ETV Bharat / bharat

ଯନ୍ତ୍ରପାତି ଦେଉଛି ଯନ୍ତ୍ରଣା: ମିଳୁନି ନିଯୁକ୍ତି, କମୁଛି ଅଭିବୃଦ୍ଧି

author img

By

Published : Aug 28, 2019, 6:01 AM IST

Updated : Aug 28, 2019, 12:22 PM IST

‘ଗାନ୍ଧୀବାଦ ଓ ଅର୍ଥନୀତି ସମାଞ୍ଜସ୍ୟ ।’ ଯଦିଓ ଶୁଣିବାକୁ ଟିକେ ଅଡୁଆ ଲାଗୁଥିବ , ହେଲେ ଏହା ବାସ୍ତବ । ଗାନ୍ଧୀବାଦରୁ ଅର୍ଥନୀତିର ନବୀକରଣ ହୋଇଛି । ତେବେ ଜାଣନ୍ତୁ ଅର୍ଥନୀତି ପ୍ରତି ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଏହି ବେକାରୀ ଓ ଆର୍ଥିକ ସଙ୍କଟ ଦୂରୀକରଣ ନେଇ କଣ ରହିଛି ଗାନ୍ଧୀବାଦୀ ମଡେଲ ..

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବିଗୁଡିଛି ଅର୍ଥନୀତି, ବିପର୍ଯ୍ୟସ୍ତ ପରିସ୍ଥିତି । ଏପରି କିଛି ଦୁର୍ଦ୍ଦଶା ଦେଇ ଗତି କରୁଛି ଭାରତ । ମାନ୍ଦାବସ୍ଥା ଭିତରେ ଦୋହଲିବାକୁ ଲାଗିଛି ଅର୍ଥନୀତି । ବେକାରୀ ବୃଦ୍ଧି, ଚାହିଦା ହ୍ରାସ ଓ ମୁଦ୍ରାସ୍ପୀତି ଆଦି ଭିତରେ ଦୁର୍ବଳ ହୋଇପଡିଛି ଦେଶ ମେରୁଦଣ୍ଡ । 5 ବର୍ଷର ସର୍ବୋଚ୍ଚ ସ୍ତରରେ ଜିଡିପି , ଋଣଭାରରେ ଅଣନିଶ୍ବାସୀ ବ୍ୟାଙ୍କ । ଯୋଗାଣ ଅନୁଯାୟୀ ଚାହିଦା ହ୍ରାସ । ଆଉ ଏ ସମସ୍ତ ପଛରେ ବଡ କାରଣ ବେକାରୀ । ତେବେ କେବେ ଭାବିଛନ୍ତି କି ଅର୍ଥନୀତି ପ୍ରତି ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଏହି ବେକାରୀ ଓ ଆର୍ଥିକ ସଙ୍କଟ ଦୂରୀକରଣ ନେଇ କଣ ରହିଛି ଗାନ୍ଧୀବାଦୀ ମଡେଲ ..

ମହାତ୍ମା ଗାନ୍ଧୀ

ଗତ କିଛି ମାସ ମଧ୍ୟରେ ବହୁ ପ୍ରମୁଖ ଗଣମାଧ୍ୟମର ଶିରୋନାମାରେ ଅର୍ଥନୀତିର ଦୁର୍ଦ୍ଦଶା ଖବର ଆପଣ ପଢିଥିବେ ନିଶ୍ଚିତ । ଅଗଷ୍ଟ 20 ଇଣ୍ଡିଆନ ଏକ୍ସପ୍ରେସର ତୃତୀୟ ପୃଷ୍ଠାରେ ଏକ ବିଜ୍ଞାପନ ଛପାଯାଇଥିଲା । ସେଥିରେ ଥିଲା କି ଭାରତର ସୂତା କଳ କାରଖାନା ସର୍ବାଧିକ ସଙ୍କଟ ଦେଇ ଗତି କରୁଛି । ଭାରି କ୍ଷତି ଯୋଗୁଁ କପା କିଣିବାକୁ କମ୍ପାନୀ ସାମର୍ଥ୍ୟ ହେଉନି । ଯେଉଁଥିପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 10 କୋଟି ଲୋକ ଓ ବହୁଳମାତ୍ରାରେ ଚାଷୀ ପ୍ରଭାବିତ ନେଇ ଆଶଙ୍କା ରହିଛି । ରିପୋର୍ଟ ଅନୁଯାୟୀ ଟେକ୍ସଟାଇଲ ସେକ୍ଟରରେ ପ୍ରାୟ 30ରୁ 35 ପ୍ରତିଶତ ରପ୍ତାନୀ ହ୍ରାସ ପାଇଛି । ଫଳରେ 25ରୁ 30 ଲକ୍ଷଙ୍କ ଚାକିରୀ ହରାଇଛନ୍ତି ।

ସେହିପରି ଚା ଇଣ୍ଡ୍ରଷ୍ଟ୍ରିରେ ମଧ୍ୟ ବଡ ସଙ୍କଟ ଦେଖାଦେଇଛି । ଏଥିପାଇଁ 10 ଲକ୍ଷ ଲୋକଙ୍କ ପେଟପଟଣା ଏବେ ଅନିଶ୍ଚିତତାରେ ଗତି କରୁଛି । ଏହି ଧାରରେ ନିକଟରେ ପ୍ରକାଶିତ ଅନ୍ୟ ଏକ ଖବର ଅନୁଯାୟୀ, ଦେଶର ବୃହତ୍ତ ବିସ୍କୁଟ କମ୍ପାନୀ ପାର୍ଲେଜି ଏବେ ବଦ୍ଧିତ ଜିଏସଟି ଯୋଗୁଁ 10 ହଜାର କର୍ମଚାରୀଙ୍କ ଛଟେଇ ପାଇଁ ଚିନ୍ତା କରୁଛି ।

ଇଏ କଣ ସୁସ୍ଥ ଓ ସୁଦୃଢ ଅର୍ଥନୀତିର ପ୍ରତୀକ । ହେଲେ ସରକାର ଏପରି ଦେଖାଉଛନ୍ତି ଯେପରି ସବୁକିଛି ସୁବ୍ୟବ୍ୟବସ୍ଥିତ । ଏପରିକି ସରକାର ଆସନ୍ତା 5 ବର୍ଷରେ ଭାରତ ଅର୍ଥନୀତିର ଆକାର 5 ଟ୍ରିଲିୟନ ଡଲାର ପାଇଁ ଆଶାବାଦୀ ରହିଛନ୍ତି ।

ହେଲେ ମହାତ୍ମା ଗାନ୍ଧୀଙ୍କ ଅର୍ଥବ୍ୟବସ୍ଥା ପ୍ରତି ଥିଲା ଏକ ଭିନ୍ନ ଦୃଷ୍ଟିକୋଣ । ସେ କୁହନ୍ତି, ଯନ୍ତ୍ରପାତି କିମ୍ବା ଆଧୁନିକ କୌଣଳକୁ ମୁଁ ବିରୋଧ କରେନି, ହେଲେ ଶ୍ରମ ଶକ୍ତିର ମଧ୍ୟ ସଠିକ ଉପଯୋଗ ହେବା ଦରକାର । ଉନ୍ନତମାନର ଯନ୍ତ୍ରପାତି କ୍ରେଜ ହଜାର ହଜାର ଶ୍ରମିକଙ୍କ ରୋଜଗାର ଛଡାଇଦେଇଛି । ଯାହାର ପରିଣାମ ସ୍ବରୂପ ହୁହୁ ହୋଇ ବେକାରୀ ସଂଖ୍ୟା ବୃଦ୍ଧି ପାଇଲାଗିଛି ।

ଗାନ୍ଧୀ ବିଶ୍ବାସ କରୁଥିଲେ ଯେ, ଶ୍ରମର ସଞ୍ଚୟର ଅସଲି କାରଣ ଅଧିକ ଲାଭର ଲୋଭ । ମହାତ୍ମା ଗାନ୍ଧୀ ନିଜର ଆର୍ଥିକ ବିଚାରରେ ମନୁଷ୍ୟଙ୍କୁ କେନ୍ଦ୍ରରେ ରଖିଛନ୍ତି । ସେ ବିଶ୍ବାସ କରୁଥିଲେ ମେସିନକୁ ମନୁଷ୍ୟର ଅଙ୍ଗ ସହ ଯୋଡିବା ଠିକ ନୁହେଁ । ନିଜ ଅନୁଭବରୁ ସେ ସିଲେଇ ମେସିନକୁ ଏକ ଉଦାରଣ ଭାବେ ଦର୍ଶାଇଥିଲେ । ଏହି ମେସିନଟି ଏକ ଉପଯୋଗୀ ଉପକରଣ । ହେଲେ ଏହା କୁଟୀର ଶିଳ୍ପକୁ ହାନି ପହଞ୍ଚାଇଛି । ତେବେ ଏହି ସିଲେଇ ମେସିନ କୁ ନିଜ ଯୋଜନାରେ ଜମେ କମାର ତିଆରି କରିଥାଏ ।

ମହାତ୍ମା ଗାନ୍ଧୀ ମେସନିକୁ ମାନବ ଶରୀର ସହ ତୁଳନା କରି କହିଛନ୍ତି କି, ଯାହା ଆତ୍ମାର ବିକାଶ ପାଇଁ ସାହାଯ୍ୟ ହେବା ସହ ନିଜ ଉଦ୍ଦେଶ୍ୟକୁ ପୂରଣ କରିଥାଏ । ସେ ବୁଝନ୍ତି କି ମାନବ ଶରୀର ଭଳି ମେସିନ ମଧ୍ୟ ଅପରିହାର୍ଯ୍ୟ । ଗାନ୍ଧୀ ଭାବୁଥିଲେ କି, ମେସିନ ଭାରତକୁ ବିଗଡାଇବା ସହ ପାପ ବଢାଇଚାଲିଛି । କାରଣ ଏଥିପାଇଁ ଶ୍ରମିକ ମାନେ ଗୁଲାମ ହୋଇଗଲେଣି । ଆଉ ମିଲ ମାଲିକ ଶ୍ରମିକଙ୍କ ମଜୁରୀରରେ ଧନୀ ହେବାକୁ ଲାଗିଛନ୍ତି । ଆମ ପାଖରେ ଥିବା ଉଦ୍ୟୋଗିକ ଉତ୍ପାଦର ଉପଯୋଗ ଆମକୁ କିପରି କରିବା ଦରକାର ? ଏହାରି ପ୍ରଶ୍ନର ଉତ୍ତରେ ଗାନ୍ଧୀ କହିଥିଲେ ଯେ, ଆଧୁନିକ ବସ୍ତୁ ବଜାରରେ ଆସିବା ପୂର୍ବରୁ ସ୍ବଦେଶୀ ନୀତିକୁ ଅନୁକରଣ ଦେଶରେ ନିର୍ମିତ ଉପକରଣକୁ ବ୍ୟବହାର କରିବା ଦରକାର । ତେବେ ସବୁ ମଣିଷଙ୍କ କ୍ଷେତ୍ରରେ ଏହା ସମ୍ଭବ ନୁହେଁ କି , ସେ ଏକତ୍ର ଭାବେ ମେସିନ ପ୍ରସ୍ତୁତ ସମସ୍ତ ଜିନିଷ ବ୍ୟବହାର ପରିତ୍ୟାଗ କରିବ । ହେଲେ କ୍ରମାଗତ ଭାବେ ଏହାର ଉପଯୋଗକୁ ସେ ହ୍ରାସ କରିପାରିବ ।

ହେଲେ ଗାନ୍ଧୀବାଦ ଭାବନାର ସବୁଠାରୁ ବଡ ଉପଲବ୍ଧି 2006ରେ ହୋଇଥିଲା । ଯେତେବେଳେ ଦେଶରେ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ ଆଗତ ହୋଇଥିଲା । ପରିବର୍ତ୍ତୀ ସମୟରେ ଏହାକୁ ମନେରଗା ରୂପେ ମହାତ୍ମା ଗାନ୍ଧୀଙ୍କ ନାରେ ବଦଳାଯାଇଥିଲା । ଏହା ଦ୍ବାରା ମେସିନ ଓ ଠିକାଦାରଙ୍କ ଏକଚାଟିଆ ଉପରେ ପ୍ରତିବନ୍ଧ ଲଗାଇଦିଆଯାଇ ସର୍ବନିମ୍ନ ମଜୁରୀ ଦେବା ପାଇଁ ବ୍ୟବସ୍ଥା ରହିଲା । ତେବେ ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା କି , ବିନା ମେସିନ ଉପଯୋଗରେ ଯେପରି ଜନତାଙ୍କୁ ରୋଜଗାର ଯୋଗାଇଦିବ । ଯାହା ଫଳରେ ଶ୍ରମିକଙ୍କୁ ସମାନ ଦରମା ସହ ସମ୍ମାନ ମିଳିପାରିବ ।

Intro:Body:Conclusion:
Last Updated : Aug 28, 2019, 12:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.