ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) 4ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଆରଜେଡି ଦିଲ୍ଲୀ ନିର୍ବାଚନ କଂଗ୍ରେସ ସହ ମେଣ୍ଟ କରି ଲଢୁଛି । କଂଗ୍ରେସ ସହ ମିଶି ମାତ୍ର ୪ଟି ଆସନରେ ଲଢୁଛି ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ।
-
RJD’s candidates for Delhi Assembly Elections:-
— Rashtriya Janata Dal (@RJDforIndia) January 20, 2020 " class="align-text-top noRightClick twitterSection" data="
Constituency: Burari
Candidate: Sh. Pramod Tyagi
Constituency: Kirari
Candidate: Dr. Md. Riyazuddin Khan
Constituency: Uttam Nagar
Candidate: Sh. Shakti Kumar Bishnoi
Constituency: Palam
Candidate: Sh. Nirmal Kumar Singh
">RJD’s candidates for Delhi Assembly Elections:-
— Rashtriya Janata Dal (@RJDforIndia) January 20, 2020
Constituency: Burari
Candidate: Sh. Pramod Tyagi
Constituency: Kirari
Candidate: Dr. Md. Riyazuddin Khan
Constituency: Uttam Nagar
Candidate: Sh. Shakti Kumar Bishnoi
Constituency: Palam
Candidate: Sh. Nirmal Kumar SinghRJD’s candidates for Delhi Assembly Elections:-
— Rashtriya Janata Dal (@RJDforIndia) January 20, 2020
Constituency: Burari
Candidate: Sh. Pramod Tyagi
Constituency: Kirari
Candidate: Dr. Md. Riyazuddin Khan
Constituency: Uttam Nagar
Candidate: Sh. Shakti Kumar Bishnoi
Constituency: Palam
Candidate: Sh. Nirmal Kumar Singh
ଆରଜେଡି ଦିଲ୍ଲୀର ବୁରାଡି, କିରାଡି, ଉତ୍ତମ ନଗର ଓ ପାଲାମରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି । ବୁରଡିରୁ ପ୍ରମୋଦ ତ୍ୟାଗୀ, କିରାଡିରୁ ରିୟାଜଉଦ୍ଦୀନ ଖାନ, ଉତ୍ତମ ନଗରରୁ ଶକ୍ତି କୁମାର ବିଶ୍ରୋଇ ଓ ପାଲମରୁ ନିର୍ମଳ କୁମାର ସିଂହଙ୍କୁ ଆରଜେଡି ଟିକେଟ ପ୍ରଦାନ କରିଛି ।
କଂଗ୍ରେସ ୭୦ଟି ବିଧାନସଭା ଆସନରୁ ୬୬ଟିରେ ଲଢ଼ିବ ଓ ସହଯୋଗୀ ଆରଜେଡି ସୋମବାର ୪ ଆସନରେ ନିର୍ବାଚନ ଲଢିବ । ଆରଜେଡି ବର୍ତ୍ତମାନ ସୁଦ୍ଧା ଦଳର ଷ୍ଟାର ପ୍ରଚାରକ ନାମ ଘୋଷଣା କରି ନାହିଁ । ମାତ୍ର କୁହାଯାଉଛି ଯେ, ପାର୍ଟିର ଯୁବ ନେତା ତେଜସ୍ବୀ ଯାଦବ ପ୍ରଚାର ମଙ୍ଗ ସମ୍ଭାଳିବେ । ଅନ୍ୟପକ୍ଷରେ କଂଗ୍ରେସ ୭୦ଟି ବିଧାନସଭାରୁ ପ୍ରଥମ ପର୍ଯ୍ୟାୟରେ ୫୪ଟି ଓ ଦ୍ବିତୀୟ ପର୍ଯ୍ୟାୟରେ 7ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ।
ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଜାନୁୟାରୀ ୨୧କୁ ରଖାଯାଇଛି । ଜାନୁୟାରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୪ରେ ପ୍ରତ୍ୟାହାରର ଶେଷ ତାରିଖ । ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଫେବୃୟାରୀ ୨୨ରେ ଶେଷ ହେଉଛି । ଫେବୃୟାରୀ ୮ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ୧୧ରେ ଘୋଷଣା କରାଯିବ । ପ୍ରାୟ ୧.୪୬ କୋଟି ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।