ମୁମ୍ବାଇ: ମହାରାଷ୍ଟ୍ରର ନନ୍ଦେଡରେ ପୁଣି ଜଣେ ସାଧୁଙ୍କୁ ନିର୍ମମ ହତ୍ୟା କରାଯାଇଛି । ପାଲଘର ସାଧୁଙ୍କ ହତ୍ୟା ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ଶନିବାର ରାତିରେ ନାନ୍ଦେଡର ଉମରୀ ତହସିଲ ନାଗାଠାନାରେ ବାଳ ବ୍ରହ୍ମଚାରୀ ଶିବଚାର୍ଯ୍ୟ ନିର୍ବାଣରୁଦ୍ରଙ୍କ ହତ୍ୟା କରାଯାଇଛି । ସାଧୁଙ୍କ ମୃତ ଦେହ ନନ୍ଦେଡ ଆଶ୍ରମର ଏକ ବାଥରୁମ ନିକଟରୁ ଉଦ୍ଧାର କରାଯାଇଛି । ବାଥରୁମରୁ ଅନ୍ୟ ଏକ ବ୍ୟକ୍ତିଙ୍କ ମଧ୍ୟ ମୃତ ଦେହ ମିଳିଛି । ସେମାନଙ୍କର ଗଳା କାଟି ହତ୍ୟା କରାଯାଇଛି । ଲୁଟପାଟ ପାଇଁ ହତ୍ୟାକାଣ୍ଡ କରାଯାଇଥିବା ଜଣାପଡିଛି ।
ଗତ ଏପ୍ରିଲରେ ମହାରାଷ୍ଟ୍ର ପାଳଘର ସ୍ଥିତ ଗଡଚିଞ୍ଚଲେ ଗାଁରେ ପାଲଘର ଦୁଇ ଜଣ ସାଧୁ ଭିଡ ହତ୍ୟାର ଶିକାର ହୋଇଥିଲେ । ଏହି ଘଟଣାରେ 101ଅଭିଯୁକ୍ତଙ୍କ ଗିରଫ କରାଛି । ତେବେ ଗୋଟିଏ ମାସ ମଧ୍ୟରେ ତିନି ତିନି ଜଣ ସାଧୁ ହତ୍ୟାଙ୍କ ପରେ ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠିଛି।