ନୂଆଦିଲ୍ଲୀ: ପାରିବାରିକ ରାଜନୀତିକୁ ଓହ୍ଲାଇବେ ରବର୍ଟ ଭଦ୍ରା । ମୋରଦାବାଦରୁ ନିର୍ବାଚନ ଲଢିବା ନେଇ ଦେଲେ ସଙ୍କେତ । କଂଗ୍ରେସର ମହାସଚିବ ପ୍ରୟଙ୍କା ଗାନ୍ଧୀଙ୍କ ସ୍ବାମୀ ତଥା କଂଗ୍ରେସ ଅନ୍ତରୀକ୍ଷ ଅଧ୍ୟକ୍ଷାଙ୍କ ଜ୍ବାଇଁ ହେଉଛନ୍ତି ରରର୍ଟ ଭଦ୍ରା । ପୂର୍ବରୁ ରାଜନୀତିରେ ଆସିବା ନେଇ ଖୁବ ଆଲୋଚନା ହେଉଥିବା ବେଳେ ଆଜି ସେ ଏନେଇ କହିଛନ୍ତି, ‘ଯଦି ଜନତା ଚାହିଁବେ ସେ ନିଶ୍ଚୟ ରାଜନୀତିରେ ପ୍ରବେଶ କରିବେ । ’
ଦିନିକିଆ ଆଜମେର ଗସ୍ତରେ ଆସିଥିବା ଭଦ୍ରା ମିଡିଆ ସହ ସାକ୍ଷାତ କରିଥିଲେ । ଯେଉଁଠି ସେ କହିଥିଲେ କେନ୍ଦ୍ର ସରକାର ଅଯଥାରେ ଗାନ୍ଧୀ ପରିବାରକୁ ହଇରାଣ କରୁଛନ୍ତି । ତାଙ୍କ ବିରୋଧରେ ବିଭିନ୍ନ ଏଜେନ୍ସି ଲଗାଇ ହଇରାଣ କରୁଥିବାର ମଧ୍ୟ ସେ କହିଥିଲେ । ଏପରିକି ଏସପିଜି ହଟାଯିବାକୁ ନେଇ ଭଦ୍ରା କହିଥିଲେ, ବର୍ତ୍ତମାନ ତାଙ୍କ ପରିବାର ଏକ ଘଟଣାରୁ ସାମାନ୍ୟ ବର୍ତ୍ତିଯାଇଛନ୍ତି । ଯଦି ତାଙ୍କୁ ଏହି ସୁରକ୍ଷା ଦିଆଯାଇଥିଲା ତେବେ ଏହାକୁ ବଜାୟ ରଖିବାର ଥିଲା। ଆଉ ବର୍ତ୍ତମାନ ପରିସ୍ଥିତିରେ ମହିଳା ଓ ନାରୀ ସୁରକ୍ଷାକୁ ନେଇ ମଧ୍ୟ କହିଥିଲେ ଏଠାରେ କେହି ସୁରକ୍ଷିତ ନାହାଁନ୍ତି। ରାଜନୀତିରେ ପ୍ରବେଶକୁ ନେଇ କହିଥିଲେ ଯେ, ସେ ନିଶ୍ଚୟ ରାଜନୀତିକୁ ଓହ୍ଲାଇବେ।