ETV Bharat / bharat

ପାଇଲଟଙ୍କ ପ୍ରଥମ ପ୍ରତିକ୍ରିୟା, 'ସତ୍ୟକୁ ବିଚଳିତ କରାଯାଇପାରେ ପରାଜିତ ନୁହେଁ' - ସଚିନଙ୍କ ପ୍ରତିକ୍ରିୟା

ରାଜସ୍ଥାନ ପିସିସି ମୁଖ୍ୟ ଓ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଯୁଦ୍ଧରେ ସଚିନ ଉପମୁଖ୍ୟମନ୍ତ୍ରୀ ପଦରୁ ହଟିଛନ୍ତି । ପଦରୁ ହଟିବା ପରେ ସଚିନ ପାଇଲଟ ରାଜ୍ୟରେ ହୋଇଥିବା ରାଜନୈତିକ ବିକାଶ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସତ୍ୟକୁ ଅସ୍ତବ୍ୟସ୍ତ କରାଯାଇପାରେ କିନ୍ତୁ ପରାଜିତ କରାଯାଇପାରେ ନାହିଁ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 14, 2020, 3:31 PM IST

Updated : Jul 14, 2020, 6:19 PM IST

ଜୟପୁର: କୋରୋନା କାଳରେ ରାଜସ୍ଥାନ ରାଜନୀତିର ମହାଡ୍ରାମା । ରାଜସ୍ଥାନ ପିସିସି ମୁଖ୍ୟ ଓ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଯୁଦ୍ଧରେ ସଚିନ ଉପମୁଖ୍ୟମନ୍ତ୍ରୀ ପଦରୁ ହଟିଛନ୍ତି । ପଦରୁ ହଟିବା ପରେ ସଚିନ ପାଇଲଟ ରାଜ୍ୟରେ ହୋଇଥିବା ରାଜନୈତିକ ବିକାଶ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ 'ସତ୍ୟକୁ ଅସ୍ତବ୍ୟସ୍ତ କରାଯାଇପାରେ କିନ୍ତୁ ପରାଜିତ କରାଯାଇପାରେ ନାହିଁ' ।

ଫଟୋ ସୌଜନ୍ୟ: ଟ୍ବିଟର@SachinPilot
ଫଟୋ ସୌଜନ୍ୟ: ଟ୍ବିଟର@SachinPilot

ରାଜସ୍ଥାନ ସଙ୍କଟକୁ ନେଇ ପାଇଲଟ ଏବଂ ତାଙ୍କ ସହଯୋଗୀ ନେତାଙ୍କ ବିରୋଧରେ କଂଗ୍ରେସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଏହା ବ୍ୟତୀତ ପାଇଲଟ କ୍ୟାମ୍ପର ଦୁଇଜଣ ମନ୍ତ୍ରୀ ବିଶେନ୍ଦ୍ର ସିଂ ଏବଂ ରମେଶ ମୀନାଙ୍କୁ ମଧ୍ୟ ତୁରନ୍ତ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି । କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏଥିସହ ସଚିନ ପାଇଲଟ ତାଙ୍କ ଟ୍ବିଟର ବାୟୋକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@SachinPilot
ଫଟୋ ସୌଜନ୍ୟ: ଟ୍ବିଟର@SachinPilot

ସୂଚନା ଯେ, ସଚିନ ପାଇଲଟଙ୍କ ସ୍ଥାନରେ କଂଗ୍ରେସ ଗୋବିନ୍ଦ ସିଂଙ୍କୁ ରାଜସ୍ଥାନର ନୂତନ ସଭାପତି ଭାବେ ନିଯୁକ୍ତ କରିଛି। କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବାସ୍ତବରେ ସଚିନ ପାଇଲଟ ଏବଂ ତାଙ୍କ ସମର୍ଥକମାନେ କ୍ରମାଗତ ଦ୍ବିତୀୟ ଦିନ ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିଲେ ।

ଏହି ବୈଠକରେ ସଚିନ ପାଇଲଟ ଏବଂ ବୈଠକରେ ଅନୁପସ୍ଥିତ ଥିବା ଥିବା ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିଷ୍ପତ୍ତି ପାରିତ ହୋଇଥିଲା । କଂଗ୍ରେସ ବିଧାୟକ ଦଳ ବୈଠକ ଶେଷ ହେବା ପରେ ରଣଦୀପ ସୁରଜେୱାଲା ସର୍ବସମ୍ମୁଖରେ ସଚିନକୁ ପଦରୁ ହଟାଯିବା ଓ ନୂତନ ପଦ ନିଯୁକ୍ତି ସୂଚନା ଦେଇଥିଲେ ।

Last Updated : Jul 14, 2020, 6:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.