ମୁମ୍ବାଇ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁମ୍ବାଇ ଗସ୍ତକୁ ନେଇ ଶିବସେନା ମୁଖପତ୍ର ସାମ୍ନାର ଟାର୍ଗେଟ । ଗତକାଲି(ବୁଧବାର) ଶିବସେନା ନେତା ଯୋଗୀଙ୍କ ଗସ୍ତକୁ ନେଇ ଟାର୍ଗେଟ କରିଥିବାବେଳେ ମୁଖପତ୍ର ସାମ୍ନା ମଧ୍ୟ ଏଥିରୁ ବାଦ ପଡିନି ।
ସାମ୍ନା ପ୍ରଶ୍ନ କରିଛି ଯେ, ଜଣେ ହିରୋଇନ ମୁମ୍ବାଇକୁ ପିଓକେ ସହିତ ତୁଳନା କରିଥିଲେ, ଆଜି ସେହି ମୁମ୍ବାଇରେ ୟୁପି ମୁଖ୍ୟମନ୍ତ୍ରୀ ଇନଭେଷ୍ଟମେଣ୍ଟ କରିବାକୁ ଆସିଛନ୍ତି । ସେହିପରି ଯୋଗୀଙ୍କ ସହିତ ଅଭିନେତା ଅକ୍ଷୟ କୁମାରଙ୍କ ଭେଟଘାଟକୁ ନେଇ ମଧ୍ୟ ସାମ୍ନା ପ୍ରଶ୍ନ ଉଠାଇଛି ।
ସାମ୍ନା କହିଛି, ‘ସେ ଭଲ କଳାକାର କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଛନ୍ତି ଆମ୍ବ କିପରି ଖାଇଲେ ?’ ଏହାସହ ଯୋଗୀଙ୍କୁ ୟୁପିର ବିକାଶ କରିବାକୁ ମୁମ୍ବାଇକୁ ଆସିବାକୁ ପଡୁଛି । ଏହି ମୁମ୍ବାଇର ଶକ୍ତି ବୋଲି ସାମ୍ନା ପ୍ରକାଶ କରିଛି ।
ସେହିପରି ନୋଏଡା ନିକଟରେ ଯୋଗୀ ସରକାର ଫିଲ୍ମସିଟି ନିର୍ମାଣ କରିବାକୁ ଯାଉଛନ୍ତି । ଏହାକୁ ନେଇ ବଲିଉଡ୍ କଳାକାରଙ୍କ ସହିତ ସେ ଲକ୍ଷ୍ନୌରେ ଆଲୋଚନା ମଧ୍ୟ କରିସାରିଛନ୍ତି । ଏବେ ମୁମ୍ବାଇ ଆସି ପୁଣି ଥରେ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଯାହାକୁ ନେଇ ଶିବସେନା ଯୋଗୀଙ୍କ ଉପରେ ବର୍ଷିଛି ।
ଏପରି କରି ବଲିଉଡ୍କୁ ମୁମ୍ବାଇରୁ ବାହାରକୁ ନେଇ ଯାଇପାରିବେ ନାହିଁ । ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ,‘ କେହି ଯଦି ଆମଠାରୁ ଫିଲ୍ମ ସିଟି ଛଡାଇ ନେବାକୁ ବସିଛି । ତାହା ଆମେ କରାଇଦେବୁ ନାହୁଁ ।’ ସେପଟେ ଏନେଇ ଯୋଗୀ ଜବାବ ରଖିଛନ୍ତି । ଆମେ କାହାଠାରୁ କୌଣସି କାମ ଛଡାଇ ନେବାକୁ ଆସିନାହୁଁ । ଆମେ ଆମ ରାଜ୍ୟରେ ଫିଲ୍ମ ସିଟି ତିଆରି କରୁଛୁ ଯାହା କି ଲୋକଙ୍କ ପାଇଁ ଏକ ବିକଳ୍ପ ହେବ ।