ETV Bharat / bharat

ଭାରତର ଅବିଚ୍ଛେଦ୍ୟ ଅଙ୍ଗ ପିଓକେ: ବୈଦେଶିକ ମନ୍ତ୍ରୀ

author img

By

Published : Sep 17, 2019, 9:03 PM IST

ବୈଦେଶିକ ମନ୍ତ୍ରୀ ଭାବେ ଏସ୍‌ ଜୟଶଙ୍କର 100 ଦିନ ପୂରଣ କରିଛନ୍ତି । ଏହି ଶହେ ଦିନର ଉପଲବ୍ଧି ଗଣମାଧ୍ୟମ ସାମ୍ନାରେ ବଖାଣିଛନ୍ତି ଜୟଶଙ୍କର ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଭାବେ ଏସ୍‌ ଜୟଶଙ୍କର 100 ଦିନ ପୂରଣ କରିଛନ୍ତି । ଏହି ଶହେ ଦିନର ଉପଲବ୍ଧି ମିଡିଆ ସାମ୍ନାରେ ରଖିଛନ୍ତି ଜୟଶଙ୍କର । ନିଜ ବିବୃତ୍ତିରେ ସେ ପାକ୍ ଅଧିକୃତ କାଶ୍ମୀର(ପିଓକେ) ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଛନ୍ତି । ଭାରତ ସେହି ଦିନକୁ ଅପେକ୍ଷା କରିବ ଯେବେ ଏହା ଭାରତର ସମ୍ପୂର୍ଣ୍ଣ ଅଧିକାରକୁ ଚାଲି ଆସିବ । ଏହାସହ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଭାରତର ସ୍ଵରକୁ ଏବେ ପୂର୍ବାପେକ୍ଷା ବିଶ୍ଵ ଅଧିକ ଗମ୍ଭୀରତାର ସହ ଶୁଣୁଛି ।

s jaishankar
ଫଟୋ ସୌଜନ୍ୟ: ଏଏନଆଇ

ପାକିସ୍ତାନ ଭାରତ ପାଇଁ ଏକ ସ୍ବତନ୍ତ୍ର ଚ୍ୟାଲେଞ୍ଜ ହୋଇ ରହିବ ଯେପର୍ଯ୍ୟନ୍ତ ଆତଙ୍କବାଦ ଓ ସୀମା ପାର ଆତଙ୍କବାଦରେ ସମ୍ପୂର୍ଣ୍ଣ ପରିସମାପ୍ତି ହୋଇନାହିଁ ।

ଭିଡିଓ ସୌଜନ୍ୟ: ଏଏନଆଇ

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଜି ୨୦ ହେଉକି ବ୍ରିକ୍ସ ଭଳି ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଅନେକ ଆଲୋଚନା ଓ ତର୍କରେ ଭାରତର ସ୍ବର ଓ ମତକୁ ପୂର୍ବାପେକ୍ଷା ସର୍ବାଧିକ ଗମ୍ଭୀରତାର ଆଗ୍ରାଧିକାର ଦିଆଯାଉଛି ।

s jaishankar
ଫଟୋ ସୌଜନ୍ୟ: ଏଏନଆଇ

ସେହିଭଳି ‘ପଡ଼ୋଶୀ ପ୍ରଥମେ' ନୀତିକୁ ମଜବୁତ୍‌ କରିଛି ଭାରତ । ଦ୍ଵିପାକ୍ଷିକ ସମ୍ପର୍କ ଓ ବାଣିଜ୍ୟ ଉପରେ ଗୁରୁତ୍ଵାରୋପ ଦିଆଯାଇଛି । ପ୍ରଧାନମନ୍ତ୍ରୀ ପଡ଼ୋଶୀ ମାଳଦ୍ଵୀପ, ଶ୍ରୀଲଙ୍କା, ଭୂଟାନ ପରି ଦେଶକୁ ଯାତ୍ରା କରିଛନ୍ତି। ଏହି ଯାତ୍ରାରେ ଦୁଇ ଦେଶ ମଧ୍ୟରେ ପ୍ରକଳ୍ପ ଉପରେ ଦୃଷ୍ଟି ଦେବା ସହ ବାଣିଜ୍ୟିକ ସମ୍ବନ୍ଧ ତଥା ଲୋକଙ୍କ ମଧ୍ୟରେ ସମ୍ବନ୍ଧକୁ ଜୋର ଦିଆଯାଇଥିଲା।

s jaishankar
ଫଟୋ ସୌଜନ୍ୟ: ଏଏନଆଇ

ଭାରତ ଓ ଆମେରିକା ସମ୍ବନ୍ଧ ଉପରେ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ । ସେ କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟ ସମ୍ପର୍କର ଦୂରତା ଅନେକ ଦୂର ଗମନ କରିବା ସ୍ଥିରିକୃତ ହୋଇଛି । ଭାରତ-ଆମେରିକା ସମ୍ପର୍କ ଲଗାତାର ଭାବରେ ଆଗ୍ରଗତି ହେବାରେ ଲାଗିଛି ।

s jaishankar
ଫଟୋ ସୌଜନ୍ୟ: ଏଏନଆଇ

ଏଥିସହ ସେ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ପରି ପ୍ରସଙ୍ଗକୁ ଭାରତ ବିଶ୍ଵଜଗତକୁ ଅବଗତ କରାଇଛି । ଅନ୍ତରୀଣ ମାମଲା କ୍ଷେତ୍ରରେ ଭାରତ ତାର ସ୍ଥିତି ମଜଭୁତ ରହିଛି ଓ ମଜଭୁତ ରହିବ ମଧ୍ୟ ବୋଲି ସେ କହିଛନ୍ତି ।

ବିଗତ ଶହେ ଦିନ ଭିତରେ ଆଫ୍ରିକାରେ ଭାରତ ଅଧିକ ସକ୍ରିୟ ରହିଛି । ଆଗାମୀ ଦିନରେ ଆଫ୍ରିକାରେ 18 ଦୂତାବାସ ଖୋଲିବା କଥା କହିଛନ୍ତି ଏସ୍‌ ଜୟଶଙ୍କର ।

Intro:Body:

BLANK

Conclusion:

For All Latest Updates

TAGGED:

s jaishankar
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.