ETV Bharat / bharat

ରିଲାଏନ୍ସ ଟାୱାର ଭଙ୍ଗାରୁଜା ମାମଲା: କେନ୍ଦ୍ର ଓ ପଞ୍ଜାବ ସରକାରକୁ ନୋଟିସ ଦେଲେ ହାଇକୋର୍ଟ - ଟାୱାର ଭଙ୍ଗାରୁଜା ମାମଲା

ରିଲାଏନ୍ସ ଟାୱାର ଭଙ୍ଗାରୁଜା ମାମଲା । କେନ୍ଦ୍ର ଓ ପଞ୍ଜାବ ସରକାରଙ୍କୁ ନୋଟିସ ଦେଲେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ।

ରିଲାଏନ୍ସ ଟାୱାର ଭଙ୍ଗାରୁଜା ମାମଲା
ରିଲାଏନ୍ସ ଟାୱାର ଭଙ୍ଗାରୁଜା ମାମଲା
author img

By

Published : Jan 5, 2021, 12:35 PM IST

ନୂଆଦିଲ୍ଲୀ: ରିଲାଏନ୍ସ ଟାୱାର ଭଙ୍ଗାରୁଜା ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କୁ ନୋଟିସ ଦେଇଛନ୍ତି । ଟାୱାର ଭଙ୍ଗାରୁଜାକୁ ନେଇ ହାଇକୋର୍ଟ ଯାଇଥିଲା ରିଲାଏନ୍ସ ଜିଓ ଇନ୍ଫୋକମ୍‌ ଲିମିଟେଡ୍‌(ଆରଜେଆଇଏଲ) ।

ସୋମବାର, ଘଟଣାକୁ ନେଇ ଆରଜେଆଇଏଲ ପକ୍ଷରୁ ଯାଚିକା ଦାୟର କରାଯାଇଥିଲା । ଦୁର୍ବୃତ୍ତମାନଙ୍କ ଦ୍ବାରା ଟାୱାର ଭଙ୍ଗାରୁଜା ଘଟଣାରେ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଏଥିରେ ଦର୍ଶାଯାଇଥିଲା ।

ସୂଚନାଥାଉକି, ନୂଆ କୃଷି ଆଇନକୁ ବିରୋଧ କରି ପଞ୍ଜାବରେ ଅନେକ ଟାୱାରକୁ ନଷ୍ଟ କରିଦେଇଛନ୍ତି ଚାଷୀ । ଚାଷୀମାନେ ଟାୱାର ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରିଛନ୍ତି। ଟାୱାର ଉପରକୁ ଯାଇଥିବା କେବୁଲ ତାରକୁ କାଟି ଦେଇଛନ୍ତି। ଯାହାକୁ ନେଇ କୋର୍ଟର ଦ୍ବାରସ୍ଥ ହୋଇଥିଲା ଆରଜେଆଇଏଲ ।

ଅନ୍ୟପଟେ ଦିଲ୍ଲୀ ସୀମାରେ ଚାଷୀମାନେ ଆଇନକୁ ବିରୋଧ କରି 41 ଦିନ ହେବ ଧାରଣାରେ ବସିଛନ୍ତି । ସରକାର ଏହାର ସମାଧାନ ପାଇଁ କୃଷକ ସଙ୍ଗଠନ ସହିତ 7 ଥର ବୈଠକ କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.