ETV Bharat / bharat

କୋରୋନା ସଙ୍କଟ ମଧ୍ୟରେ ଯୋଗୀଙ୍କ ବଡ ଘୋଷଣା, ଦିନ ମଜୁରିଆଙ୍କୁ ମିଳିବ 1000ଟଙ୍କା - ଯୋଗୀଙ୍କ ବଡ ଘୋଷଣା

କୋରୋନା ପାଇଁ କାମକୁ ଯାଇପାରୁନଥିବାରୁ ଦିନ ମଜୁରିଆଙ୍କୁ ମିଳିବ ଟଙ୍କା । 1000ଟଙ୍କାର ଭତ୍ତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ...

କୋରୋନା ସଙ୍କଟ ମଧ୍ୟରେ ଯୋଗୀଙ୍କ ବଡ ଘୋଷଣା, ଦିନ ମଜୁରିଆଙ୍କୁ ମିଳିବ 1000ଟଙ୍କା

author img

By

Published : Mar 21, 2020, 11:37 AM IST

ଲକ୍ଷ୍ନୌ: କୋରୋନାର କାୟା ବିସ୍ତାର ମଧ୍ୟରେ ବଡ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର । କୋରୋନା ପାଇଁ କାମକୁ ଯାଇପାରୁନଥିବାରୁ ଦିନ ମଜୁରିଆଙ୍କୁ ମିଳିବ ଟଙ୍କା । ଦିନମଜୁରିଆଙ୍କ ପାଇଁ 1000ଟଙ୍କାର ଭତ୍ତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି 20 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ମିଳିବ 1000ଟଙ୍କାର ଭତ୍ତା ଅର୍ଥ ।

ଶ୍ରମ ବିଭାଗ ଅଧିନରେ 20 ଲକ୍ଷ 37 ହଜାର ପଞ୍ଜିକୃତ ଶ୍ରମିକ ରହିଛନ୍ତି । 15 ଲକ୍ଷ ସଫେଇ କର୍ମାଚାରୀଙ୍କ ଭରଣପୋଷଣ ପାଇଁ ସରକାର ହଜାରେ ଟଙ୍କା ଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଏହି ଟଙ୍କା ସିଧାସଳଖ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦିଆଯିବ । ତେବେ ଯୋଗୀଙ୍କ ଏହି ଘୋଷଣା ପରେ ଉତ୍ତରପ୍ରଦେଶର 35 ଲକ୍ଷ ଶ୍ରମିକଙ୍କୁ ଏହାର ଲାଭ ମିଳିବ ।

ସମସ୍ତଙ୍କ ମନରେ କୋରୋନାକୁ ନେଇ ଭୟ ରହିଛି । ଏପରି ସ୍ଥିତିରେ କାହାରିକୁ ବି ଘରୁ ନବାହାରିବାକୁ ପରାମର୍ଶ ଦିଆଯାଉଛି । ଏପରି ସ୍ଥିତିରେ ଶ୍ରମିକଙ୍କୁ ଯେପରି ଘର ଚଳାଇବାରେ ଅସୁବିଧା ନହୁଏ, ସେଥିପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏପରି ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 26 ଜଣ କୋରୋନା ଦ୍ବାରା ଆକ୍ରାନ୍ତ ହୋଇସାରିଲେଣି । କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ମଲ, ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.