ETV Bharat / bharat

ଖଣ୍ଡେ ପଥର ଦୂର କରେ ପିଠି ଯନ୍ତ୍ରଣା, ଜାଣନ୍ତୁ କେଉଁଠି

author img

By

Published : Jul 5, 2020, 9:32 AM IST

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି ଏକ ଚମତ୍କାର ପଥର ସମ୍ବନ୍ଧରେ ଯାହାର ଯାଦୁଗରୀ ସ୍ପର୍ଶରେ ଭଲ ହୋଇଯିବ ଶରୀରର କଷ୍ଟ, ପିଠି ଯନ୍ତ୍ରଣା ଏବଂ ହଜମ ଜନିତ ସମସ୍ୟା। ଏହି ପଥର ତେଲେଙ୍ଗାନାର ନିଜାମବାଦ ସହରଠାରୁ 9 କିଲୋମିଟର ଦୂରରେ ଅବସ୍ଥିତି ମାଲକପୁରରେ। ଏଠାକାର ଗ୍ରାମବାସୀ ଏହି ପଥର ଆବିଷ୍କାର କରି ଯନ୍ତ୍ରଣା ମୁକ୍ତ ହୋଇଥିବା ଦାବି କରିଛନ୍ତି।

ଖଣ୍ଡେ ପଥର ଦୂର କରେ ପିଠି ଯନ୍ତ୍ରଣା, ଜାଣନ୍ତୁ କେଉଁଠି
ଖଣ୍ଡେ ପଥର ଦୂର କରେ ପିଠି ଯନ୍ତ୍ରଣା, ଜାଣନ୍ତୁ କେଉଁଠି

ହାଇଦ୍ରାବାଦ: ଆଗଉଛି ଦେଶ, ଉନ୍ନତି ପଥରେ ମଣିଷ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଣିଷ ଏବେ 100 ପାଦ ଆଗରେ। ହେଲେ ଏବେ ମଧ୍ୟ ଅନେକ ସ୍ଥାନ ରହିଛି, ଯେଉଁଠି ପୁରୁଣା ପ୍ରଥା ପରମ୍ପରା ଓ ଝଡାଫୁଙ୍କା, ଅଲୌକିକ ସ୍ପର୍ଶରେ ଆରୋଗ୍ୟ ଲାଭ ଉପରେ ବିଶ୍ବାସ ରଖେ ମଣିଷ। ବିଂଶ ଶତାଦ୍ଦୀରେ ଏହା ସମ୍ପୂର୍ଣ୍ଣ ବିଲୋପ ହୋଇନାହିଁ। ଆଉ ଯେଉଁଠି ଫେଲ ମାରିଯାଏ ଔଷଧ ସେଠି ପଥର ଉପରେ ମଧ୍ୟ ଆସ୍ଥା ଓ ବିଶ୍ବାସ ବାନ୍ଧିଥାଏ ଆଜିକାର ଏହି ଶିକ୍ଷିତ ସମାଜ। ପୂର୍ବରୁ ଏପରି ଅନେକ ଉଦାହରଣ ଆପଣଙ୍କ ଦୃଷ୍ଟିରେ ରହିଛି।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି ସେହିପରି ଆଉ ଏକ ଚମତ୍କାର ପଥର ସମ୍ବନ୍ଧରେ ଯାହାର ଯାଦୁଗରୀ ସ୍ପର୍ଶରେ ଭଲ ହୋଇଯିବ ଶରୀରର କଷ୍ଟ, ପିଠି ଯନ୍ତ୍ରଣା ଏବଂ ହଜମ ଜନିତ ସମସ୍ୟା। ଏହି ପଥର ତେଲେଙ୍ଗାନାର ନିଜାମବାଦ ସହରଠାରୁ 9 କିଲୋମିଟର ଦୂରରେ ଅବସ୍ଥିତି ମାଲକପୁରରେ। ଏଠାକାର ଗ୍ରାମବାସୀ ଏହି ପଥର ଆବିଷ୍କାର କରି ଯନ୍ତ୍ରଣା ମୁକ୍ତ ହୋଇଥିବା ଦାବି କରିଛନ୍ତି। ଯଦି ବିଶ୍ବାସ ହେଉନି ଥରେ ପଥର ତଳକୁ ପ୍ରବେଶ କରନ୍ତୁ ଆପେ ଆପେ ଉତ୍ତର ମିଳିଯିବ ବୋଲି ସ୍ଥାନୀୟ ଲୋକେ କହିଥାନ୍ତି।

ତେବେ ଗାଁ ଉପକଣ୍ଠରେ ଥିବା ‘ଚମତ୍କାର ପଥର’ତଳେ ଏକ ସଂକୀର୍ଣ୍ଣ ବାଟ ସ୍ବରୂପ ଖାଲି ଅଂଶ ରହିଛି । ଯାହା ଭିତରେ ଜଣେ ନିଜକୁ ପ୍ରବେଶ କରାଇପାରିବ। ମାଲକପୁର ଗ୍ରାମବାସୀଙ୍କ ବିଶ୍ବାସ ଯେ ଡାକ୍ତରଙ୍କ ଦେଖା ପରିବର୍ତ୍ତେ ପଥର ତଳେ ଗୁରୁଣ୍ଡିବା ପରି ଶୋଇ ରହିଲେ ସେମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ପ୍ରତ୍ୟେକ ଦିନ ଏହି ପଥର ଚିକିତ୍ସା ପାଇଁ 20 ଜଣ ଲୋକ ଉକ୍ତ ସ୍ଥାନ ପରିଦର୍ଶନ କରିଥାନ୍ତି।

ଏହି ରୋଗୀମାନଙ୍କ ମଧ୍ୟରେ ଅନେକ ଉଚ୍ଚଶିକ୍ଷିତ ବ୍ୟକ୍ତି ମଧ୍ୟ ଅଛନ୍ତି। ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ଯେ ଯେଉଁମାନେ ଆରୋଗ୍ୟ ହୋଇଛନ୍ତି ସେମାନେ ଏହି ଖବର ପ୍ରଚାର କରିବା ଉଚିତ୍। ‘ପଥର ଚିକିତ୍ସା’ ମଧ୍ୟ ମାଗଣାରେ, ଗ୍ରାମବାସୀମାନେ କରିଥାନ୍ତି। ଏବଂ କହିଛନ୍ତି ଯେ ବାହାର ଲୋକଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ।

ବର୍ତ୍ତମାନ ସମୟରେ 40 ବର୍ଷରୁ ଉର୍ଦ୍ଧ୍ବ ଅଧିକାଂଶ ଲୋକଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଶରୀର ଯନ୍ତ୍ରଣା ଭଳି ସମସ୍ୟା ରହିଥାଏ। ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟୀ ସାବ୍ୟସ୍ତ ହେବ। ଆଜି କାଲି ନୁହେଁ ପିଢି ପରେ ପିଢି ଗ୍ରାମବାସୀଙ୍କୁ ଏହି ପଥର ସାହାଯ୍ୟ କରିଆସୁଛି। ରବିବାର ଏଠାରେ ଅଧିକ ପରିଦର୍ଶକମାନେ ଆସିଥାନ୍ତି।

ଏପରିକି କୋଭିଡ ସମୟରେ ନିଜାମାବାଦରୁ ମାଲକପୁର ପର୍ଯ୍ୟନ୍ତ ବସ୍ ସେବା ଉପରେ ପ୍ରତିବନ୍ଧକ ଥିବାରୁ ଲୋକମାନେ ଅଟୋ ନେଇ ସେହି ସ୍ଥାନକୁ ପହଞ୍ଚନ୍ତି। ବର୍ତ୍ତମାନ ଏହି ଚମତ୍କାରୀ ପଥର ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଲୋକଙ୍କୁ ଆକର୍ଷିତ କରିବ ବୋଲି ବିଶ୍ବାସ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.