ETV Bharat / bharat

ଛୁରାମାଡରେ ଅବସରପ୍ରାପ୍ତ ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀଙ୍କ ପତ୍ନୀ ମୃତ - ଛୁରାମାଡ

ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସଫଦରଜଙ୍ଗ ଏନକ୍ଲେଭରେ ଅବସରପ୍ରାପ୍ତ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ ନିଜ ଘରେ ଡକାୟତିକୁ ଅଟକାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିବା ବେଳେ ଛୁରାମାଡରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି ।

_dead
ଛୁରାମାଡରେ ଅବସରପ୍ରାପ୍ତ ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀଙ୍କ ପତ୍ନୀ ମୃତ
author img

By

Published : Jun 21, 2020, 5:33 PM IST

ନୂଆଦିଲ୍ଲୀ: ଡକାୟତିକୁ ଅଟକାଇବା ପ୍ରୟାସ ବେଳେ ଅବସରପ୍ରାପ୍ତ ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀଙ୍କ ପତ୍ନୀ ମୃତ । ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସଫଦରଜଙ୍ଗ ଏନକ୍ଲେଭରେ ଅବସରପ୍ରାପ୍ତ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ ନିଜ ଘରେ ହେଉଥିବା ଡକାୟତିକୁ ଅଟକାଇବାବେଳେ ସେ ଆକ୍ରମଣର ଶିକାର ହେବା ସହ ଛୁରାମାଡରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି ।

ପୋଲିସର ସୂଚନା ଅନୁଯାୟୀ, ଗତ କିଛି ବର୍ଷ ପୂର୍ବେ ଦୁଇ ପିଲାଙ୍କ ମୃତ୍ୟୁ ପରେ ବି ଆର ଚାୱଲା ଏବଂ ତାଙ୍କ ପତ୍ନୀ କାଣ୍ଟା ଚାୱଲା ଏକୁଟିଆ ରହୁଥିଲେ। ତେବେ ଗତ ଶନିବାର ରାତି ପ୍ରାୟ 9 ଟା ସମୟରେ ତାଙ୍କ ବିଲ୍ଡିଂର ନୂଆ ନିଯୁକ୍ତ ହୋଇଥିବା ସିକ୍ୟୁରିଟି ଗାର୍ଡ ତାଙ୍କ ଦୁଇ-ତିନିଜଣ ସହଯୋଗୀଙ୍କ ସହ ତାଙ୍କ ଘରେ ପହଞ୍ଚିଥିଲେ ।

ଏହାପରେ ସିକ୍ୟୁରିଟି ଗାର୍ଡ ଜଣଙ୍କ ଚାୱଲାଙ୍କ ଘର ଭିତରକୁ ଯାଇ ଜବରଦସ୍ତି ଦମ୍ପତିଙ୍କୁ ସୋଫାରେ ବସିବାକୁ କହିଥିଲେ । ସେମାନେ ଉପାୟହୀନ ହୋଇ ସୋଫାରେ ବସିଥିଲେ । ସେହି ସମୟରେ ଅଭିଯୁକ୍ତ ଲୁଟପାଟ ଆରମ୍ଭ କରିଥିଲେ ।

ସେହି ସମୟରେ ଲୁଟପାଟ ଅଟକାଇବାକୁ ଯାଇ ଲୁଟେରାଙ୍କ ଆକ୍ରମଣରେ ଅଧିକାରୀଙ୍କ ପତ୍ନୀ ପ୍ରାଣ ହରାଇ ଥିବାବେଳେ ଅଧିକାରୀ ଜଣକ ଚେତାଶୂନ୍ୟ ହୋଇପଡିଥିଲେ ।

ଏପଟେ ଲୁଟେରାମାନେ ମାନେ ତାଙ୍କ ବେଡରୁମରୁ ଗହଣା ଏବଂ ଟଙ୍କା ଲୁଟି ନେଇ ସେଠାରୁ ଖସି ପଳାଇଥିଲେ । ପୋଲିସ ସିସିଟିଭି ଆଧାରରେ ଲୁଟେରାଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.