ଆଗ୍ରା: ମଥୁରା ବଳଦେବ କ୍ଷେତ୍ର ବୁର୍ଜ ସୁଖଦେବ ନିକଟସ୍ଥ ଯମୁନା ଏକ୍ସପ୍ରେସ ୱେରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଆମ୍ବୁଲାନ୍ସ ନିୟନ୍ତ୍ରଣ ହରାଇ କାରକୁ ଧକ୍କା ଦେବା ଫଳରେ 7 ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ଏକ ଆମ୍ବୁଲାନ୍ସ ଶବ ନେଇ ଦିଲ୍ଲୀରୁ ବିହାର ଆସୁଥିଲା। ଦ୍ରୃତ ଗତିରେ ଆସୁଥିବା ଆମ୍ବୁଲାନ୍ସଟି ପ୍ରଥମେ ରୋଡ ଡିଭାଇଡରରେ ପିଟି ହୋଇ ସାମ୍ନାପଟୁ ଆସୁଥିବା ଏକ କାରକୁ ଧକ୍କା ଦେଇଥିଲା। ଉଭୟ ଗାଡିରେ ସର୍ବମୋଟ 10 ଜଣ ରହିଥିବା ବେଳେ ସେଥିମଧ୍ୟରୁ 7 ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଆହତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।