ETV Bharat / bharat

ମିଳିଲା ବନ୍ଧୁର ସାଥ, 370 ଉଚ୍ଛେଦକୁ ସମର୍ଥନ କଲା ଋଷ - 370 ଉଚ୍ଛେଦ

ଜାତିସଙ୍ଘ, ଆମେରିକା ଏବଂ ଚୀନ ପରେ ଏବେ ଋଷ ମଧ୍ୟ ଜମ୍ମୁ କାଶ୍ମୀରରୁ 370 ଉଚ୍ଛେଦକୁ ସମର୍ଥନ କରିଛି । ଜମ୍ମୁ କାଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରି କେନ୍ଦ୍ର ଶାସିତ ପ୍ରଦେଶ କରିବା ନେଇ ଭାରତ ସରକାରଙ୍କ ନିଷ୍ପତ୍ତି ସାମ୍ବିଧାନିକ ବୋଲି ଋଷ କହିଛି ।

ଫାଇଲ ଫଟୋ
author img

By

Published : Aug 11, 2019, 3:57 AM IST

ନୂଆଦିଲ୍ଲୀ: ପୁଣି ଥରେ ଭାରତକୁ ମିଳିଲା ପୂରାତନ ବନ୍ଧୁର ସାଥ । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ମୋଦି ସରକାରଙ୍କୁ ସମର୍ଥନ କଲା ଋଷ । ଏପଟେ 370 ହଟିବା ନିଷ୍ପତ୍ତି ବିରୋଧରେ ଜାତିସଙ୍ଘର ଦ୍ବାରସ୍ଥ ହୋଇଥିବା ପାକିସ୍ତାନ ମୁଁହ ପୁଣି ଥରେ କଳା ହୋଇଛି ।

ଜାତିସଙ୍ଘ, ଆମେରିକା ଏବଂ ଚୀନ ପରେ ଏବେ ରୁଷ ମଧ୍ୟ ଭାରତର ନିଷ୍ପତ୍ତିକୁ ସମର୍ଥନ କରିଛି । ଜମ୍ମୁ କାଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରି କେନ୍ଦ୍ର ଶାସିତ ପ୍ରଦେଶ କରିବା ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ସାମ୍ବିଧାନିକ ବୋଲି ଋଷର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଋଷର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ମତଭେଦକୁ ଉଭୟ ଦେଶ ଦ୍ବିପାକ୍ଷୀକ ଆଲୋଚନା ଦ୍ବାରା ସମାଧାନ କରିବେ । ଜମ୍ମୁ କାଶ୍ମୀରରେ କରାଯାଇଥିବା ପରିବର୍ତ୍ତନ ପରେ ଉଭୟ ଦେଶ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ବିବାଦ ବଢ଼ିବା ଉଚିତ ନୁହେଁ ।

ସୂଚନାଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପାକିସ୍ତାନ ବିଶ୍ବର ବିଭିନ୍ନ ଦେଶକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅପିଲ କରିଛି । କିନ୍ତୁ ସୁବୁଠି ନିରାଶ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.