ETV Bharat / bharat

ବଡ ଖୁଲାସା: ସୁଶାନ୍ତଙ୍କ ସହ ଲିଭ୍ ଇନରେ ରହୁଥିଲେ ରିଆ - ରିୟା ଚକ୍ରବର୍ତ୍ତୀ

ସୁପ୍ରିମକୋର୍ଟରେ ଦାଖଲ ଯାଚିକାରେ ରିଆ ସ୍ପଷ୍ଟ କରିଛନ୍ତି ସେ ସୁଶାନ୍ତଙ୍କ ସହ ଲିଭ୍-ଇନରେ ରହୁଥିଲେ । ଏହା ସହ ସେ ନିଜକୁ ନିର୍ଦ୍ଦୋଷ ବୋଲି ମଧ୍ୟ କହିଛନ୍ତି । ଅଧିକ ପଢନ୍ତୁ...

ସୁଶାନ୍ତଙ୍କ ସହ ଲିଭଇନରେ ରହୁଥିଲେ ରିୟା
ସୁଶାନ୍ତଙ୍କ ସହ ଲିଭଇନରେ ରହୁଥିଲେ ରିୟା
author img

By

Published : Jul 30, 2020, 10:23 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ସହ ଲିଭଇନରେ ରହୁଥିବା ନିଜେ ମାନିଛନ୍ତି ରିଆ ଚକ୍ରବର୍ତ୍ତୀ । ସୁପ୍ରିମକୋର୍ଟରେ ଦାଖଲ ଯାଚିକାରେ ରିଆ ସ୍ପଷ୍ଟ କରିଛନ୍ତି ସେ ସୁଶାନ୍ତଙ୍କ ସହ ଲିଭଇନରେ ରହୁଥିଲେ । ଏହା ସହ ସେ ନିଜକୁ ନିର୍ଦ୍ଦୋଷ ବୋଲି ମଧ୍ୟ କହିଛନ୍ତି ।

ରିଆ କହିଛନ୍ତି ଯେ ମୋ ଉପରେ ମିଛ ଅଭିଯୋଗ ଲଗାଯାଉଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ମୋତେ ହତ୍ୟା ଓ ଦୁଷ୍କର୍ମ ଭଳି ଅନେକ ଧମକ ମଧ୍ୟ ଦିଆଯାଉଛି । ଏନେଇ ସେ ମୁମ୍ବାଇ ପୋଲିସ ଆଗରେ ଅଭିଯୋଗ କରିଥିବା କହିଛନ୍ତି । ତାଙ୍କ କହିବା ଅନୁଯାୟୀ ପାଟନାରେ ଏହି ମାମଲାର ନିରପେକ୍ଷ ଯାଞ୍ଚ ହୋଇପାରିବ ନାହିଁ । ଏଥିପାଇଁ ଏହି ମାମଲାକୁ ମୁମ୍ବାଇକୁ ସ୍ଥାନାନ୍ତର କରାଯାଉ ବୋଲି ସେ ନିବେଦନ କରିଛନ୍ତି ।

ଅନ୍ୟପକ୍ଷେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବିହାର ସରକାର । ରିଆଙ୍କ ବିରୋଧରେ ପାଟନା ଥାନାରେ ଦାଏର ଏତଲାକୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ସରକାର ବିରୋଧ କରିଥିବା ଅଧିବକ୍ତା କେଶବ ମୋହନ ସୂଚନା ଦେଇଛନ୍ତି । ତେବେ ଏହି ମାମଲାରେ ଜଣାଶୁଣା ଆଇନଜୀବୀ ତଥା ପୂର୍ବତନ ଆଟୋର୍ଣ୍ଣି ଜେନେରାଲ ସୁପ୍ରିମକୋର୍ଟରେ ବିହାର ସରକାରଙ୍କ ପକ୍ଷ ରଖିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.