ଭୋପାଳ: ବିଧିବଦ୍ଧ ଭାବେ ବୁଧବାର ବିଜେପିରେ ଯୋଗ ଦେବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପହଞ୍ଚିଛନ୍ତି । ବାଜା, ଢୋଲ ବଜାଇ ମହାରାଜଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ବିଜେପି କର୍ମକର୍ତ୍ତା । ସ୍ଥାନୀୟ ଏୟାରପୋର୍ଟରେ ପହଞ୍ଚିବା ପରେ ସିନ୍ଧିଆ ଏଠାରୁ ରୋଡ ଶୋ’ କରି ମଧ୍ୟପ୍ରଦେଶ ବିଜେପି ମୁଖ୍ୟାଳୟ ଯାଉଛନ୍ତି । ରାଜ୍ୟ ବିଜେପି ମୁଖ୍ୟାଳୟରେ ମଧ୍ୟ ସିନ୍ଧିଆଙ୍କ ସ୍ବାଗତ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଫୁଲ, ପୋଷ୍ଟର ବ୍ୟାନରରେ ସଜା ହୋଇଛି ବିଜେପି କାର୍ଯ୍ୟାଳୟ । ଏକ ପ୍ରକାରର ରାଜକୀୟ ସ୍ବାଗତ ଭଳି ପରିଲକ୍ଷିତ ହୋଇଛି ।
ବୁଧବାର କଂଗ୍ରେସଠୁ ନାରାଜ ହୋଇ 18 ବର୍ଷର ସମ୍ପର୍କ ଛିନ୍ନ କରିବା ସହ ବିଜେପିରେ ସାମିଲ ହୋଇଥିଲେ ସିନ୍ଧିଆ । ପଦ୍ମ ଧରିବାର କିଛି ଘଣ୍ଟା ପରେ ବିଜେପି ସିନ୍ଧିଆଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା । ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ ପରେ ମଧ୍ୟପ୍ରଦେଶ ଜନସାଧାରଣଙ୍କ ସେବା ପ୍ରଥମ ଲକ୍ଷ୍ୟ ବୋଲି କହିଥିଲେ ସିନ୍ଧିଆ ।
@ANI