ETV Bharat / bharat

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭୁଲ ବୁଝାମଣା ଏବଂ ସଂଘର୍ଷ ଆଶଙ୍କା ବଢୁଛି: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋରିସନ କହିଛନ୍ତି, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆଞ୍ଚଳିକ ଅଧିକାରକୁ କେନ୍ଦ୍ର କରି ଉତ୍ତେଜନା ବଢ଼ିବାରେ ଲାଗିଛି । ଯାହାକି ନିକଟରେ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ, ଦକ୍ଷିଣ ଚୀନସାଗର ଏବଂ ପୂର୍ବ ଚୀନ ସାଗରରେ ପରିଲକ୍ଷିତ ହୋଇଛି । ଭୁଲ ଗଣନା ଏବଂ ସଂଘର୍ଷ ଜନିତ ବିପଦ ସମ୍ଭାବନା ବଢୁଛି ।

author img

By

Published : Jul 2, 2020, 9:04 AM IST

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭୁଲ ବୁଝାମଣା ଏବଂ ସଂଘର୍ଷ ଆଶଙ୍କା ବଢୁଛି: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭୁଲ ବୁଝାମଣା ଏବଂ ସଂଘର୍ଷ ଆଶଙ୍କା ବଢୁଛି: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ବାସ୍ତବ ନିୟନ୍ତ୍ରଣ ରେଖାରୁ ଆରମ୍ଭ କରି ଦକ୍ଷିଣ ଚୀନ ସାଗର ପର୍ଯ୍ୟନ୍ତ, ଚୀନର ଆକ୍ରମଣାତ୍ମକ ଭଙ୍ଗୀକୁ ନେଇ ସାରା ବିଶ୍ବରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ଦେଶର ସ୍ବାର୍ଥ ବିରୋଧୀ କୌଣସି ଉଦ୍ୟମକୁ ଏବଂ ଅଧିକ ଗୁରୁତ୍ବପୂର୍ଣ୍ଣ ଭାବରେ, ‘ଆବଶ୍ୟକ ସ୍ଥଳେ ବିଶ୍ବସନୀୟ ସାମରିକ ଶକ୍ତି ବଳରେ’ ପ୍ରତିହତ କରିବା ପାଇଁ ଅଷ୍ଟ୍ରେଲିଆ 2016ର ରଣକୌଶଳ ଭିତ୍ତିକ ପ୍ରତିରକ୍ଷା ରୂପରେଖର ପୁନଃନବୀକରଣ କରିଛି । ଆଜି, 2020ର ପ୍ରତିରକ୍ଷା ରଣକୌଶଳ ପୁନଃନବୀକରଣକୁ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଏକ 270 ବିଲିଅନ୍‌ (ଶହ କୋଟି) ଅଷ୍ଟ୍ରେଲୀୟଡଲାରର 10 ବର୍ଷିଆ ଯୋଜନା ଘୋଷଣା କରିଛନ୍ତି । କାନ୍‌ବେରା ସକାଶେ ଏଥିରେ ପ୍ରଥମ ଥର ପାଇଁ ଭୂମି, ସମୁଦ୍ର ଏବଂ ଆକାଶ ମାର୍ଗରେ ଉପଯୋଗୀ, ଦୀର୍ଘଗାମୀ ଏବଂ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ସାମିଲ କରାଯାଇଛି । ଏହି ନୂତନ ପୁନଃନବୀକରଣର କେନ୍ଦ୍ରରେ ରହିଛି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଅଧିକାରଭୁକ୍ତ ଅଞ୍ଚଳକୁ ନେଇ ଲାଗି ରହିଥିବା ଉତ୍ତେଜନାର ଆକଳନ ।

ପ୍ରଧାନମନ୍ତ୍ରୀ ମୋରିସନ କହିଛନ୍ତି, “ଆମ ଅଞ୍ଚଳ କେବଳ ଆମର ଭବିଷ୍ୟତ ନିର୍ଦ୍ଧାରଣ କରିବ ନାହିଁ, ଯଦିଓ କ୍ରମବର୍ଦ୍ଧମାନ ଭାବରେ ଅନ୍ତର୍ଜାତୀୟ ଆଧିପତ୍ୟ ଲାଗି ପ୍ରତିଦ୍ବନ୍ଦ୍ବିତାର ଏହା ଆମ ସମୟର ମୁଖ୍ୟ ପ୍ରସଙ୍ଗ । ଏହା ହେଉଛି ଏ ସଂପର୍କିତ କ୍ଷେତ୍ର ବିନ୍ୟାସ । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆଞ୍ଚଳିକ ଅଧିକାରକୁ କେନ୍ଦ୍ର କରି ଉତ୍ତେଜନା ବଢ଼ିବାରେ ଲାଗିଛି । ଯାହାକି ନିକଟରେ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ, ଦକ୍ଷିଣ ଚୀନସାଗର ଏବଂ ପୂର୍ବ ଚୀନ ସାଗରରେ ପରିଲକ୍ଷିତ ହୋଇଛି । ଭୁଲ ଗଣନା ଏବଂ ସଂଘର୍ଷ ଜନିତ ବିପଦ ସମ୍ଭାବନା ବଢୁଛି ।”

ଆଗକୁ ଆହୁରି ସତର୍କ କରାଇ ଦେଇ ସେ କହିଛନ୍ତି,“ନୂତନ ଏବଂ ସମ୍ଭାବିତ ଜ୍ଞାନକୌଶଳ ଦ୍ବାରା ଭୁଲ ତଥ୍ୟ ପ୍ରଦାନ ଏବଂ ବିଦେଶୀ ଶକ୍ତିର ହସ୍ତକ୍ଷେପ କାର୍ଯ୍ୟକାରୀ ହେବା ସହିତ ତ୍ବରାନ୍ବିତ ହେଉଛି । ଏବଂ ଅବଶ୍ୟ, ଆତଙ୍କବାଦ ଲୋପ ପାଇନାହିଁ ଏବଂ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ନୀତି ଏହାକୁ ସମର୍ଥନ କରିବା ସହିତ ଏକ ଦୀର୍ଘସ୍ଥାୟୀ ଆଶଙ୍କା ରୂପରେ ଏହା ବିଦ୍ୟମାନ । ଦେଶର ସାର୍ବଭୌମତ୍ବ ଏବଂ ଏହା ଦ୍ବାରା ପ୍ରଦତ୍ତ ନୀତିନିୟମ ଏବଂ ସ୍ଥିରତା ଚାପଗ୍ରସ୍ତ ହୋଇଛି ।”

ପ୍ରଭୁତ୍ବ ଜାହିର କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ପ୍ରତିଦ୍ବନ୍ଦ୍ବିତାକୁ ଉପଲକ୍ଷ କରି ଏ କ୍ଷେତ୍ରରେ, ବିଶେଷତଃ ରଣକୌଶଳ ଭିତ୍ତିକ ପରିବେଶରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିବା ସମୟରେ ଅନ୍ୟ ସମସ୍ତ ପକ୍ଷ କେବଳ ନିରବଦ୍ରଷ୍ଟା ହୋଇ ରହିପାରିବେ ନାହିଁ ବୋଲି ସେ ଦୃଢ଼ ମତପୋଷଣ କରିଥିଲେ । ତାଙ୍କ ମନ୍ତବ୍ୟରେ ସେ କହିଲେ, “ମୁକ୍ତ ଓ ଅବାଧ ବାଣିଜ୍ୟ, ସ୍ଥିରତା ଓ ସମୃଦ୍ଧି ଦିଗରେ ବାଟ କଢ଼ାଉଥିବା ପୁଞ୍ଜିନିବେଶ ଏବଂ ସହଯୋଗ, ଆମକୁ ଐକ୍ୟବଦ୍ଧ କରି ରଖିଥିବା ଲୋକଙ୍କ ମଧ୍ୟରେ ଥିବା ସଂପର୍କ ପଥରେ ଆମ ଅଞ୍ଚଳ ରହିବ ବୋଲି କେବଳ ଚୀନ୍‌ ଓ ଆମେରିକା ସ୍ଥିର କରିପାରିବେ ନାହିଁ । ଜାପାନ, ଭାରତ, କୋରିଆ ଜନରାଜ୍ୟ, ଦକ୍ଷିଣ ପୂର୍ବ ଏସିଆର ଦେଶ ସମୂହ, ଇଣ୍ଡୋନେସିଆ, ମାଲେସିଆ, ସିଙ୍ଗାପୁର, ଭିଏତନାମ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ସମସ୍ତଙ୍କର ନିଜସ୍ବ ସଂସ୍ଥା ରହିଛି, ସେମାନେ ନିଜର ପସନ୍ଦ ସ୍ଥିର କରିପାରିବେ ଏବଂ ଏକ ନିର୍ଦ୍ଦିଷ୍ଟ ଭୂମିକା ତୁଲାଇ ପାରିବେ ଏବଂ ଠିକ୍‌ସେମିତି ଅଷ୍ଟ୍ରେଲିଆ ମଧ୍ୟ ।”

ସୈନ୍ୟବଳର ଗଠନ ପ୍ରଣାଳୀ, ନୂତନ ସୈନ୍ୟବଳ ସୃଷ୍ଟି, ଅନ୍ତର୍ଜାତୀୟ ସଂପର୍କ ସହିତ ଦୀର୍ଘଗାମୀ କ୍ଷେପଣାସ୍ତ୍ର କ୍ଷେତ୍ରରେ ବିକାଶ ସାମର୍ଥ୍ୟ, ସାଇବର ସାମର୍ଥ୍ୟ ଏବଂ ନିଜ ଅଞ୍ଚଳରେ ପ୍ରବେଶ ଅନୁମତି ନ ଦେବା ପ୍ରସଙ୍ଗ ସମେତ ସମସ୍ତ ପ୍ରତିରକ୍ଷା ଯୋଜନାରେ ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ହାସଲ କରିବା ଏହି ନୂତନ ରୂପରେଖର ପରିସରଭୁକ୍ତ । ବହୁପାକ୍ଷିକ ସୁରକ୍ଷା ବାର୍ତ୍ତାଳାପ ବା କ୍ବାଡ୍‌ରେ ଜାପାନ, ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଅଷ୍ଟ୍ରେଲିଆ ଏକ ପ୍ରମୁଖ ଅଂଶୀଦାର ରାଷ୍ଟ୍ର । ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟରେ ଏବେ ଅଷ୍ଟ୍ରେଲିଆ ଏହାର ନୌସେନାରେ ବୃହତ୍‌ ପୁନର୍ବିନ୍ୟାସ ସହିତ ବାୟୁସେନାରେ ବଡ଼ ଧରଣର ପରିବର୍ତ୍ତନ କରିବ ବୋଲି ଆଶା କରାଯାଉଛି । ବାୟୁସେନାରେ ଅତ୍ୟାଧୁନିକ ଏଫ୍-35 ‘ଲାଇଟ୍‌ନିଂ ଜଏଣ୍ଟ ଷ୍ଟ୍ରାଇକ୍‌ ଫାଇଟର୍‌’ ଲଢୁଆ ବିମାନକୁ ସାମିଲ କରିବା ସହିତ ଏହାକୁ ‘ଫିଫ୍‌ଥଜେନେରେସନ’କୁ ଉତ୍ତୀର୍ଣ୍ଣ କରିବାକୁ ଚାହୁଁଛି । ଏହି ଯୋଜନାରେ ଅତ୍ୟାଧୁନିକ ଦୂରଗାମୀ ସାମୁଦ୍ରିକ କ୍ଷେପଣାସ୍ତ୍ର,ଆକାଶ ମାର୍ଗରୁ ଆକ୍ରମଣ କରୁଥିବା ଜାହାଜ-ଧ୍ବଂସକାରୀ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଭୂପୃଷ୍ଠରେ ଉପଯୋଗୀ ଅସ୍ତ୍ର କିଣିବାକୁ ଅଷ୍ଟ୍ରେଲିଆ ସ୍ଥିର କରିଛି ।

କୋରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ଏବଂ ୱୁହାନ ସହ ଏହାର ସଂଯୋଗ ସଂପର୍କରେ ତଦନ୍ତ ଚାହୁଁଥିବା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ବାଣିଜ୍ୟିକ କ୍ଷେତ୍ରରେ ଗୁରୁତର ପରିଣତି ଭୋଗିବାକୁ ପଡ଼ିବ ବୋଲି ଚୀନ ଧମକ ଦେଇଥିବା ସମୟରେ ମୋରିସନ କହିଛନ୍ତି, “ଆମେ ଆମ ପଡ଼ୋଶୀଙ୍କ ସହିତ ବିବାଦରେ ଛନ୍ଦି ହେବାକୁ କିମ୍ବା ସେମାନଙ୍କୁ ଡରାଇବାକୁ କିମ୍ବା ନିରବ କରିଦେବାକୁ ଚାହୁଁନାହୁଁ । ଆମେ ସେମାନଙ୍କ ସାର୍ବଭୌମତ୍ବକୁ ସମ୍ମାନ ଦେଉ । ଆମେ ଏ କ୍ଷେତ୍ରରେ ଅଗ୍ରଣୀ । ଏବଂ ଅନ୍ୟମାନେ ଆମ ସାର୍ବଭୌମତ୍ବକୁ ସମ୍ମାନ ଦେବେ ବୋଲି ଆମେ ଆଶା କରୁ । ସାର୍ବଭୌମତ୍ବର ଅର୍ଥ ଆତ୍ମସମ୍ମାନ, ଆମେ ଯାହା, ସେହିଭଳି ରହିବାର ଅଧିକାର, ସ୍ବାଧୀନତା, ଏବଂ ମୁକ୍ତ ବିଚାର । ଆମେ ଏହାକୁ କେବେ ବି ଅନ୍ୟକୁ ସମର୍ପି ଦେବୁ ନାହିଁ । କେବେ ନୁହେଁ । ”

ଇତ୍ୟବସରରେ, ଚୀନ୍‌ ଦ୍ବାରା ସାଂଘାତିକ ସାଇବର ଆକ୍ରମଣ ଅଭିଯୋଗ ହୋଇଥିବା ସମୟରେ ଅଷ୍ଟ୍ରେଲିଆ ଏହାର ସାଇବର ସୁରକ୍ଷା ସାମର୍ଥ୍ୟ ବୃଦ୍ଧି ଦିଗରେ ସର୍ବକାଳୀନ ବୃହତ୍ତମ ପୁଞ୍ଜିନିବେଶ ଯୋଜନା ଆରମ୍ଭ କରିଛି । ଏଥିରେ ଆଗାମୀ ଦଶନ୍ଧି ମଧ୍ୟରେ 1.35 ବିଲିଅନ୍‌ ଡଲାର ପୁଞ୍ଜିନିବେଶ କରାଯିବ । ଭାରତ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଭର୍ଚୁଆଲ ସମ୍ମିଳନୀ ପରବର୍ତ୍ତୀ ସମୟରେ, ଦୁଇ ଦେଶ ନିଜ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାର କେଇ ଦିନ ପରେ ମୋରିସନ କହିଛନ୍ତି, “ଏବେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆମେ ରହୁଛୁ ଏବଂ ଏଭଳି ଏକ ମୁକ୍ତ, ସାର୍ବଭୌମ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର କାମନା କରୁଛୁ, ଯେଉଁଠାରେ କି କୌଣସି ବଳପ୍ରୟୋଗ କରାଯାଉ ନଥିବା ଏବଂ କାହାରି ରାଜନୈତିକ କର୍ତ୍ତୃତ୍ବ ପ୍ରତିପାଦିତ ହେଉ ନଥିବ । ଆମେ ଏଭଳି ଏକ କ୍ଷେତ୍ର ଚାହୁଁଛୁ, ଯେଉଁଠାରେ କି ବଡ଼ ହେଉ କି ସାନ, ସବୁ ଦେଶ, ପରସ୍ପର ସହ ଅବାଧ ସଂପର୍କ ସ୍ଥାପନ କରିପାରିବେ ଏବଂ ଅନ୍ତର୍ଜାତୀୟ ନୀତି ଓ ନିୟମ ଅନୁସାରେ ପରିଚାଳିତ ହେଉଥିବେ ।”

ସ୍ମିତା ଶର୍ମା, ନୂଆଦିଲ୍ଲୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.