ନୂଆଦିଲ୍ଲୀ: ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ତଥା ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଦାବି କରିଛନ୍ତି ଯେ ତାଙ୍କ ସହ 25 ଜଣ ବିଧାୟକ ଅଛନ୍ତି। ସଚିନ ପାଇଲଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଜୟପୁର ବୈଠକରେ ଯୋଗଦେବେ ନାହିଁ। ସାମ୍ବାଦିକ ସମ୍ମିଳନୀରେ ଶେଷ ଥର କଂଗ୍ରେସ ସମାଧାନ କରିବାକୁ ଅପିଲ କରିବା ପରେ ପାଇଲଟ୍ ଏହି ମନ୍ତବ୍ୟ ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ 102 ଜଣ ବିଧାୟକ ସମର୍ଥନରେ ଥିବା ଅଶୋକ ଗେହଲଟଙ୍କ ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ କାରଣ ମୋ ସହ ହିଁ ବର୍ତ୍ତମାନ 25 ଜଣ ବିଧାୟକ ଅଛନ୍ତି ।
ଅନ୍ୟପକ୍ଷେ ରଣଦୀପ ସୁରଜେୱାଲା 48 ଘଣ୍ଟା ମଧ୍ୟରେ ଲଗାତାର ପାଇଲଟଙ୍କ ସହ ଆଲୋଚନା କରିଥିବା କହିଛନ୍ତି । ଏହାସହ ପାଇଲଟଙ୍କ ସମର୍ଥକଙ୍କ କହିବାନୁସାରେ, ତାଙ୍କ ପାଖରେ 30 ବିଧାୟକଙ୍କ ସମର୍ଥନ ରହିଛି । ମାତ୍ର କଂଗ୍ରେସ ବିଧାୟକଙ୍କ କହିବାନୁସାରେ 102 ବିଧାୟକ ସେମାନଙ୍କ ସପକ୍ଷରେ ଅଛନ୍ତି । ଏହାସହ କଂଗ୍ରେସ ପକ୍ଷରୁ ମଧ୍ୟ ହ୍ବିପ ଜାରି କରାଯାଇ କଂଗ୍ରେସ ବିଧାୟକ ଉପସ୍ଥିତ ନରହିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।