ETV Bharat / bharat

ତବଲିଗୀ ଜମାତରେ 200 ଇଣ୍ଡୋନେସିଆ ନାଗରିକଙ୍କୁ ଜାମିନ୍ - 200 indonesia jamati

ଦିଲ୍ଲୀର ସାକେତ କୋର୍ଟ 200 ଇଣ୍ଡୋନେସିଆ ନାଗରିକଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏମାନେ ତବଲିଗୀ ଜମାତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

 200 ଇଣ୍ଡୋନେସିଆ ନାଗରିକଙ୍କୁ ଜାମିନ୍
200 ଇଣ୍ଡୋନେସିଆ ନାଗରିକଙ୍କୁ ଜାମିନ୍
author img

By

Published : Jul 15, 2020, 7:21 PM IST

ନୂଆଦିଲ୍ଲୀ: ଦିଲ୍ଲୀର ସାକେତ କୋର୍ଟ 200 ଇଣ୍ଡୋନେସିଆ ନାଗରିକଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏମାନେ ତବଲିଗୀ ଜମାତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ ଗୁରୁମୋହିନା କୌର ଇଣ୍ଡୋନେସିଆ ନାଗରିକଙ୍କୁ 10 ହଜାର ଟଙ୍କା ଜୋରିମାନାରେ ଜାମିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପର୍ଯ୍ୟନ୍ତ 882 ବିଦେଶୀ ନାଗରିକଙ୍କୁ ଜାମିନ ପ୍ରଦାନ କରାଯାଇଛି।

ଗତ ଜୁଲାଇ 14 ରେ ଇଣ୍ଡୋନେସିଆର 150 ନାଗରିକଙ୍କୁ ସାକେତ କୋର୍ଟ ଜାମିନ ପ୍ରଦାନ କରିଥିଲେ। ଗତ ଜୁଲାଇ 11 ରେ ଥାଇଲ୍ୟାଣ୍ଡ ଓ ନେପାଳର 75 ନାଗରିକଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ। ଗତ ଜୁଲାଇ 10 ର କୋର୍ଟ 62 ମାଲେସିଆ ନାଗରିକ ଓ ସାଉଦି ଆରବର 11 ନାଗରିକଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ମହାନଗର ନିଗମ ମାଜିଷ୍ଟ୍ରେଟ ସିଦ୍ଧାର୍ଥ ମଲିକ ଏହି 73 ବିଦେଶୀ ନାଗରିକଙ୍କୁ 7-10 ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଏହି ବିଦେଶୀ ନାଗରିକମାନେ ସମାଧାନ ପାଇଁ ଆବେଦନ କରିଥିଲେ । ଏହା ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଶୁଣାଣି ସମୟରେ ଲାଜପତନଗରର ଏସଡିଏମ ଓ ଲାଜପତନଗରର ଏସିପି ତଥା ନିଜାମୁଦ୍ଦିନର ଇନ୍ସପେକ୍ଟର କହିଛନ୍ତି ଯେ ଏହି ବିଦେଶୀ ନାଗରିକଙ୍କ ନିର୍ଦ୍ଦୋଷରେ ଖଲାସ ହେବାରେ ସେମାନଙ୍କର କୌଣସି ଆପତ୍ତି ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.