ETV Bharat / bharat

ନଭେମ୍ବର 10ରୁ ଖୋଲିବ ଋଷିକେଶର ଜାନକୀ ସେତୁ - ରିଶିକେଶର ଆକର୍ଷଣୀୟ ଜାନକୀ ସେତୁ

ଋଷିକେଶରେ ଥିବା ରାଜ୍ୟର ଆକର୍ଷଣୀୟ ସେତୁଟି ନଭେମ୍ବର 10ରୁ ଖୋଲିବାକୁ ଯାଉଛି । ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଚାଷୀମାନେ ମଧ୍ୟ ଏହି ସେତୁ ଦ୍ବାରା ଉପକୃତ ହେବେ । ଅଧିକ ପଢନ୍ତୁ...

Rishikesh: Janki bridge to open to public on Nov 10
ନଭେମ୍ବର 10ରୁ ଖୋଲିବ ରିଶିକେଶର ଜାନକୀ ସେତୁ
author img

By

Published : Nov 7, 2020, 7:21 PM IST

ଡେରାଡୁନ: ଉତ୍ତରାଖଣ୍ଡର 'ମୁନ୍ନି କି ରେତି' ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳ ଜାନକୀ ସେତୁ ଆସନ୍ତା ନଭେମ୍ବର 10 ତାରିଖରୁ ସର୍ବସାଧାରଣଙ୍କ ଲାଗି ଖୋଲିବାକୁ ଯାଉଛି । ଏ ସଂପର୍କରେ ରାଜ୍ୟ କୃଷି ମନ୍ତ୍ରୀ ସୁବୋଧ ଉନିୟାଲ ଶନିବାର ସୂଚନା ଦେଇଛନ୍ତି ।

ରାଜ୍ୟର କୈଳାଶ ଗେଟଠାରେ 48 ଲକ୍ଷ 85ହଜାର ରାଶି ବିନିମୟରେ ଏହି ସେତୁଟି ନିର୍ମାଣ କରାଯାଇଥିଲା ଏବଂ ଯାଞ୍ଚ ପାଇଁ ଉକ୍ତ ସ୍ଥାନକୁ ପରିଦର୍ଶନରେ ଯାଇଥିବା ସମୟରେ ଏହି ସେତୁ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ।

ଏହି ସେତୁଟି ନଭେମ୍ବର 10 ତାରିଖରୁ ପର୍ଯ୍ଯଟକଙ୍କ ପାଇଁ ଖୋଲିବାକୁ ଯାଉଥିବାବେଳେ ଏହା ନରେନ୍ଦ୍ର ନାଗର ଏବଂ ଯମକେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀ ବାସିନ୍ଦାଙ୍କ ଯାତାୟାତର ଦୁଃଖ ଦୂର କରିବ । ସ୍ଥାନୀୟ ଚାଷୀମାନେ ନିଜ ଉତ୍ପାଦନକୁ ଏହି ସେତୁ ଦେଇ ଋଷିକେଶରେ ଥିବା ମଣ୍ଡିକୁ ସହଜରେ ନେଇ ଯାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ଋଷିକେଶର ଅନ୍ୟାନ୍ୟ ମୋଟରେବଲ ବ୍ରିଜ( ସେତୁ ଦେଇ ଯାନବାହନ ଯାତ୍ରା କରିପାରେ) ମଧ୍ୟରେ ଗରୁର ଛତି ଏବଂ ପଶୁଲୋକ ବ୍ୟାରେଜ ଆଦି ଅନ୍ତର୍ଭୁକ୍ତ । ପଥଚାରୀମାନଙ୍କ ପାଇଁ ଆଂଶିକ ଖୋଲା ଥିବା ରାମ ଝୁଲା ଏବଂ ଲକ୍ଷ୍ମଣ ଝୁଲା ସହରର ଅନ୍ୟ ଆକର୍ଷଣୀୟ ସେତୁ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.