ନୂଆଦିଲ୍ଲୀ: ଦେଶରେ ଏପର୍ଯ୍ୟନ୍ତ 3252 ଲୋକ ସୁସ୍ଥ ହୋଇସାରିଛନ୍ତି । ଚିକିତ୍ସା ପରେ ଏମାନେ କୋରୋନା ମୁକ୍ତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହାସହ ଭାରତର ସୁସ୍ଥ ହାର 17.48 ପ୍ରତିଶତ ରହିଛି ।
ପ୍ରେସମିଟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି, ସୋମବାର ଦେଶରେ 705 ଲୋକ ସୁସ୍ଥ ହୋଇଥିଲେ । ଏବେ ସୁଦ୍ଧା ଦେଶରେ ମୋଟ 3252 ଜଣ ଆକ୍ରାନ୍ତ କୋଭିଡ 19 ମୁକ୍ତ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ଯାଏଁ ଦେଶରେ ମୋଟ ଆକ୍ରାନ୍ତ 18 ହଜାର 601 ପହଞ୍ଚିଛି । କେବଳ ମହାରାଷ୍ଟ୍ରରେ 4000 ପାର କରିଛି ପଜିଟିଭ ସଂଖ୍ୟା । ଗୋଆ ପ୍ରଥମ ରାଜ୍ୟ ଭାବେ କୋରୋନା ମୁକ୍ତ ଘୋଷଣା ହୋଇଛି । ଦେଶରେ ମୋଟ କୋରୋନାଜନିତ ମୃତ୍ୟୁ ସଂଖ୍ୟା 590 ରହିଛି ।
ସୌଜନ୍ୟ@ANI