ETV Bharat / bharat

ଚୀନ ସହ ସୀମା ବିବାଦ ମଧ୍ୟରେ ଭାରତ ସହ ଅସ୍ତ୍ରଶସ୍ତ୍ର ଚୁକ୍ତିନାମା ଜାରି ରଖିବ ଋଷ

ଭାରତ-ଋଷ ମଧ୍ୟରେ ଅସ୍ତ୍ରଶସ୍ତ୍ର ପାଇଁ ଜାରି ଚୁକ୍ତିନାମା ବଜାୟ ରହିବ ଓ ଅନେକ ମାମଲା ମଧ୍ୟ କମ ସମୟରେ ଆଗକୁ ବଢାଯିବ । ଆମର ସମସ୍ତ ପ୍ରସ୍ତାବକୁ ଋଷ ସକରାତ୍ମକ ଭାବେ ଗ୍ରହଣ କରିଛି । ଏହି ଚର୍ଚ୍ଚାରେ ମୁଁ ସମ୍ପୂର୍ଣ୍ଣ ଭାବେ ସନ୍ତୁଷ୍ଟ ବୋଲି ଋଷ ଗସ୍ତରେ ଥିବା ପ୍ରତିତକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା କହିଛନ୍ତି ।

author img

By

Published : Jun 24, 2020, 3:35 PM IST

ଚୀନ ସହ ସୀମା ବିବାଦ
ଚୀନ ସହ ସୀମା ବିବାଦ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)କୁ ନେଇ ତିକ୍ତତା ମଧ୍ୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ଦିନିଆ ଋଷ ଗସ୍ତରେ ଅଛନ୍ତି । ଏହି ଅବସରରେ ମଙ୍ଗଳବାର ରାଜନାଥ କହିଛନ୍ତି, ଋଷ ନିଶ୍ଚିତ କରିଛି କି, ଭାରତ-ଋଷ ମଧ୍ୟରେ ଅସ୍ତ୍ରଶସ୍ତ୍ର ପାଇଁ ଜାରି ଚୁକ୍ତିନାମା ବଜାୟ ରହିବ ଓ ଅନେକ ମାମଲା ମଧ୍ୟ କମ ସମୟରେ ଆଗକୁ ବଢାଯିବ । ଆମର ସମସ୍ତ ପ୍ରସ୍ତାବକୁ ଋଷ ସକରାତ୍ମକ ଭାବେ ଗ୍ରହଣ କରିଛି । ଏହି ଚର୍ଚ୍ଚାରେ ମୁଁ ସମ୍ପୂର୍ଣ୍ଣ ଭାବେ ସନ୍ତୁଷ୍ଟ।

ଚୀନ ସହ ବଢୁଥିବା ବିବାଦକୁ ନେଇ ଭାରତ ଏସ-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଣରେ ତୀବ୍ରତା ଆଣିବାକୁ ଚେଷ୍ଟା କରୁଛି ଭାରତ । ଭାରତ ଓ ଋଷ ମଧ୍ୟରେ 16 ବିଲିୟନ ପ୍ରତିରକ୍ଷା କାରବାର ସୁନିଶ୍ଚିତ ହୋଇଛି । ଚଳିତ ବର୍ଷ ଫେବୃଆରୀରେ ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଡିଫେନ୍ସ ଏକ୍ସପୋ-2020 ବେଳେ ଦୁଇ ଦେଶ 14 ଟି ଏମଓୟୁ ସ୍ବାକ୍ଷର କରିଥିଲେ। ଭାରତ ଋଷଠୁ 200ଟି Ka-226 ହେଲିକପ୍ଟର କିଣିବାର ଯୋଜନା ରହିଛି ।

ଅନ୍ୟପକ୍ଷେ ଭାରତୀୟ ବାୟୁସେନା ଋଷ ସହିତ R-27 ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର କିଣିବା ପାଇଁ 1500 କୋଟି ଟଙ୍କାର ଚୁକ୍ତି କରିଛି। ଏହି କ୍ଷେପଣାସ୍ତ୍ରଗୁଡିକ ଭାରତୀୟ ବାୟୁସେନାର ପ୍ରମୁଖ ଲଢୁଆ ବିମାନ Su-30MKI ଯୁଦ୍ଧ ବିମାନରେ ସଂଯୋଗ କରାଯିବ । ଏହି କ୍ଷେପଣାସ୍ତ୍ର ଭାରତୀୟ ବାୟୁସେନାର କ୍ଷମତାକୁ ଆହୁରି ବଢାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.