ETV Bharat / bharat

ପରିବା ବଜାରରେ ରାଜ କରିବ ‘ଲାଲ ଭେଣ୍ଡି’ - ଆସୁଛି ନାଲିଆ ଭେଣ୍ଡି

ଏଣିକି ବଜାରରେ ଉପଲବ୍ଧ ହେବ ଲାଲ ଭେଣ୍ଡି । ଦୀର୍ଘ 23 ବର୍ଷ ଧରି ଭାରତୀୟ ପରିବା ଗବେଷଣା କେନ୍ଦ୍ର ଲଗାଣ ପରିଶ୍ରମ କରିବା ପରେ ଏହି ଭେଣ୍ଡିକୁ ଉତ୍ପାଦନ କରିବାରେ ସଫଳ ହୋଇଛି । ଏହି ଭେଣ୍ଡିରେ ଆଣ୍ଟିଅକ୍ସିଡେଣ୍ଟ, ଆୟରନ ଏବଂ କ୍ୟାଲସିଅମ ସମେତ ଅନ୍ୟାନ୍ୟ ପୋଷକ ତତ୍ତ୍ବରେ ଭରପୁର ରହିଛି । ଡିସେମ୍ବର ସୁଦ୍ଧା ଲାଲ ଭେଣ୍ଡିର ମଞ୍ଜି ବଜାରରେ ଉପଲବ୍ଧ ହେବ ।

ଡାଜାଇନ ଫଟୋ
author img

By

Published : Sep 22, 2019, 12:56 PM IST

Updated : Sep 22, 2019, 5:46 PM IST

ବାରଣାସୀ: ଭାରତୀୟ ପରିବା ଗବେଷଣା ସଂସ୍ଥା ଲଗଣା ପରିଶ୍ରମ କରିବାପରେ ସଫଳତା ହାସଲ କରିଛି । ଦୀର୍ଘ 23 ବର୍ଷ ଧରି ଏହି ଗବେଷଣା ସଂସ୍ଥା ଭେଣ୍ଡି ଉପରେ ଗବେଷଣା କରୁଥିଲା । ଭେଣ୍ଡିର ନୂତନ ପ୍ରଜାତି ‘କାଶୀ ଲାଲିମା’ କୁ ବିକଶିତ କରିବାରେ ସଫଳ ହୋଇଛି । ଏହି ଭେଣ୍ଡିରେ ଆଣ୍ଟିଅକ୍ସିଡେଣ୍ଟ, ଆୟରନ ଏବଂ କ୍ୟାଲସିୟମ ସମେତ ଅନ୍ୟାନ୍ୟ ପୋଷକ ତତ୍ତ୍ବରେ ଭରପୁର ରହିଛି । ଭେଣ୍ଡିଟି ଦେଖିବାକୁ ଲାଲ ରଙ୍ଗର ।

ଉତ୍ତର ପ୍ରଦେଶର ବାରଣାସୀସ୍ଥିତ ଭାରତୀୟ ପରିବା ଗବେଷଣା ସଂସ୍ଥା (ଆଇଆଇଭିଆର) ନିଜର ଏହି ସଫଳତା ପାଇଁ ବହୁତ ପରିଶ୍ରମ କରିଛି । ଲାଲ ରଙ୍ଗର ଭେଣ୍ଡି ଭାରତ ବାହାରେ ଅର୍ଥାତ ପଶ୍ଚିମ ଦେଶରେ ପ୍ରଚଳିତ ଥିଲା । ଏବେ କିନ୍ତୁ ଖୁବଶୀଘ୍ର ଭାରତରେ ଲାଲ ରଙ୍ଗର ଭେଣ୍ଡି ପ୍ରଚଳିତ ହେବ । ଆଉ ଏହି ଭେଣ୍ଡିର ମୂଲ୍ୟ କିଲୋ ପିଛା 100 ରୁ 500 ଟଙ୍କା ରହିବ । ଏହାକୁ ଭାରତୀୟ ଚାଷୀ ମଧ୍ୟ ଉତ୍ପାଦନ କରିପାରିବେ । ଡିସେମ୍ବରରୁ ଗବେଷଣା କେନ୍ଦ୍ର ସାଧାରଣ ଚାଷୀଙ୍କ ପାଇଁ ଏହି ଭେଣ୍ଡିର ମଞ୍ଜି ବଜାରକୁ ଛାଡିବ ।

ପୋଷକ ତତ୍ତ୍ବଭରା ଏହି ରେଡ୍ ଭେଣ୍ଡିର ଉତ୍ପାଦ ନା କେବଳ ଭାରତୀୟ ଚାଷୀଙ୍କୁ ଫାଇଦା ମିଳିବ ବରଂ ସାଧାରଣ ଲୋକେ ମଧ୍ୟ ଏହାର ଭରପୁର ଫାଇଦା ଉଠାଇ ପାରିବେ । ଗବେଷଣା ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ଡ. ବିଜେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଏହି ପ୍ରଜାତିର ଭେଣ୍ଡି ଉପରେ 1995-96 ମସିହାରୁ ଗବେଷଣା ଆରମ୍ଭ ହୋଇଥିଲା । ଏହି ଗବେଷଣାରେ ଡ. ଏସକେ ସାନୱାଲ, ଡ଼ ଜୀପୀ ମିଶ୍ର ଏବଂ ଆଧୁନିକ କୌଶଳକୁ ପ୍ରୟୋଗ କରିଛନ୍ତି । ତେବେ ଉକ୍ତ ଭେଣ୍ଡିର ରଙ୍ଗ ବାଇଗଣୀ-ଲାଲ ରଙ୍ଗର ଏବଂ ଲମ୍ବା 11-14 ସେଣ୍ଟିମିଟର ଏବଂ ବ୍ୟାସ 1.5-1.6 ସେଣ୍ଟିମିଟର ହେବ ।

Intro:Body:

BLANK FOR LINK 

Conclusion:
Last Updated : Sep 22, 2019, 5:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.