ETV Bharat / bharat

ସୂଚନା ଅଧିକାର ନିୟମ ପରିବର୍ତ୍ତନକୁ ନେଇ ମୁହଁ ଖୋଲିଲେ ସାମାଜିକ କର୍ମୀ - anjali bharadwaj against change of rti law

ବଦଳିବାକୁ ଯାଉଛି ସୂଚନା ଅଧିକାର ନିୟମ । ଆଉ ଏହି ପରିବର୍ତ୍ତନକୁ ଏବେ ସାମାଜିକ କର୍ମୀମାନେ ଘୋର ବିରୋଧ କରୁଛନ୍ତି । ତେବେ ଏହି ପରିବର୍ତ୍ତନକୁ ନେଇ ବିଶିଷ୍ଟ ସାମାଜିକ କର୍ମୀ ଅଞ୍ଜଳି ଭରଦ୍ବାଜ ନିଜର ମତାମତ ରଖିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Jul 28, 2019, 10:03 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ସୂଚନା ଅଧିକାର ନିୟମରେ ପରିବର୍ତ୍ତନ ଆସିବ । ଏଥିପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଲ ଆଗତ ହୋଇସାରିଛି । ତେବେ ଏହି ବିଲକୁ ବିରୋଧି ଘୋର ବିରୋଧ କରି ଆସୁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ସାମାଜିକ କର୍ମୀ ଅଞ୍ଜଳି ଭରଦ୍ବାଜ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ବିଲ ଉଭଯ ଗୃହରେ ଆଗତ ହୋଇ ଏବେ ରାଷ୍ଟ୍ରପତିଙ୍କ ନିକଟରେ ରହିଛି । ତେବେ ରାଷ୍ଟ୍ରପତିଙ୍କ ମୋହର ପରେ ସୂଚନା ଅଧିକାର ଆଇନରେ ପରିବର୍ତ୍ତନ ଆସିଯିବ । ତେବେ ଏହି ସମୟରେ ନିୟମରେ ପରିବର୍ତ୍ତନ ଆଣିବା ସାଧାରଣ ନାଗରିକ ପାଇଁ କଣ ମହତ୍ତ୍ବ ରଖେ, ଆଇନରେ କେତେ ପରିମାଣରେ ପରିବର୍ତ୍ତନ ଆସିବ ଏଭଳି କିଛି ପ୍ରମୁଖ ପ୍ରଶ୍ନର ଉତ୍ତର ରଖିଛନ୍ତି ଅଞ୍ଜଳି ଭରଦ୍ବାଜ ।

ସମସ୍ତଙ୍କ ଭଳି ଅଞ୍ଜଳି ଭରଦ୍ବାଜ ମଧ୍ୟ ଏହି ପରିବର୍ତ୍ତନକୁ ଘୋର ବିରୋଧ କରିଆସୁଛନ୍ତି । ତାଙ୍କ କହିବାନୁଯାୟୀ ନିଯୁକ୍ତି ପାଇଥିବା ବ୍ୟକ୍ତିବିଶେଷଙ୍କ ଦରମା, ଚାକିରିକାଳର ସମୟସୀମାକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଫଳରେ ଲୋକଙ୍କ ସୂଚନା ଅଧିକାରକୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ଲୋକ ଚାହୁଁଥିବା ସୂଚନା ସେମାନଙ୍କୁ ସଠିକ ଭାବେ ମିଳିପାରିବ ନାହିଁ । ଏଭଳି କିଛି ହୋଇପାରେ କି ଲୋକମାନଙ୍କୁ ସରକାର ଯେତିକି ଚାହିଁବେ ସେତିକି ହିଁ ସୂଚନା ଲୋକମାନଙ୍କୁ ମିଳିବ ବୋଲି ଅଞ୍ଜଳି କହିଛନ୍ତି ।

Intro:Body:

prabhu

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.