ETV Bharat / bharat

‘ରାଷ୍ଟ୍ରବାଦ ଶବ୍ଦ ହିଟଲରର ନାଜିବାଦ ସହ ସମାନ’ - ମୋହନ ଭାଗବତ

ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ ବା ଆରଏସଏସ ମୁଖ୍ୟ ମୋହନ ଭାଗବତ ରାଷ୍ଟ୍ରବାଦ ଶବ୍ଦର ବ୍ୟବହାର କରିବାକୁ ମନା କରିଛନ୍ତି । ରାଷ୍ଟ୍ରବାଦ ଶବ୍ଦର ଅର୍ଥ ନାଜି ବା ହିଟଲରର ରାଷ୍ଟ୍ରବାଦ । ତେଣୁ ଏହାର ବ୍ୟବହାର ନକରାଯାଉ । ଅଧିକ ପଢନ୍ତୁ...

RSS chief
ଫଟୋ ସୌଜନ୍ୟ: @ANI
author img

By

Published : Feb 21, 2020, 12:44 AM IST

ପାଟନା: ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ ବା ଆରଏସଏସ ମୁଖ୍ୟ ମୋହନ ଭାଗବତ ରାଷ୍ଟ୍ରବାଦ ଶବ୍ଦର ବ୍ୟବହାର କରିବାକୁ ମନା କରିଛନ୍ତି । ରାଷ୍ଟ୍ରବାଦ ଶବ୍ଦର ଅର୍ଥ ନାଜି ବା ହିଟଲରର ରାଷ୍ଟ୍ରବାଦ ତେଣୁ ଏହାର ବ୍ୟବହାର ନକରାଯାଉ । ରାଞ୍ଚିର ମୋହରାବାଦୀ ଠାରେ ଆୟୋଜିତ ‘ସଂଘ ସମାଗମ’ରେ ଯୋଗ ଦେଇ ଏହି ଉଦବୋଧନା ଦେଇଛନ୍ତି ଆରଏସଏସ ମୁଖ୍ୟ ।

ଭିଡିଓ ସୌଜନ୍ୟ: @ANI

ସେ କହିଛନ୍ତି,‘ ରାଷ୍ଟ୍ରବାଦ ଶବ୍ଦର ବ୍ୟବହାର କରନ୍ତୁ ନାହିଁ । ନେସନ କୁହନ୍ତୁ, ନ୍ୟାସନାଲ କୁହନ୍ତୁ, ନ୍ୟାସନାଲିଟି କୁହନ୍ତୁ ମାତ୍ର ନ୍ୟାସନାଲିଜମ୍ କୁହନ୍ତୁ ନାହିଁ । ନ୍ୟାସନାଲିଜମର ଅର୍ଥ ହିଟଲର ନାଜିବାଦ’ । ଭାରତ ନିର୍ମାଣ ସମୟରେ ହିନ୍ଦୁଙ୍କ ବଳିଦାନ ସର୍ବୋପରି । ହିନ୍ଦୁ ନିଜ ଦେଶପ୍ରତି କର୍ତ୍ତବ୍ୟଶୀଳ ବୋଲି ସେ କହିଛନ୍ତି । ମୋହନ ଭାଗବତ ଏହାମଧ୍ୟ କହିଛନ୍ତି କି ହିନ୍ଦୁ ଭାରତର ସବୁ ଧର୍ମର ପ୍ରତିନିଧିତ୍ବ କରିଥାଏ ଓ ସମସ୍ତଙ୍କୁ ଗୋଟେ ସୂତ୍ରରେ ଯୋଡିଥାଏ ।

ଏହାସହ ଆରଏସଏସର ବିସ୍ତାର ଦେଶ ପାଇଁ କାରଣ ଭାରତକୁ ବିଶ୍ବଗୁରୁ କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ଟ୍ରମ୍ପଙ୍କୁ ପରୋକ୍ଷରେ ଟାର୍ଗେଟ କରି ବିକଶିତ ଦେଶ ନିଜ ବ୍ୟାପାର ବଢାଇବା ପାଇଁ ଅନ୍ୟ ଦେଶ ସହ ସମ୍ପର୍କ ସ୍ଥାପନା କରିଥାଏ ବୋଲି ଆରଏସଏସ ମୁଖ୍ୟ କହିଛନ୍ତି ।

ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.