ETV Bharat / bharat

ଦୁର୍ଦ୍ଦାନ୍ତ ବିକାଶ ମୁଣ୍ଡରେ 5 ଲକ୍ଷ

author img

By

Published : Jul 8, 2020, 2:08 PM IST

କାନପୁରରେ 8 ପୋଲିସ କର୍ମୀଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ନିଜ ଅକ୍ତିଆରକୁ ଆଣିବାକୁ ଜୋରଦାର ପ୍ରଚେଷ୍ଟା ଚଳାଇଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ଧରିବାକୁ ବା ଖବର ଦେବାକୁ ପୋଲିସ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ଅଧିକ ଖବର ପଢନ୍ତୁ...

କାନପୁର ଏନକାଉଣ୍ଟର; ବିକାଶ ଦୁବେର ଖବର ଦେଲେ ମିଳିବ 5 ଲକ୍ଷ

ଲକ୍ଷ୍ନୌ: କାନପୁରରେ 8 ପୋଲିସ କର୍ମୀଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ନିଜ ଅକ୍ତିଆରକୁ ଆଣିବାକୁ ଜୋରଦାର ପ୍ରଚେଷ୍ଟା ଚଳାଇଛି ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ ସହ ମାଷ୍ଟର ମାଇଣ୍ଡ ପାଖରେ ପହଞ୍ଚିବାକୁ ତାର ବିଭିନ୍ନ ଶାଖାକୁ କାଟିବାରେ ଲାଗିଛି ପୋଲିସ । ତେବେ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ଧରିବାକୁ ବା ଖବର ଦେବାକୁ ପୋଲିସ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ।

ପୂର୍ବରୁ ଏହି ରାଶି 2.5 ଲକ୍ଷ ରହିଥିଲା । ତେବେ ଘଟଣାକୁ ଦିନ ପରେ ଦିନ ପୁରି ଚାଲିଥିବାବେଳେ ଏଯାଏଁ ଅଭିଯୁକ୍ତର ଟେର ପାଉନି ପୋଲିସ । ତେବେ ଆଜି ସକାଳେ ଏସଟିଏଫ ଓ ପୋଲିସର ମିଳିତ ଟିମ ହମିରପୁରରେ ଚଢାଉ କରିଥିଲେ ।

ସେଠାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଡାହାଣ ହାତ ଅମର ଦୁବେକୁ ପୋଲିସ ଏନକାଉଣ୍ଟରରେ ମାରିଥିବା ବେଳେ ଅନ୍ୟଜଣେ ସହଯୋଗୀ ଶ୍ୟାମୁ ବାଜପେୟୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଦୁଇ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । କୁଖ୍ୟାତ ଅପରାଧୀ ଶ୍ୟାମୁ ନାଁରେ 25 ହଜାରର ପୁରସ୍କାର ରାଶି ଘୋଷଣା ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.