ETV Bharat / bharat

ସାଧ୍ବୀ ବାଣୀ: ବିଜେପି ନେତାଙ୍କୁ ଖାଉଛି ବିରୋଧୀଙ୍କ କଳାଯାଦୁ ! - ବିବାଦୀୟ ବୟାନର ଅନ୍ୟନାମ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର

ବିଜେପିକୁ କାଳ ବିରୋଧୀ । କଳାଯାଦୁ କରି ନେଉଛନ୍ତି ନେତାଙ୍କ ଜୀବନ । ଏପରି କିଛି ଆଶଙ୍କା ପ୍ରକଟ କରିଛନ୍ତି ସାଧ୍ବୀ ପ୍ରଜ୍ଞା ଠାକୁର ।

ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର(ଫାଇଲ ଫଟୋ)
author img

By

Published : Aug 26, 2019, 3:06 PM IST

ଭୋପାଳ: ବିବାଦୀୟ ବୟାନର ଅନ୍ୟନାମ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର । ସବୁବେଳେ ନିଜ ବିବାଦୀୟ ବୟାନ ଲାଗି ଚର୍ଚ୍ଚିତ ଭୋପାଳ ସାଂସଦ ପୁଣି ଦେଇଛନ୍ତି ଅଜବ ବୟାନ । ଆଉ ଏଥର ତାଙ୍କ ଟାର୍ଗେଟରେ ବିରୋଧୀ ଦଳ । ନିକଟରେ ବିଜେପି ନିଜର କିଛି ବରିଷ୍ଠ ତଥା ହେଭିୱେଟ ନେତାଙ୍କୁ ହରାଇଥିବାବେଳେ ଏଥିପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ସାଧ୍ବୀ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ(ମଧ୍ୟପ୍ରଦେଶ)

ବିଜେପି ପ୍ରଦେଶ କାର୍ଯ୍ୟାଳୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଏହିପରି କିଛି ଘଟଣା ଘଟିଛି । ସ୍ବର୍ଗତଃ ବିଜେପି ନେତା ବାବୁଲାଲ ଗୌର ଏବଂ ଅରୁଣ ଜେଟଲୀଙ୍କ ଲାଗି ଏଠାରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା । ଏଥିରେ ଯୋଗ ଦେଇ ସାଧ୍ବୀ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କହିଥିଲେ ଯେ ଅସମୟରେ ବିଜେପି ନେତାଙ୍କ ନିଧନ ବିରୋଧୀଙ୍କ ଉପରେ ସନ୍ଦେହ ସୃଷ୍ଟି କରିଛି । ଲାଗୁଛି ବିରୋଧୀ ବିଜେପି ଉପରେ କିଛି କଳାଯାଦୁ ପ୍ରୟୋଗ କରିଛନ୍ତି ।

ଏହାକୁ ନେଇ ସେ ଏକ ଘଟଣା ଶୁଣାଇଥିଲେ । ସେ ଯେତେବେଳେ ଲୋକସଭା ନିର୍ବାଚନ ଲଢୁଥିଲେ ସେତେବେଳେ ଜଣେ ସାଧୁଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ତାଙ୍କୁ କହିଥିଲେ ଯେ ଏବେ ବହୁତ ଖରାପ ସମୟ ଚାଲିଛି । ବିରୋଧୀ ଆପଣଙ୍କ ଦଳ ଓ ନେତାଙ୍କ ଲାଗି କିଛି କଳାବିଦ୍ୟାର ପ୍ରୟୋଗ କରୁଛନ୍ତି । ଏଥିପାଇଁ ଆପଣ ସାବଧାନ ରହନ୍ତୁ ଓ ଆପଣଙ୍କ ସାଧନାକୁ ବଢାଇ ଦିଅନ୍ତୁ ବୋଲି ଉକ୍ତ ସାଧୁ ତାଙ୍କୁ କହିଥିବା ସାଧ୍ବୀ କହିଥିଲେ ।

ଏହାସହ ପ୍ରଜ୍ଞା ଆହୁରି କହିଥିଲେ ଯେ ଏହାପରେ ସେ ଏହି କଥାକୁ ଭୁଲି ଯାଇଥିଲେ । କିନ୍ତୁ ଏବେ ଯେତେବେଳେ ଦଳ ଜଣକ ପରେ ଜଣେ ନେତାଙ୍କୁ ହରାଉଛି ଏବେ ତାଙ୍କୁ ଉକ୍ତ ସାଧୁଙ୍କ ସତର୍କବାଣୀ ମନେପଡୁଛି । ଆପଣ ବିଶ୍ବାସ କରନ୍ତୁ କି ନାହିଁ ଏହା ହିଁ ସତ୍ୟ ଏବଂ ଏହା ହିଁ ଘଟୁଛି । ପ୍ରକୃତରେ ବିରୋଧୀଙ୍କ କଳାଯାଦୁ ଆମ ଦଳ ଉପରେ ପଡୁଛି ବୋଲି ସାଧ୍ବୀ ସଭାରେ କହିଥିଲେ ।

ସୂଚନାଯୋଗ୍ୟ ଯେ ପୂର୍ବରୁ ନିଜ ବିବାଦୀୟ ବୟାନ ଯୋଗୁଁ ସେ ଅନେକ ସମୟରେ ଫସିଛନ୍ତି । ଏପରିକି ମୁମ୍ବାଇ ଆକ୍ରମଣରେ ଶହୀଦ ପୋଲିସଙ୍କୁ ଅପମାନ କରିବା ଯୋଗୁଁ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଗିଦ କରିଥିଲେ । କିନ୍ତୁ ଏସବୁର ପ୍ରଭାବ ସାଧ୍ବୀଙ୍କ ଉପରେ ପଡିନଥିବା ଲାଗୁଛି । ସ୍ବର୍ଗତଃ ନେତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଜଣେ ସାଂସଦ ଏପରି ଅଯଥା ମନ୍ତବ୍ୟ ଦେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠୁଛି ।

Intro:भोपाल सांसद साध्वी प्रज्ञा सिंह ठाकुर का एक बार फिर विवाद बयान सामने आया है बीजेपी प्रदेश कार्यालय में आयोजित स्वर्गीय बाबूलाल गौर और पूर्व वित्त मंत्री अरुण जेटली के श्रद्धांजलि सभा के दौरान साध्वी ने विपक्ष द्वारा बीजेपी के नेताओं पर मार्क शक्ति के प्रयोग की आशंका जताते हुए कहा की असमय हमारे नेताओं का जाना इस बात का संदेह पैदा करता है कि विपक्ष ने मार्ग शक्तियों का प्रयोग किया है सांसद प्रज्ञा ठाकुर ने किस्सा सुनाते हुए कहा जब मैं लोकसभा के चुनाव लड़ रही थी तब एक महाराज जी पास में आए थे और उन्होंने कहा था यह बहुत बुरा समय चल रहा है

Body:विपक्ष एक मार्क शक्ति का प्रयोग आप की पार्टी और आप के नेताओं के लिए कर रहा है ऐसे में आप सावधान रहें और अपनी साधना को बढ़ा दें हालांकि उसके बाद में है बात भूल गई थी लेकिन अब जब मैं देखती हूं कि हमारी पार्टी के नेता यूं एक के बाद एक जा रहे हैं तो मुझे उन महाराज की बात याद आ रही है आप भले विश्वास करें या ना करें पर यही सत्य है और यह हो भी रहा है

Conclusion:आपको बता दें इसके पहले भी साथ भी कई बार विवादित बयान दे चुकी हैं और बीजेपी कार्यालय में आयोजित श्रद्धांजलि सभा के दौरान एक बार फिर शादी ने राज बयान देते हुए विपक्ष को बीजेपी नेताओं की मौत के लिए जिम्मेदार ठहराते हुए आशंका जताई है कि शायद विपक्ष मारक शक्तियों का प्रयोग कर रहा है और यही वजह है कि लगातार बीजेपी नेताओं का निधन हो रहा है।।।

बाइट-साध्वी प्रज्ञा ठाकुर, सांसद भोपाल
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.