ଉତ୍ତରାଖଣ୍ଡ: କୋତୱାଲି ବାଙ୍ଗରମଉର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସଡକ ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା ବସ୍ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କାରେ ଟ୍ରଲି ଓଲଟି ପଡିଛି । ଟ୍ରଲିରେ ବସିଥିବା ପାଖାପାଖି 25 ଜଣ ଲୋକ ଏହା ତଳେ ଚାପି ହୋଇ ଯାଇଛନ୍ତି ।
ଏହି ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 22ଜଣ ଏଥିରେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସିଏଚ୍ସି ବାଙ୍ଗରମଉରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ଟ୍ରାକ୍ଟର ଟ୍ରଲିରେ ଥିବା ସମସ୍ତ ଯାତ୍ରୀ ଲୋଧେଶ୍ବର ମନ୍ଦିରରୁ ଦର୍ଶନ କରି ଫେରୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ