ETV Bharat / bharat

14 ଦିନ ବିଚାର ବିଭାଗୀୟ ହାଜତକୁ ଗଲେ ରିଆ, ଜାମିନ ଆବେଦନ ଖାରଜ

author img

By

Published : Sep 8, 2020, 10:57 PM IST

ଗିରଫ ପରେ ରିଆଙ୍କୁ ଭିଡିଓ କନଫରେନ୍ସ ଜରିଆରେ କୋର୍ଟରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ 14 ଦିନ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଅଧିକ ପଢନ୍ତୁ...

14 ଦିନିଆ ନ୍ୟାୟିକ ହେପାଜତରେ ଗଲେ ରିଆ, ଜାମିନ ଆବେଦନ ଖାରଜ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ସହ ଜଡିତ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ମଙ୍ଗଳବାର ଗିରଫ କରିଛି ଏନସିବି । ଗିରଫ ପରେ ରିଆଙ୍କୁ ଭିଡିଓ କନଫରେନ୍ସ ଜରିଆରେ କୋର୍ଟରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ 14 ଦିନ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ରିଆଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଏହା ଉପରେ ଲମ୍ବା ଶୁଣାଣି ହୋଇଥିଲା । ତେବେ କୋର୍ଟରେ ରିଆଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଏବେ ରିଆଙ୍କ ଜେଲ ଯିବା ସ୍ପଷ୍ଟ ହୋଇଥିବା ଜଣାପଡିଛି ।

ଅନ୍ୟପକ୍ଷେ ମଙ୍ଗଳବାର ଜେଲ ନଯାଇ ରିଆ ଏନସିବି ଲକଅପରେ ରହିବେ । ଅନ୍ୟପକ୍ଷେ ରିଆଙ୍କ ରିମାଣ୍ଡ ନେଇ କୌଣସି ଅପିଲ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏନସିବି ଅଧିକାରୀ । ରିଆଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା କହିଛି ଏନସିବି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.