ETV Bharat / bharat

ମୁମ୍ବାଇ ତାଲୋଜା ଜେଲରୁ ମୁକୁଳିଲେ ଅର୍ଣ୍ଣବ ଗୋସ୍ବାମୀ, ରାସ୍ତାରେ ରୋଡ୍‌ ଶୋ

ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିବା ପରେ ମୁମ୍ବାଇର ତାଲୋଜା ଜେଲରୁ ମୁକୁଳିଛନ୍ତି ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ । ଜେଲରୁ ବାହାରି ପରେ ମୁମ୍ବାଇ ସଡକରେ ରୋଡ ଶୋ କରିଛନ୍ତି ଅର୍ଣ୍ଣବ । ଅଧିକ ପଢନ୍ତୁ...

ମୁମ୍ବାଇ ତାଲୋଜା ଜେଲରୁ ମୁକୁଳିଲେ ଅର୍ଣ୍ଣବ ଗୋସ୍ବାମୀ, ରାସ୍ତାରେ କଲେ ରୋଡ୍‌ ଶୋ

author img

By

Published : Nov 11, 2020, 9:16 PM IST

ମୁମ୍ବାଇ: ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିବା ପରେ ମୁମ୍ବାଇର ତାଲୋଜା ଜେଲରୁ ମୁକୁଳିଛନ୍ତି ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ । ଜେଲରୁ ବାହାରି ପରେ ମୁମ୍ବାଇ ସଡକରେ ରୋଡ ଶୋ କରିଛନ୍ତି ଅର୍ଣ୍ଣବ । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଅଣାଯାଉଛି ।

ମୁମ୍ବାଇ ତାଲୋଜା ଜେଲରୁ ମୁକୁଳିଲେ ଅର୍ଣ୍ଣବ ଗୋସ୍ବାମୀ, ରାସ୍ତାରେ କଲେ ରୋଡ୍‌ ଶୋ

ରୋଡ ଶୋ ସମୟରେ ଅର୍ଣ୍ଣବ ଭାରତ 'ମାତା କୀ ଜୟ ଓ ବନ୍ଦେ ମାତରମ୍‌'ର ନାରା ଦେଉଥିବା ଶୁଣିବାକୁ ମିଳିଛି । ଏହା ଭାରତର ଜନସାଧାରଣଙ୍କ ବିଜୟ ବୋଲି କହିଛନ୍ତି ଅର୍ଣ୍ଣବ । ରାସ୍ତାରେ ଅର୍ଣ୍ଣବଙ୍କ ସମର୍ଥକମାନେ ତାଙ୍କୁ ସ୍ବାଗତ ଜଣାଇବା ସହ ତାଙ୍କ ଉପରେ ପୁଷ୍ପ ବର୍ଷା କରିଛନ୍ତି ।

କିଛି ସମୟ ପୂର୍ବରୁ ବୁଧବାର ସୁପ୍ରିମକୋର୍ଟରେ ଦୀର୍ଘ ଘଣ୍ଟାର ଶୁଣାଣି ପରେ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମିଳିଥିଲା ଅନ୍ତରୀଣ ଜାମିନ । ଅର୍ଣ୍ଣବଙ୍କ ସମେତ ଅନ୍ୟ 2 ଅଭିଯୁକ୍ତଙ୍କୁ ମଧ୍ୟ ଜାମିନ ପ୍ରଦାନ କରାଯାଇଛି ।

ଜଷ୍ଟିସ ଚନ୍ଦ୍ରଚୁଡଙ୍କ ନେତୃତ୍ବରେ ଏକ ଖଣ୍ଡପୀଠ କହିଛନ୍ତି ଯେ ଅର୍ଣ୍ଣବ ଗୋସ୍ବାମୀ ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ 50,000 ଟଙ୍କା ବଦଳରେ ଅନ୍ତରୀଣ ଜାମିନରେ ମୁକ୍ତ କରାଯାଇଛି। ତୁରନ୍ତ ଏହି ନିର୍ଦ୍ଦେଶ ପାଳନ କରାଯିବା ନେଇ ନିଶ୍ଚିତ କରିବାକୁ ମହାରାଷ୍ଟ୍ର ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଜଷ୍ଟିସ ଚନ୍ଦ୍ରଚୁଡ ଏବଂ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ବମ୍ବେ ହାଇକୋର୍ଟ ଏହି ମାମଲାରେ ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ଉଚିତ ଥିଲା । ଆଜି ଯଦି ଆମେ ଏହି ମାମଲାରେ ହସ୍ତକ୍ଷେପ କରୁନାହୁଁ, ତେବେ ଆମେ ବିନାଶର ପଥରେ ଚାଲିବୁ ।

ଇଣ୍ଟେରିଅର୍ ଡିଜାଇନର ଅନଭୟ ନାଏକଙ୍କ ଆତ୍ମହତ୍ୟା ମାମଲାରେ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଅନ୍ତରୀଣ ଜାମିନ ଯାଚିକା ଖାରଜ କରିଦେଇଥିଲେ ବମ୍ବେ ହାଇକୋର୍ଟ । ଜାମିନ ଆବେଦନ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ଏହାକୁ ଚ୍ୟାଲେ଼ଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ଅର୍ଣ୍ଣବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.