ETV Bharat / bharat

'ହେଲା ତ ହେଲା 1984 ଶିଖ୍ ଦଙ୍ଗା'

author img

By

Published : May 10, 2019, 3:16 PM IST

ଶିଖ ଦଙ୍ଗା ଉପରେ ବୟାନ ଦେଇ ସମାଲୋଚନାର ଶିକାର ହେଲେ ଇଣ୍ଡିଆନ ଓଭରସିଜ କଂଗ୍ରେସ ମୁଖ୍ୟ ସାମ ପିଟ୍ରୋଡା । ବିଜେପିକୁ ବାରମ୍ବାର ଟାର୍ଗେଟ କରୁଥିବା ପିଟ୍ରୋଡା ଶିଖ ଦଙ୍ଗା ଘଟଣାକୁ ହେଲା ତ ହେଲା ସେଇଠୁ କଣ ହେଲା କହି ଟାଣି ହୋଇଆସିଛନ୍ତି ବିବାଦ ଘେରକୁ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସାମ ପିଟ୍ରୋଡାଙ୍କ ବୟାନକୁ ନେଇ ତେଜୁଛି ବିବାଦ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଘର ସମ୍ମୁଖରେ ଧାରଣା ଦେଲେ ବିଜେପି କର୍ମୀ। 1984 ଶିଖ୍ ଦଙ୍ଗାକୁ ନେଇ "ହୁଆ ତ ହୁଆ" ମନ୍ତବ୍ୟ ଦେଇଥିଲେ ଇଣ୍ଡିଆନ ଓଭରସିଜ କଂଗ୍ରେସ ମୁଖ୍ୟ ସାମ ପିଟ୍ରୋଡା । ଯେଉଁ ଦଙ୍ଗାରେ ଶହଶହ ନିରୀହଙ୍କ ଜୀବନ ଚାଲିଥିବା ତାକୁ ନେଇ ଏଭଳି ବୟାନ ଦେବା ନେଇ ସବୁ ମହଲରୁ ପାଟ୍ରୋଡାଙ୍କୁ ସମାଲୋଚନା କରାଯାଉଛି ।

ବିଭିନ୍ନ ସମୟରେ ବିଜେପିକୁ ଟାର୍ଗେଟ କରି ପିଟ୍ରୋଡା ବୟାନ ଦେଉଥିବା ବେଳେ ଏଥର 1984 ଶିଖ ଦଙ୍ଗା ମାମଲା ପାଲଟିଛି କେନ୍ଦ୍ରବିନ୍ଦୁ । ଶିଖ ଦଙ୍ଗା ଭଳି ଘଟଣା ଆଜି ବି ଲୋକଙ୍କ ମନରୁ ଲିଭିନଥିବାବେଳେ ଏକ ସମ୍ବେଦନଶୀଳ ଘଟଣାରେ "ହେଲା ତ ହେଲା ସେଇଠୁ କଣ ହେଲା ବୋଲି କହି" ସମାଲୋଚନାର ଶିକାର ହୋଇଛନ୍ତି ପିଟ୍ରୋଡା ।

Newdelhi, Sam pitroda comment, 1984 sikh riots,  bjp amit shah, attacks, lok sabha elections
ଫଟୋ ସୌଜନ୍ୟ: ଏଏନଆଇ

ଏହି ଦଙ୍ଗା ପାଇଁ ଇନ୍ଦିରା ଗାନ୍ଧୀ ଓ ତାଙ୍କ ପୁଅ ରାଜୀବ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ଆସିଥିବା ନେଇ ବରିଷ୍ଠ ଓକିଲ ଏଚ୍‌ଏସ୍‌ ଫୁଲ୍‌କା ଆଣିଥିବା ଅଭିଯୋଗ ଉପରେ ପିଟ୍ରୋଡାଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାକୁ ନେଇ ସେ ସିଧାସଳଖ ବିଜେପିକୁ ଆକ୍ଷେପ କରି ଘଟଣାକୁ "ହୁଆ ତ ହୁଆ କ୍ୟା ହୁଆ" କହିଛନ୍ତି ପିଟ୍ରୋଡା । ଏଥିସହ ସେ କହିଥିଲେ, 84ରେ କଣ ରହିଛି । ଆପଣ ଯେଉଁ 5ବର୍ଷର ପ୍ରତିଶୃତି ଦେଇଥିଲେ ସେ ସବୁ କଣ କରିଛନ୍ତି । ଆପଣ କେବଳ ଲଗାତାର ଭାବେ ମିଥ୍ୟା କହିଜାଣନ୍ତି। ସେପଟେ ପିଟ୍ରୋଡାଙ୍କ ଏଭଳି ବୟାନକୁ ନେଇ ଟ୍ବିଟ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ପିଟ୍ରୋଡାଙ୍କ ଟିପ୍ପଣୀକୁ ଆଶ୍ଚର୍ଯ୍ୟଜନକ କହିଛନ୍ତି ।

ଆନନ୍ଦପୁର
ଆଙ୍କର- କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଧିନ କୋଳିମାଟି ପଞ୍ଚାୟତର ଟିକିରା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହାତ ଗୋଡ ବାନ୍ଧି ଅତି ଅମାନୁଷିକ ଭାବରେ  ପିଟି ପିଟି ହତ୍ୟା କରାଯାଇଛି । ଘଟଣାରୁ ପ୍ରକାଶ ଯେ - ପୂର୍ବ ଶତ୍ରୁତାକୁ ନେଇ କନ୍ତୋ ଗ୍ରାମର ବିଦ୍ୟାଧର ମୁଣ୍ଡା ( ଟୁମ୍ପୁ) ଙ୍କୁ  ଟିକିରା ଗ୍ରାମର ପିଦିନା ମୁଣ୍ଡା ହାତ ଗୋଡ଼ ବାନ୍ଧି ଖୁବ୍ ଯୋରରେ ପିଟିବା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ବିଦ୍ୟାଧର ମୁଣ୍ଡା ( ଟୁମ୍ପୁ) ଙ୍କ ମୃତ ଦେହ ଘଟଣାସ୍ଥଳରେ ପଡି ରହିଥିବା ବେଳେ ଗିରଫ ଭୟରେ ଅଭିଯୁକ୍ତ ପିଦିନା ମୁଣ୍ଡା ଫେରାର ହୋଇଛି । ଘଟଣାସ୍ଥଳରେ ଘସିପୁରା ପୋଲିସ୍‌ ଟିମ୍ ପହଞ୍ଚି ଶବ ବ୍ୟବଚ୍ଚେଦ ପାଇଁ ପଠାଇଥିବା ବେଳେ ତଦନ୍ତ କାର୍ଯ୍ୟ ଚାଲୁ ରଖିଛନ୍ତି । ଏହାକୁ ନେଇ କନ୍ତୋ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।
Visual wp re
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.