ETV Bharat / bharat

ଲକଡାଉନ୍: ଷଷ୍ଠ ଶ୍ରେଣୀର ଛାତ୍ରୀ ଗରିବଙ୍କ ପାଇଁ ଯୋଗାଡ କରିଛନ୍ତି 9.4 ଲକ୍ଷ ଟଙ୍କା - ରିଦ୍ଧି

ହାଇଦ୍ରାବାଦର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ରିଦ୍ଧି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ରିଦ୍ଧି ନାମକ ଏହି ବାଳକା ଏକ ଭିଡିଓ ଦେଖିଲେ ଯେଉଁଥିରେ ଭୋକିଲା ଲୋକ ଖାଦ୍ୟ ପାଇବା ପରେ କାନ୍ଦିବାକୁ ଲାଗିଲେ | ଭିଡିଓ ଦେଖିବା ପରେ ରିଦ୍ଧି ନିଷ୍ପତ୍ତି ନେଇଥିଲେ ଯେ ସେ ନିଜେ ଗରିବ ଲୋକଙ୍କୁ ସାହାଯ୍ୟ କରିବେ। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 17, 2020, 8:16 PM IST

ହାଇଦ୍ରାବାଦ: ଦେଶରେ କୋରୋନା ଭାଇରସ୍ ଯୋଗୁଁ ଦେଶବ୍ୟାପୀ ଲକଡପଡ଼ିଥିବା ପ୍ରବାସୀ ଶ୍ରମିକମାନଙ୍କର ଯଥେଷ୍ଟ କ୍ଷତି ସହୁଛନ୍ତି | ଦିନ ମଜୁରୀରେ ଜୀବିକା ହରାଇଛନ୍ତି | ଦେଶର ଅନେକ ଲୋକ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ PM Cares Fundକୁ ଦାନ କରିଛନ୍ତି | ହେଲେ ଆମେ ଆପଣଙ୍କୁ ଏକ 11 ବର୍ଷର ଝିଅ ବିଷୟରେ କହିବାକୁ ଯାଉଛୁ ଯିଏ ଲକଡାଉନ ସମୟରେ ଦୁଃଖୀ, ଅଭାବୀ ଲୋକଙ୍କ ପେଟ ପାଇଁ ପାଇଁ 9.4 ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି ।

ହାଇଦ୍ରାବାଦର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ରିଦ୍ଧି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ରିଦ୍ଧି ନାମକ ଏହି ବାଳକା ଏକ ଭିଡିଓ ଦେଖିଲେ ଯେଉଁଥିରେ ଭୋକିଲା ଲୋକ ଖାଦ୍ୟ ପାଇବା ପରେ କାନ୍ଦିବାକୁ ଲାଗିଲେ | ଭିଡିଓ ଦେଖିବା ପରେ ରିଦ୍ଧି ନିଷ୍ପତ୍ତି ନେଇଥିଲେ ଯେ ସେ ନିଜେ ଗରିବ ଲୋକଙ୍କୁ ସାହାଯ୍ୟ କରିବେ।

ଲକଡାଉନ ସମୟରେ ରିଦ୍ଧି 5 କିଲୋଗ୍ରାମ ଚାଉଳ, 1 କିଲୋ ଲୁଣ, ଚିଲି ପାଉଡର ଏବଂ ହଳଦୀ ପାଉଡର, 1 ଲିଟର ଖାଇବା ତେଲ, 1 କିଲୋଗ୍ରାମ ମସୁର ଏବଂ ଦୁଇଟି ସାବୁନ ସହିତ 550 ଟଙ୍କା ମୂଲ୍ୟର ରାସନ କିଟ୍ ଦେବାକୁ ନିଷ୍ପତ୍ତି ନେଇଥିଲେ । ରିଦ୍ଧି କହିଛନ୍ତି, ' ସେ ତାଙ୍କର ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଅନୁରୋଧ କରିଥିଲେ । ସମସ୍ତେ ସହାୟତା କରିଥବା କଥା ମଧ୍ୟ ସେ କହିଛନ୍ତି ।

ଏପ୍ରିଲ 2 ରେ ରିଦ୍ଧି ସାଇବରବାଦ ପୋଲିସ ସହାୟତାରେ 200 ଟି ଅତ୍ୟାବଶ୍ୟକ କିଟ୍ ଦାନ କରିଥିଲେ । ଏହା ପରେ ସେ ହାଇଦ୍ରାବାଦର ଲୋକଙ୍କୁ 725 କିଟ୍ ବଣ୍ଟନ କରିଥିଲେ | ବର୍ତ୍ତମାନ ସେ ଶୀଘ୍ର ଆଗାମୀ ଦିନରେ ଆହୁରି 1000 କିଟ୍ ବଣ୍ଟନ କରିବେ ବୋଲି ତାଙ୍କ ମା କହିଛନ୍ତି ।

ରିଦ୍ଧି କ୍ରାଉଡ ଫାଉଣ୍ଡିଂ ୱେବସାଇଟ୍ 'ମିଲାପ' ମାଧ୍ୟମରେ ଦିନ ମଜୁରିଆ, ଶ୍ରମିକମାନଙ୍କୁ ସାହାଯ୍ୟ କରିପାରିବା ପାଇଁ ନିବେଦନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.