ETV Bharat / bharat

କୋରୋନା ଭୟ: ରାସ୍ତାରେ ଛେପ ପକାଇଲେ ଗଣିବେ ଦ୍ବିଗୁଣ ଜୋରିମାନା

author img

By

Published : Mar 21, 2020, 1:55 PM IST

ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ମାର୍ଚ୍ଚ 31 ପର୍ଯ୍ୟନ୍ତ ପାନ ମସାଲା ଏବଂ ତମାଖୁ ବିକ୍ରୟ କରୁଥିବା ସମସ୍ତ ଦୋକାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଲୋକଙ୍କୁ ଦ୍ବିଗୁଣ ଜରିମାନା ଗଣିବାକୁ ପଡିବ ବୋଲି କୁହାଯାଇଛି ।

coronavirus news
ରାସ୍ତାରେ ଛେପ ପକାଇଲେ ଗଣିବେ ଦ୍ବିଗୁଣା ଜୋରିମାନା

ଅହମ୍ମଦାବାଦ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଛି ମାରାତ୍ମକ କୋରନା ଭାଇରସ । ଏହି କ୍ରମରେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 271ରେ ପହଞ୍ଚିଛି । ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରବିବାର ଦେଶ ଜନତା କର୍ଫ୍ୟୁ ପାଳିବ । ଏହା ମଧ୍ୟରେ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ମାର୍ଚ୍ଚ 31 ପର୍ଯ୍ୟନ୍ତ ପାନ ମସାଲା ଏବଂ ତମାଖୁ ବିକ୍ରୟ କରୁଥିବା ସମସ୍ତ ଦୋକାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଲୋକଙ୍କୁ ଦ୍ବିଗୁଣ ଜୋରିମାନା ଗଣିବାକୁ ପଡିବ ବୋଲି କୁହାଯାଇଛି ।

ଏହା ପୂର୍ବରୁ ସର୍ବସାଧାରଣ ସ୍ଥାନଗୁଡିକରେ ଛେପ ପକାଇବା 500ଟଙ୍କା ଜୋରିମାନା ଥିବାବେଳେ ଏବେ ତାହା ଦ୍ବିଗୁଣ କରାଯାଇ ଜୋରିମାନା 1000 ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ଯେଉଁମାନେ ଜୋରିମାନା ଦେବେ ନାହିଁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଅହମ୍ମଦାବାଦ ମ୍ୟୁନିସିପାଲିଟି କମିଶନର ବିଜୟ ନେହେରା କହିଛନ୍ତି । ଏଥିସହ ସେ କହିଛନ୍ତି, ଜନତା କର୍ଫ୍ୟୁକୁ ସମର୍ଥନ କରିବା ପାଇଁ ରବିବାର ଦିନ ସାଧାରଣ ପରିବହନ ଏବଂ ପାର୍କ ବନ୍ଦ ରହିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.