ETV Bharat / bharat

ଭୁଲରେ କହିଦେଲି, ମୋତେ କ୍ଷମା କର: ପିଟ୍ରୋଡା

author img

By

Published : May 10, 2019, 11:19 PM IST

1984 ଶିଖ ଦଙ୍ଗା ଉପରେ କଂଗ୍ରସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବାଦୀୟ ବୟାନ ଦଳ ପାଇଁ ମହଙ୍ଗା ପଡିଛି । ହିନ୍ଦୀ ଭାଷା ଠିକ୍‌ରେ ଜାଣି ନଥିବାରୁ ସେ ଭୁଲରେ ସେଭଳି କହି ଦେଇଥିବା ନିଜ ସଫେଇରେ କହିଛନ୍ତି ସାମ ।

ଫାଇଲ ଫଟୋ

ନୂଆଦିଲ୍ଲୀ: 1984 ଶିଖ ଦଙ୍ଗା ଉପରେ କଂଗ୍ରସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବାଦୀୟ ବୟାନ ଦଳ ପାଇଁ ମହଙ୍ଗା ପଡିଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର କଡା ସମାଲୋଚନା ପରେ ନିଜ ବୟାନରୁ ୟୁ-ଟର୍ଣ୍ଣ ନେଇଛନ୍ତି ସାମ । ତେବେ ଏହାର ସଫେଇ ମଧ୍ୟ ଦେଇଛନ୍ତି । ହିନ୍ଦୀ ଭାଷା ଠିକ୍‌ରେ ଜାଣି ନଥିବାରୁ ସେ ଭୁଲରେ ସେଭଳି କହି ଦେଇଥିବା ସଫେଇରେ କହିଛନ୍ତି ସାମ ।

ସେ କହିଛନ୍ତି, 'ମୁଁ ଯାହା ବୟାନ ଦେଇଥିଲି ତାକୁ ଭୁଲ ଭାବରେ ଉପସ୍ଥାପନା କରାଗଲା । ମୁଁ ହିନ୍ଦୀ ଭାଷା ଠିକ୍‌ରେ ଜାଣି ନାହିଁ । ମୋ କହିବାର ଅର୍ଥ ଥିଲା-ଯାହା ହେଲା ଖରାପ ହେଲା । ମୁଁ ସେହି ସମୟରେ ଖରାପର ଅନୁବାଦ କରିପାରିନଥିଲି ।'

ତେବେ ତାଙ୍କ ବୟାନକୁ ଭୁଲ ଭାବରେ ଉପସ୍ଥାପନା କରାଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ସାମ । ଏହା ସହିତ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ସେ । ତାଙ୍କ କହିବା ଅର୍ଥ ଥିଲା ସବୁ ଭୁଲି ଆଗକୁ ବଢିବା । କିନ୍ତୁ ବିଜେପି ସରକାର ଏହାକୁ ବଢେଇ ଚଢେଇ କହୁଥିବା ସେ ଅଭିଯୋଗ କରିଛନ୍ତି ।

Intro:Body:

BREAKING

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.