ଡେରାଡୁନ: ଭୂସ୍ଖଳନ ଯୋଗୁଁ ବନ୍ଦ ରହିଥିବା ଋିଷିକେଶ-ଗଙ୍ଗୋତ୍ରୀ ଜାତୀୟ ରାଜପଥ-94 ବୁଧବାର ସନ୍ଧ୍ୟା ସୁଦ୍ଧା ଖୋଲାଯିବ । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରବଳ ବର୍ଷା ହେତୁ ଏହି ଅଞ୍ଚଳରେ ଭୂସ୍ଖଳନ ସଂଘଟିତ ହୋଇଥିଲା । ଫଳରେ ମାଟି ଓ ପଥର ଆଦି ଜାତୀୟ ରାଜପଥ ଉପରେ ଜମା ହୋଇ ରହିଥିଲା । ଏହାଯୋଗୁଁ ରାଜପଥ 57 ଘଣ୍ଟା ଧରି ସଂପୂର୍ଣ୍ଣ ବନ୍ଦ ରହିଥିଲା। ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ଅବରୋଧ ହଟାଯାଉଛି । ସନ୍ଧ୍ୟା ସୁଦ୍ଧା ରାଜପଥରେ ଯାତାୟତ କରିବା ସମ୍ଭବ ହେବ ବୋଲି କୁହାଯାଇଛି ।
ଅବରୋଧ ଯୋଗୁଁ ଋିଷିକେଶରୁ ଟ୍ରକ ଚଳାଚଳ ବନ୍ଦ ଥିବାରୁ ସହରରେ ଦୁଗ୍ଧ ଏବଂ ପନିପରିବା ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏପରିକି ସ୍ଥାନୀୟ ଟ୍ୟାକ୍ସି ଡ୍ରାଇଭରମାନେ ରୋଜଗାର ହରାଇଛନ୍ତି ।
@ANI