ETV Bharat / bharat

ଭାରତର ଭାତ-ଡାଲିକୁ ମାନିଲା ଦୁନିଆ

author img

By

Published : Sep 21, 2019, 8:32 PM IST

Updated : Sep 21, 2019, 10:00 PM IST

ଭାରତର ଭାତ-ଡାଲିକୁ ମାନିଲା ଦୁନିଆ । ଜର୍ମାନୀରେ  4 ଜଣ ନାମୀଦାମୀ ବୈଜ୍ଞାନିକ ଓ ଡାକ୍ତରଙ୍କ ଦ୍ବାରା ଏକ ଗବେଷଣା କରାଯାଇଥିଲା ।ସେଥିମଧ୍ୟରେ ଋଷ, ଇସ୍ରାଏଲ, ଜର୍ମାନୀ ଓ ଭାରତର ଡାକ୍ତରମାନେ ସାମିଲ ଥିଲେ । ରିପୋର୍ଟରୁ ଜଣାପଡିଛି ଯେ ଭାରତର ଭାତ ଓ ଡାଲି ଦୁନିଆର ସବୁଠୁ ଶ୍ରେଷ୍ଠ ଆହାର ।

ଡିଜାଇନ ଫଟୋ

ହାଇଦ୍ରାବାଦ: ମା’ ହାତରନ୍ଧାର ସ୍ବାଦ ଆଉ ମହକ ଆଗରେ, ଦୁନିଆର ତମାମ ଡିସ୍ ଫିକା ପଡିଯାଏ । ମା’ ହାତ ତିଆରି ସୁଅଦିଆ ବ୍ୟଞ୍ଜନ କାହାକୁ ବା ଭଲ ନ ଲାଗେ । ତା’ ହାତର ଛ ତିଅଣ, ନଅ ଭଜା, ତ ଯେମିତି ଅମୃତ ଭଳି ଲାଗେ । ଏପଟେ ଏଇ ଆମର ରୋଷେଇ ଘର, ରଖିବା ଏହାକୁ ସଫାସୁତୁରା-ଏହି ଠାରେ ମା,ପରିବା କାଟେ, ବେସର ବାଟେ, ଜାଇ ରଗଡେ, ଶାଗ ଖରଡେ, କେଡେ ସୁନ୍ଦର ଏହି କବିତା...ଯାହା ପ୍ରତିଟି ଓଡିଆକୁ ଖାଲି ଯେ ଭାବବିହ୍ବଳ କରିବ ତାହା ନୁହେଁ, ମା ହାତ ରନ୍ଧା ଖାଇବା କେତେଯେ ଆତ୍ମତୃପ୍ତି, ତାହା ସ୍ମୃତିଚାରଣ କରିବ ।

ଭାରତର ଭାତ-ଡାଲିକୁ ମାନିଲା ଦୁନିଆ

ସତରେ ମା"ହାତରନ୍ଧା, ରୋଷେଇ ଘର ସହ ପ୍ରତ୍ୟକଙ୍କ ଜୀବନରେ ଏକ ନିବିଡ ସମ୍ପର୍କ ରହିଛି । ମୋଟାମୋଟି ଭାବେ ପ୍ରତ୍ୟେକଙ୍କ ଭାଷା, ସଂସ୍କୃତି, ଚଳଣୀ ଏବଂ ପରମ୍ପରାରେ ମା, ଆଉ ତାର ହାତରନ୍ଧାକୁ ପ୍ରାଧାନ୍ୟ ଦିଆଯାଇଛି ।ପିଲାମାନଙ୍କୁ ଖାଇବାକୁ ନେଇ ସେ ସର୍ବଦା ଚଳଚଞ୍ଚଳ । ରାତି ପାହିଲେ ତା ମୁହଁରୁ ବାହାରେ ଧନ ମୋର କଣ ଖାଇବୁ ? ଛାତି ଚିରି ରକତ ନିଗାଡି କୈଶୋର ଅବସ୍ଥାକୁ ଆଣିଲା ପରେ, ନିଜ ହାତରେ ଭାତ-ଡାଲି ଚକଟି ପିଲାକୁ ଖୁଆଇ ଦିଏ ମା’ । ଯେଉଁ ସମୟକୁ କେହି କେବେ ଭୁଲି ପାରେନା । ହେଲେ ଅତ୍ୟାଧୁନିକ ଜୀବନଚର୍ଯ୍ୟା ଭିଡରେ ମା ହାତରନ୍ଧା ଭାତଡାଲି ଏବେ ଅଲୋଡା ପ୍ରାୟ ।

କିନ୍ତୁ ମଣିଷ ପୃଥୀବର ଯେକୌଣସି ସ୍ଥାନରେ ପହଞ୍ଚୁ ଜୀବନଚର୍ଯ୍ୟା ସାଙ୍ଗକୁ ଖାଦ୍ୟ ଗ୍ରହଣରେ ସର୍ବାଗ୍ରେ ରହିବ ଭାତ, ଡାଲି । ତେବେ ବର୍ତ୍ତମାନ ଏକ ଗବେଷଣା ପରେ ଭାରତର ଭାତ ଡାଲିକୁ ଦୁନିଆର ସବୁଠୁ ଶ୍ରେଷ୍ଠ ପୁଷ୍ଟିକର ଆହାରର ମାନ୍ୟତା ମିଳିଛି । କାରଣ ଏହି ଖାଦ୍ୟ ଆମ ବିଭିନ୍ନ ଆନୁବଂଶିକ ରୋଗକୁ ଦୂରେଇବା ସହ ଅନ୍ୟାନ୍ୟ ରୋଗସହ ଲଢିବା ପାଇଁ ଆମକୁ ସୁସ୍ଥ ଓ ବଳିଷ୍ଠ ରଖିଥାଏ ।

ହେଲେ ସାମ୍ପ୍ରତିକ ପରିବର୍ତ୍ତନଶୀଳ ରୋଷେଇଶାଳ ଠୁ ଆରମ୍ଭ କରି ସମ୍ଭ୍ରାନ୍ତବର୍ଗର କିଚେନ୍ ଯାଏଁ- ସବୁଠି ବିଦେଶୀ ସ୍ବାଦର ମହକ । ପରମ୍ପରା ଓ ସଂସ୍କୃତି ସହିତ ଜଡିତ ଥିବା ଖାଦ୍ୟ ଧିରେ ଧିରେ ଦୂରେଇ ଯିବାକୁ ବସିଲାଣି । ସେ ପିଜା, ଫ୍ରାୟ ଚିକେନ ଓ ଜଙ୍କ ଫୁଡ, ସ୍ୟାଣ୍ଡୱିଚ୍ ପରି ଦକ୍ଷିଣ ଓଡିଶାର ଜଙ୍କ ଫୁଡ୍ ଆଇଟମ୍ ଯୁବକଙ୍କ ପ୍ରଥମ ପସନ୍ଦ ପାଲଟିଛି । ହେଲେ ଏହି ସବୁ ଖାଦ୍ୟ ବିଭିନ୍ନ ଆନୁବଂଶିକ ରୋଗକୁ ବୃଦ୍ଧି କରିଥାଏ ।

ତେବେ ଶାକାହାରୀ ଭୋଜନ ଯଥା ଭାତ,ଡାଲି ଓ ତରକାରୀ ଶରୀର ପାଇଁ ଉପାଦେୟ ହୋଇଥାଏ । ଏହାସହ ଏଥିରେ ବ୍ୟବହାର ହେଉଥିବା ହଳଦୀ ବିଭିନ୍ନ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହଯୋଗ କରିଥାଏ । ଜର୍ମାନୀରେ 4 ଜଣ ନାମୀଦାମୀ ବୈଜ୍ଞାନିକ ଓ ଡାକ୍ତରଙ୍କ ଦ୍ବାରା ଏକ ଗବେଷଣା କରାଯାଇଥିଲା ।ସେଥିମଧ୍ୟରେ ଋଷ, ଇସ୍ରାଏଲ, ଜର୍ମାନୀ ଓ ଭାରତର ଡାକ୍ତରମାନେ ସାମିଲ ଥିଲେ । ରିପୋର୍ଟରୁ ଜଣାପଡିଛି ଯେ ଭାରତର ଭାତ ଓ ଡାଲି ଦୁନିଆର ସବୁଠୁ ଶ୍ରେଷ୍ଠ ଆହାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
Last Updated : Sep 21, 2019, 10:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.