ETV Bharat / bharat

ତାତିରୁ ମିଳୁନି ତ୍ରାହି, ଚିରିଯାଉଛି 500 ଟଙ୍କିଆ ନୋଟ

500 ଟଙ୍କିଆ ନୋଟ୍ ଧରୁ ଧରୁ ଖଣ୍ଡବିଖଣ୍ତ ହୋଇଯାଉଛି । ଅସହ୍ୟ ତାତିରୁ ବର୍ତ୍ତି ପାରୁନି ନୋଟ୍ । ମହାରାଷ୍ଟ୍ରର ସାଙ୍ଗଲିରୁ ଆସିଛି ଏମିତି ଏକ ଖବର ।

ଡିଜାଇନ ଫଟୋ
author img

By

Published : May 17, 2019, 9:44 AM IST

ନୂଆଦିଲ୍ଲୀ: ଦେଶରେ ବଢ଼ିବାରେ ଲାଗିଛି ଅସହ୍ୟ ଖରା ଓ ପ୍ରଚଣ୍ଡ ତାତି। ତାତିର ପ୍ରକୋପରେ ଜଳୁଛି ଦେହ ହାତ । ଅସହ୍ୟ ତାତିରୁ ବର୍ତ୍ତି ପାରୁନି ନୋଟ୍ । ଏମିତି ଏକ ଖବର ଆସିଛି ମହାରାଷ୍ଟ୍ରରୁ । ମନକୁ ମନ ଖଣ୍ଡ ଖଣ୍ଡ ହୋଇ ଯାଉଛି 500 ଟଙ୍କିଆ ନୋଟ୍ । ଖରା ତାତିରୁ ତାପମାତ୍ରା ବୃଦ୍ଧି ପ୍ରଭାବରେ ନୋଟର ଦଦରା କାଗଜ ଚିରିଲା ଭଳି ହାତ ମାରୁ ମାରୁ ଖଣ୍ଡଖଣ୍ଡ ହୋଇ ଯିବା କଥା ଆପଣ କେବେ ଶୁଣି ନଥିଲେ ବି କଥା ଟା ଏକଦମ ସତ । ମହାରାଷ୍ଟ୍ରର ସାଙ୍ଗଲିରୁ ଆସିଛି ଏମିତି ଏକ ଖବର ।

ଡିଜାଇନ ଭିଡିଓ

500 ଟଙ୍କିଆ ନୋଟ୍ ଧରୁ ଧରୁ ଖଣ୍ଡବିଖଣ୍ତ ହୋଇଯାଉଛି । ଏହାର କାରଣ ଭିଷଣ ଗରମ । ମହାରାଷ୍ଟ୍ରର ସାଙ୍ଗଲୀରେ ରହୁଥିବା ଜଣେ ମହିଳା ନୀତିଦିନିଆ କୁଲିମଜୁରୀ ଖଟେ । ତାଙ୍କ ମଜୁରୀ ମାସକୁ 7 ହଜାର ଟଙ୍କା । ଉକ୍ତ ମହିଳାଙ୍କୁ ମଜୁରୀ ଟଙ୍କା ଆସୁ ଆସୁ ସେ ତାଙ୍କ ରୁମାଲରେ ବନ୍ଧି ରଖିଦେଲେ । ଦୁଇ ଦିନ ପରେ ସେ ରୁମାଲ ଖୋଲି ଟଙ୍କା ଦେଖିବା ବେଳେ ସବୁତକ ଟଙ୍କା ଖଣ୍ଡ ଖଣ୍ଡ ହେବାକୁ ଲାଗିଲା । ଏନେଇ ସେ ବ୍ୟାଙ୍କ ଯାଇ ଦେଖାଇବାରୁ ବ୍ୟାଙ୍କ କର୍ମଚାରୀ କହିଲେ ଗରମ ବୃଦ୍ଧି ପାଇବା ଯୋଗୁଁ କେମିକାଲ ରିଆକ୍ସନ ହୋଇଛି । ଏହି ମାମଲା ଏବେ ରିଜର୍ବ ବ୍ୟାଙ୍କ ଅଫ୍ ଇଣ୍ଡିଆ ପାଖକୁ ପହଞ୍ଚିଛି ।

ସେପଟେ ସେହି 500 ଟଙ୍କିଆ ନୋଟକୁ ନେଇ ପରୀକ୍ଷା ମଧ୍ୟ କରାଗଲା କିନ୍ତୁ ଜଣାଗଲା ଯେ ନୋଟଟି ଅସଲି ଥିଲା । ତେବେ ଏପରି ହଠାତ ନୋଟ ଖଣ୍ଡ ଖଣ୍ଡ ହେବାର କାରଣ ବଢୁଥିବା ଗରମ ନା ଅନ୍ୟ କୌଣିସ କାରଣ ତାହା ତଦନ୍ତ ପରେ ଜଣାପଡିବ ବୋଲି ବ୍ୟାଙ୍କ କର୍ମଚାରୀ ସୂଚନା ଦେଇଛନ୍ତି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.