ETV Bharat / bharat

ଲକଡାଉନ: ଜନ୍ମଦିନରେ ଜିଦିଆ ଶିଶୁକୁ ଖୁସି କଲେ ପୋଲିସ

author img

By

Published : Apr 20, 2020, 11:10 PM IST

ପୋଲିସଙ୍କ ଉଦାରତା । 5 ବର୍ଷୀୟ ଶିଶୁର ଜିଦିକୁ ପୂରଣ କରିବାକୁ ଯାଇ ଲକଡାଉନ ବେଳେ କେକ୍‌ ନେଇ ଘରେ ପହଞ୍ଚିଲେ ।

roorkee-police-gave-cake-to-child-on-birthday
ଲକଡାଉନ: ଜନ୍ମଦିନରେ ଜିଦିଆ ଶିଶୁକୁ ଖୁସି କଲେ ପୋଲିସ

ଡେରାଡୁନ: ଲକଡାଉନ ବେଳେ ପୋଲିସର ଅନେକ ରୂପ ଦେଖିବାକୁ ମିଳୁଛି । ପୋଲିସମାନେ କେତେବେଳେ ଅସହାୟଙ୍କ ସାହାଯ୍ୟ କରୁଛନ୍ତି ତ ଆଉ କେତେବେଳେ ଅମାନିଆଙ୍କୁ ସାବାଡ କରୁଛନ୍ତି । ଏହି ଭିତରେ ଉତ୍ତରାଖଣ୍ଡର ରୁରକି ପୋଲିସଙ୍କ ନୂଆ ରୂପ ସାମ୍ନାକୁ ଆସିଛି । ଶିଶୁଟିର ଜନ୍ମଦିନରେ ତା' ମୁହଁରେ ହସ ଫୁଟାଇଛନ୍ତି ।

ରୁରକିର ଗଙ୍ଗନହର କୋତଓ୍ବାଲି ଅଞ୍ଚଳର ମକତୁଲପୁରୀ ନିବାସୀ ସନ୍ନୀ କୌଶିକ ଜଣେ ଟିଭି ସିରିୟଲର ଅଭିନେତା । ଏହି ସମୟରେ ସେ ଲକଡାଉନ ଯୋଗୁଁ ମୁମ୍ବାଇରେ ଫସି ରହିଛନ୍ତି । ସନ୍ନିଙ୍କ 5 ବର୍ଷୀୟ ପୁଅର 19 ଏପ୍ରିଲରେ ଜନ୍ମଦିନ ଥିଲା । ପୁଅର ଜିଦି ଥିଲା ବାପା ଘରକୁ ଆସନ୍ତୁ । ବାପା ମନା କରିବାରୁ , ପୁଅ ଜିଦି କଲା ପୋଲିସ ଅଙ୍କଲ କେକ୍‌ ଆଣିଲେ, ସେହି କେକ୍‌ କାଟିବି ।

ତେବେ ପୁଅର ଜିଦି କଥା ତାଙ୍କ ବନ୍ଧୁଙ୍କୁ ଫୋନ୍‌ ମାଧ୍ୟମରେ ଜଣାଇଲେ । ତାଙ୍କ ବନ୍ଧୁ ଜଣକ ସ୍ଥାନୀୟ ପୋଲିସକର୍ମଚାରୀଙ୍କୁ ସମ୍ପର୍କ କଲେ । ଏହାପରେ ପୋଲିସକର୍ମୀ ମାନେ କେକ୍‌ ନେଇ ଶିଶୁଟିର ଘରେ ପହଞ୍ଚିଥିଲେ । ଏହାପରେ ପୋଲସକର୍ମୀଙ୍କୁ ବାର୍ଥଡେ କେକ୍‌ ସହ ଦେଖି ଖୁସି ହୋଇଥିଲା ଶିଶୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.