ETV Bharat / bharat

UNSC ରେ ଭାରତର ସ୍ଥାୟୀ ସଦସ୍ୟତାକୁ ଋଷର ସମର୍ଥନ - permanent membership in UNSC

RIC ବୈଠକରେ ଋଷ ବୈଦେଶିକ ମନ୍ତ୍ରୀଙ୍କ ବଡ ବୟାନ । ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ପୁଣି ଥରେ ସମର୍ଥନ ଜଣାଇଛି ଋଷ ।

UNSC ରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଋଷିଆର ସମର୍ଥନ

author img

By

Published : Jun 23, 2020, 10:44 PM IST

ନୂଆଦିଲ୍ଲୀ: ଚୀନ ସହ ସୀମାରେ ଉପୁଜିଥିବା ବିବାଦ ମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ପୁଣି ଥରେ ସମର୍ଥନ ଜଣାଇଛି ଋଷ ।

ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ସମର୍ଥନ ଜଣାଇଛନ୍ତି ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଓ୍ବରୋଭ । ପୂର୍ବରୁ ମଧ୍ୟ ଋଷ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ସମର୍ଥନ କରିଆସିଛି । ତେବେ ଭାରତ ଓ ଚୀନ ସୀମାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିବାବେଳେ ଋଷ ବୈଦେଶିକ ମନ୍ତ୍ରୀଙ୍କ ଏହି ବୟାନ ସାମ୍ନାକୁ ଆସିଛି । ଦୁଇ ଦେଶ ମଧ୍ୟରେ ଏହି ଉତ୍ତେଜନାକୁ କମ କରିବା ପାଇଁ ବାରମ୍ବାର ପ୍ରଚେଷ୍ଟା ଜାରି ରହିଛି ।

ଭାରତ ଏକ ସୁଦୃଢ ପ୍ରାର୍ଥୀ: ଲାଓରୋଭ

ଋଷ ବୈଦେଶିକ ମନ୍ତ୍ରୀ ଲାଓରୋଭ କହିଛନ୍ତି, ସଂଯୁକ୍ତ ରାଷ୍ଟ୍ରର ସମ୍ଭାବିତ ସୁଧାର ନେଇ ଆଲୋଚନା ହୋଇଛି । ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ଏକ ସୁଦୃଢ ପ୍ରାର୍ଥୀ ଅଟେ । ଆମେ ଭାରତର ପ୍ରାର୍ଥିତ୍ବକୁ ସମର୍ଥନ ଜଣାଉଛୁ । ଭାରତ ସୁରକ୍ଷା ପରିଷଦର ପୂର୍ଣ୍ଣ ଓ ସ୍ଥାୟୀ ସଦସ୍ୟ ହୋଇପାରିବା ନେଇ ଆମେ ନିଶ୍ଚିତ ।

ଲାଓରୋଭ କହିଛନ୍ତି, ଭାରତ ଓ ଚୀନକୁ ବାହାରୁ କୌଣସି ସହଯୋଗର ଆବଶ୍ୟକ ରହିଛି ବୋଲି ଆମେ ଭାବୁନାହୁଁ । ଯେତେବେଳେ କୌଣସି ମାମଲା ଦେଶ ସହ ଜଡିତ ଥାଏ, ସେତେବେଳେ ଦୁଇ ଦେଶ ମଧ୍ୟରେ ଅନ୍ୟକାହାର ହସ୍ତକ୍ଷେପ ଜରୁରୀ ନୁହେଁ । ସେମାନେ ଏହାକୁ ନିଜ ବଳରେ ସମାଧାନ କରିପାରିବେ ।

RIC ବୈଠକରେ ଋଷ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଏବଂ ଚୀନ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି । ସେମାନେ ପ୍ରତିରକ୍ଷା ଅଧିକାରୀ, ବୈଦେଶିକ ମନ୍ତ୍ରୀ ସ୍ତରରେ ବୈଠକ ଆରମ୍ଭ କରିଛନ୍ତି ଏବଂ ଉଭୟ ପକ୍ଷ କୌଣସି କୂଟନୈତିକ ସମାଧାନ ଚାହୁଁ ନାହାଁନ୍ତି ବୋଲି ସେପରି କୌଣସି ବିବୃତ୍ତି ଦେଇନାହାଁନ୍ତି । ଏହି ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଯୋଗ ଦେଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.