ETV Bharat / bharat

ଟ୍ରମ୍ପଙ୍କ ସହ ଭାରତ ଆସିବେ ଆମେରିକା ମୁଖ୍ୟ ସୁରକ୍ଷା ପରାମର୍ଶଦାତା - robert obrien wilbur ross among 12 member delegation accompanying trump

ଆସନ୍ତା 24 ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତ କରୁଛନ୍ତି । ଗସ୍ତ ଅବସରରେ ଏକ 12 ଜଣିଆ ପ୍ରତିନିଧି ମଣ୍ଡଳୀ ମଧ୍ୟ ଆସିବେ । ଏହି ପ୍ରତିନିଧି ମଣ୍ଡଳୀରେ ଆମେରିକାର ମୁଖ୍ୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାଇନଙ୍କ ସମେତ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି । ଅଧିକ ପଢନ୍ତୁ..

robert obrien wilbur ross among 12 member delegation accompanying trump during india visit
ଟ୍ରମ୍ପଙ୍କ ସହ ଭାରତ ଆସିବେ ଆମେରିକା ମୁଖ୍ୟ ସୁରକ୍ଷା ପରାମର୍ଶଦାତା
author img

By

Published : Feb 22, 2020, 1:01 PM IST

ୱାଂଶିଟନ: ଆସନ୍ତା 24 ତାରିଖରେ ଟ୍ରମ୍ପ ଭାରତ ଗସ୍ତ କରୁଛନ୍ତି । ଗସ୍ତ ଅବସରରେ ଏକ 12 ଜଣିଆ ପ୍ରତିନିଧି ମଣ୍ଡଳୀ ମଧ୍ୟ ଆସିବେ । ଏହି ପ୍ରତିନିଧି ମଣ୍ଡଳୀରେ ଆମେରିକାର ମୁଖ୍ୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାଇନ, ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ ଜ୍ବାଇଁ ଜାରେଦ କୁସନରଙ୍କ ସହ ଅନ୍ୟ ଅଧିକାରୀମାନେ ରହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତ କରୁଛନ୍ତି । ଏହାସହ ଜାତୀୟ ସୁରକ୍ଷା ପରାମର୍ଶଦାତା, ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନିଥ ଜଷ୍ଟର, ଶକ୍ତି ସଚିବ ଡାନ ବ୍ରୋଉଲିଟେ, ହ୍ବାଇଟ ହାଉସ ଚିଫ ଷ୍ଟାଫ ମାଇକ ମୁଲଭାନେ, ହ୍ବାଇଟ ହାଉସ ବରିଷ୍ଠ ପରାମର୍ଶଦାତା ଷ୍ଟିଫେନ ମିଲର, ହ୍ବାଇଟ ହାଉସ ସୋସିଆଲ ମିଡିଆ ନିର୍ଦ୍ଦେଶକ ଡାନ ସ୍କାଭିନୋ, ଆମେରିକା ପ୍ରଥମ ମହିଳାଙ୍କ ମୁଖ୍ୟ ବ୍ୟକ୍ତିଗତ ଅଧିକାରୀ, ହ୍ବାଇଟ ହାଉସ ପରାମର୍ଶଦାତା ରବର୍ଟ ବ୍ଲେୟାର ଓ ହ୍ବାଇଟ ହାଉସ ପ୍ରେସ ସେକ୍ରେଟାରୀ ଷ୍ଟିଫାନେ ଗ୍ରିସମ ପ୍ରମୁଖ ଭାରତ ଗସ୍ତ କରିବେ ।

ସେହିପରି ଦ୍ବିପାକ୍ଷିକ ଆଲୋଚନାରେ ୟୁଏସ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଡାମ ଏସ ବୋହେଲର, ଫେଡେରାଲ କମ୍ୟୁନିକେସନ କମିଶନ ଚେୟାରମ୍ୟାନ ଅଜିତ ପାଇ, ଲିସା କର୍ଟିସ, ଜାତୀୟ ସିକ୍ୟୁରିଟି କାଉସିଲର ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ପାଇଁ ସିନିୟର ଡାଇରେକ୍ଟର ଓ ଜଣେ ପୂର୍ବତନ ଜାତୀୟ ନିରାପତ୍ତା ଅଧିକାରୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

ଆମେରିକା ରାଷ୍ଟ୍ରପତି ଆସନ୍ତା 24ରୁ 2 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏହି ଅବସରରେ ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି 25 ତାରିଖରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିରେ ପ୍ରତିନିଧିସ୍ତରୀୟ ଆଲୋଚନା ସାମିଲ ରହିଛି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.