ETV Bharat / bharat

କେରଳରେ ରେଡ ଆଲର୍ଟ, ପ୍ରବଳ ବର୍ଷିବ

ଆସାମ ବିହାର ପରେ କେରଳରେ ପ୍ରବଳ ବର୍ଷା ସମ୍ଭାବନା । ରାଜ୍ୟର କେତେକ ଅଞ୍ଚଳରେ ରେଡ ଓ ୟେଲୋ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

author img

By

Published : Jul 17, 2019, 8:26 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତିରୁବନନ୍ତପୁରମ: କେରଳକୁ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ଜୁଲାଇ 18ରୁ 6ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଯେଉଁ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିଛି ସେ ଅଞ୍ଚଳରେ ରେଡ ସହ ୟେଲ ଆଲର୍ଡ ଜାରି କରାଯାଇଛି । ଯାହାକୁ ନେଇ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଡ୍ଡୁକି ଓ ମଲ୍ଲାପୁର ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଆସନ୍ତା 18,19, 20 ତାରିଖରେ ଆଲର୍ଟ ଜାରି କରାଯିବା ସହ 19ରେ ଓ୍ବାୟନାଡ଼ ଓ କନ୍ନୁରେ ଆଲର୍ଟ ଜାରି ହୋଇଛି । ଏପରିକି ଏର୍ଣ୍ଣାକୁଲମ ଓ ତ୍ରିସୁରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେପଟେ, ଆସାମ ଓ ବିହାରରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ବ୍ରହ୍ମପୁତ୍ର ନଦୀରେ ବନ୍ୟା ଆସିବା ଫଳରେ 30 ଜିଲ୍ଲାକୁ ଧୋଇନେବା ସହ କାଜିରଙ୍ଗା ପାର୍କ ବୁଡି ଯାଇଛି । ଏଥିରେ ଲକ୍ଷାଧିକ ଲୋକଙ୍କ ଜନଜୀବନ ଧ୍ବଂସବିଧ୍ବଂସ ହୋଇପଡ଼ିବା ସାଙ୍ଗକୁ ଜୀବଜନ୍ତୁଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଥିସହ ବିହାରରେ ବର୍ତ୍ତମାନ ସୁଦ୍ଧା 35 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ୟାର ପ୍ରଳୟଙ୍କରୀ ରୂପ ନେବାରେ ଲାଗିଛି । ବିହାର ମୁଖ୍ୟମନ୍ତ୍ରୀ ହେଲକପ୍ଟର ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.