ମହାରାଷ୍ଟ୍ର: ସାଇ ବାବା ସଂସ୍ଥାନର କର୍ମଚାରୀଙ୍କ ପାଇଁ ଖୁସି ଖବର । କାରଣ ଏବେ ସରକାରୀ କର୍ମଚାରୀଙ୍କ ପରି ସାଇ ସଂସ୍ଥାନର କର୍ମଚାରୀମାନେ ହେଲେ ସପ୍ତମ ବେତନ ଭୋଗୀ । ଏନେଇ ଶୁକ୍ରବାର ସାଇ ସଂସ୍ଥାନ ଟ୍ରଷ୍ଟ ଘୋଷଣା କରିଛନ୍ତି ।
ଯେଉଁଥିରେ କୁହାଯାଇଛି ସାଇ ଟ୍ରଷ୍ଟର ସମସ୍ତ କର୍ମଚାରୀଙ୍କୁ ସପ୍ତମ ବେତନ ଅନୁସାରେ ପ୍ରତିମାସରେ ଦରମା ପ୍ରଦାନ କରାଯିବ । ଏହି ନୂଆ ନିୟମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ କରାଯାଇଛି ।
ଖବର ଅନୁୟାୟୀ, ଏହି ନିୟମକୁ 2016 ଜାନୁୟାରୀ ପ୍ରଥମ ସପ୍ତାହରୁ ଲାଗୁ କରିବାକୁ ଯୋଜନା କରାଯାଇଥିବା ସାଇବାବା ସଂସ୍ଥାନର ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଏହାସହ ସମସ୍ତ କର୍ମଚାରୀଙ୍କ ଏରିୟର ଟଙ୍କା ଚଳିତ ମାସରେ ଦିଆଯିବ ବୋଲି ମୁଖପାତ୍ର କହିଛନ୍ତି ।