ETV Bharat / bharat

ଅଟଳ ଟନେଲରୁ ସୋନିଆ ଗାନ୍ଧୀଙ୍କ ଶିଳାନ୍ୟାସ ପଥର ହଟାଇବା ପ୍ରସଙ୍ଗ, ବିରୋଧ ପ୍ରଦର୍ଶନ କରିବ କଂଗ୍ରେସ - sonia gandhis foundation stone plate is removed

ହିମାଚଳ ପ୍ରଦେଶ କଂଗ୍ରେସ ଅଟଳ ଟନେଲରୁ ସୋନିଆ ଗାନ୍ଧୀଙ୍କ ନାମର ଶିଳାନ୍ୟାସ ପଥର ହଟାଇବା ବିରୋଧରେ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିବାକୁ ଅଣ୍ଟା ଭିଡିଛି ।

ଅଟଳ ଟନେଲରୁ ସୋନୀଆ ଗାନ୍ଧୀଙ୍କ ମୂଳଦୁଆ ହଟାଇବା ପ୍ରସଙ୍ଗ

author img

By

Published : Oct 13, 2020, 3:43 PM IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ କଂଗ୍ରେସ ଅଟଳ ଟନେଲରୁ ସୋନିଆ ଗାନ୍ଧୀଙ୍କ ନାମର ଶିଳାନ୍ୟାସ ପଥର ହଟାଇବା ବିରୋଧରେ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିବାକୁ ଅଣ୍ଟା ଭିଡିଛି । ଏ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରାଯାଇଛି। ଏହି ଟନେଲ ମନାଲିକୁ ଲାହୋଲ ସ୍ପିଟି ସହିତ ସଂଯୋଗ କରେ । ପ୍ରାୟ 9 କିଲୋମିଟର ଲମ୍ବା ଏହି ଟନେଲକୁ ଚଳିତ ମାସ 3 ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି।

କଂଗ୍ରେସ କହିଛି ଯେ ଦଳର ସଭାପତି ସୋନିଆ ଗାନ୍ଧୀ ଜୁନ୍ 28, 2010 ରେ ରୋହତଙ୍ଗ ଟନେଲ ପ୍ରକଳ୍ପର ଦକ୍ଷିଣ ପୋର୍ଟାଲରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସୋନିଆ ଗାନ୍ଧୀଙ୍କ ନାମର ଭିତ୍ତି ପ୍ରସ୍ତରକୁ ହଟାଇବା ନେଇ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିଛି। ଲାହୋଲ ଏବଂ ସ୍ପିଟି କଂଗ୍ରେସ ସଭାପତି ଗ୍ୟାଲଚନ୍ ଠାକୁର କିଲୋଙ୍ଗ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଠାକୁରଙ୍କ ଅନୁଯାୟୀ, ଭିତ୍ତିପ୍ରସ୍ତର ପଥର ହଟାଇବା ଅଗଣତାନ୍ତ୍ରିକ।

ଲାହୋଲ ଏବଂ ସ୍ପିଟି ମହିଳା କଂଗ୍ରେସ ଅଧ୍ୟକ୍ଷ ଶଶୀ କିରଣ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ମନାଲି ବ୍ଲକ କଂଗ୍ରେସ ଅଧ୍ୟକ୍ଷ ହରିଚନ୍ଦ ଶର୍ମା କହିଛନ୍ତି ଯେ ଅଟଳ ଟନେଲର ଉଦଘାଟନ କେବଳ ବିଜେପି ସମର୍ଥକଙ୍କ ମଧ୍ୟରେ ସୀମିତ ରହିଛି। କଂଗ୍ରେସ ଚେତାବନୀ ଦେଇଛି ଯେ ଯଦି ହଟାଯାଇଥିବା ଶିଳାନ୍ୟାସ ପଥରକୁ 15 ଦିନ ମଧ୍ୟରେ ଏହାର ମୂଳ ସ୍ଥାନରେ ରଖାନଯାଏ ତେବେ ସାରା ରାଜ୍ୟରେ ବିରୋଧ ଆରମ୍ଭ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.