ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ବିଧାନପରିଷଦର ସଦସ୍ୟ ଏସଆରଏସ ଯାଦବ କୋରୋନାରେ ପ୍ରାଣ ହାରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 87 ବର୍ଷ ହୋଇଥିଲା । ସେ ସେପ୍ଟେମ୍ବର 1 ରେ କୋରୋନା ପଜିଟିଭ ଟେଷ୍ଟ କରିଥିଲେ । ସୋମବାର ରାତିରେ ଲକ୍ଷ୍ମୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ତାଙ୍କର ଦେହାନ୍ତରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବରିଷ୍ଠ ଦଳର ସହକର୍ମୀଙ୍କ ଦେହାନ୍ତରେ ସମବେଦନା ଜଣାଇ କହିଛନ୍ତି ଯେ ଅବସର ପରେ ସେ ସମଗ୍ର ଜୀବନ ସମାଜବାଦୀ ପାର୍ଟି ପାଇଁ ଉତ୍ସର୍ଗ କରିଛନ୍ତି।

ଏସଆରଏସ ଉତ୍ତରପ୍ରଦେଶର ଉନ୍ନାଓର ମୂଳ ବାସିନ୍ଦା ହୋଇଥିବାବେଳେ ପରିବାର କହିଲେ ତାଙ୍କର ସ୍ତ୍ରୀ ଓ ତିନି ପୁଅ ।

1992 ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା SRS ଯାଦବ ଅବସର ପରେ ସମାଜବାଦି ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କୁ ସମାଜବାଦି ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଅତି ଘନିଷ୍ଠ ଥିଲେ । ପରେ ସେ ଦଳର ବିଭିନ୍ନ ପଦବୀରେ ରହି କାମ କରିଛନ୍ତି । ବର୍ତ୍ତମାନ ସେ ଏମଏଲସି ତଥା ବିଧାନସଭା ପରିଷଦର ସଦସ୍ୟ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.