ETV Bharat / bharat

ମଝି ଦରିଆରେ ତିମିର ମାନବିକତା, ଫେରାଇଲା ଆଇଫୋନ

ଆଜିର ସମାଜରେ ମଣିଷ ପାଖରୁ ମାନବିକତା ହଜିଯାଇଥିବା ବେଳେ ତାହା ପ୍ରତିଫଳିତ ହୋଇଛି ସାମୁଦ୍ରିକ ଜୀବ ତିମି କ୍ଷେତ୍ରରେ । ତିମିର ମାନବିକତା କଏଦ ହୋଇଛି କ୍ୟାମେରା ଲେନ୍ସରେ ।

author img

By

Published : May 11, 2019, 7:02 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଅନେକ ସମୟରେ ମଣିଷ ଓ ପଶୁ ଭିତରେ ନିବିଡ ବନ୍ଧୁତା ନଜିର ଆସିଛି । ଯାହା ସମାଜରେ ବଞ୍ଚିରହିଥିବା ମଣିଷ ପଣିଆକୁ ମନ ଭିତରେ ଜାଗ୍ରତ କରିଦିଏ । ଗତ କିଛିଦିନ ତଳେ ଏକ କୁକୁରକୁ ପାଣିରୁ ଉଦ୍ଧାର କରି ତିମି ଜାହାଜରେ ଛାଡିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ରଷିଆରେ ସେହିପରି ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି ।

ଆଜିର ସମାଜରେ ମଣିଷ ପାଖରୁ ମାନବିକତା ହଜିଯାଇଥିବା ବେଳେ ତାହା ପ୍ରତିଫଳିତ ହୋଇଛି ସାମୁଦ୍ରିକ ଜୀବ ତିମି କ୍ଷେତ୍ରରେ । ତିମିର ଏହି ମାନବିକତା କଏଦ ହୋଇଛି କ୍ୟାମେରା ଲେନ୍ସରେ।

ଘଟଣା ଅନୁସାରେ ନରୱେରୁ ନିଜ ବନ୍ଧୁମାନଙ୍କ ସହ ଛୁଟି କଟିବାକୁ ଆସିଥିବା ଓପଡାହଲ ଅସାବଧାନତାବଶତଃ ସମୁଦ୍ର ମଝିରେ ନିଜର ଆଇଫୋନଟିକୁ ହଜେଇ ଦେଇଥିଲା । ହେଲେ ସଠିକ୍ ସମୟରେ ଏକ ତିମି ପାଣି ଭିତରୁ ଏହି ଫୋନଟିକୁ ବାହାର କରିବା ସହ ପାଟିରେ ଆଣି ଫେରାଇ ଦେଇଥିଲା ।

ଏହାପରେ ଓପଡାହଲ ଫୋନଟିକୁ ତିମି ପାଟିରୁ ନେଇଥିଲେ । ମିଳିଥିବା ସୂଚନା ଅନୁସାରେ ଉକ୍ତ ତିମିଟି ରୁଷିଆର ମିଲିଟାରୀ ସଂସ୍ଥା ଦ୍ବାରା ତାଲିମ ପ୍ରାପ୍ତ ।

Intro:Body:

sds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.