ETV Bharat / bharat

ବିପଦରେ ତାଜମହଲ: ୟେଲୋ ଜୋନରେ ଲାଗିଥିବା 140 ସିସିଟିଭି ଅଚଳ - ବିପଦ

ତାଜମହଲର ୟେଲୋ ଜୋନରେ ଲାଗିଥିବା ସମସ୍ତ 140ଟି ସିସିଟିଭି କ୍ୟାମେରା ଖରାପ ହୋଇଯାଇଛି । ତାଜସୁରକ୍ଷା ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପଠାଇଥିଲେ ମଧ୍ୟ ତାଜ ସୁରକ୍ଷା ବ୍ୟବସ୍ଥା ମାମଲା 3 ମାସରୁ ଅଟକି ପଡିଛି ।

ଫାଇଲ ଫଟୋ
author img

By

Published : Jun 4, 2019, 10:48 AM IST

ଆଗ୍ରା: ବିଶ୍ୱଐତିହ୍ୟ ତଥା ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସାମିଲ ତାଜମହଲ ସୁରକ୍ଷା ଏବେ ବିପଦରେ ରହିଛି । ତାଜର ୟେଲୋ ଜୋନରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରା ଖରାପ ହୋଇଯାଇଥିବାରୁ କାମ କରୁନାହିଁ ।

ସିସିଟିଭି କ୍ୟାମେରାରେ ତ୍ରୁଟି ନେଇ ତାଜସୁରକ୍ଷା ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପଠାଇଥିଲେ ମଧ୍ୟ ତାଜ ସୁରକ୍ଷା ବ୍ୟବସ୍ଥା ମାମଲା 3 ମାସରୁ ଅଟକି ପଡିଛି ।

ତାଜମହଲର ସୁରକ୍ଷା ପାଇଁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି । ତାଜର ଭିତର ଭାଗ ରେଡ ଜୋନରେ ଆସୁଥିବାବେଳେ ଏହାର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଔଦ୍ୟାେଗିକ ବଳ ପାଖରେ ରହିଛି । ଏହା ବ୍ୟତୀତ ତାଜର ୟେଲୋ ଜୋନର ସୁରକ୍ଷାକୁ ଦୃଷ୍ଟିରେ ରଖି 140 ସିସିଟିଭି କ୍ୟାମେରା ଲଗାଯାଇଛି । ଗତ ତିନି ମାସରୁ ଏ ସମସ୍ତ କ୍ୟାମେରା ଖରାପ ହୋଇ ବନ୍ଦ ପଡିଛି ।

ୟେଲୋ ଜୋନରେ ପୂର୍ବରୁ ଅନେକ ଥର ଚୋରି ଘଟଣା ସାମ୍ନାକୁ ଆସିଥିବାବେଳେ ଏବେ ସିସିଟିଭି କ୍ୟାମେରା ଖରାପ ହେବା ଅତ୍ୟନ୍ତ ଚିନ୍ତାର ବିଷୟ ପଲଟିଛି । ସିସିଟିଭି କ୍ୟାମେରା ବନ୍ଦ ଘଟଣା ତାଜର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠିଛି ।

Intro:Body:

dh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.