ETV Bharat / bharat

ନିୟମ ଉଲଂଘନ କରି ଦିଲ୍ଲୀବାସୀ ଫୁଟାଇଲେ ବାଣ, ରେକର୍ଡ ଭାଙ୍ଗିଲା ପ୍ରଦୂଷଣ ସ୍ତର - ଦିଲ୍ଲୀବାସୀ ଫୁଟାଇଲେ ବାଣ

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୀପାବଳି ଅବସରରେ ଦିଲ୍ଲୀର ପ୍ରଦୂଷଣ ସ୍ତର ଅଧିକ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ଏହି ସୂଚନା ଦିଆଯାଇଛି। ଅଧିକ ପଢନ୍ତୁ...

ନିୟମ ଉଲଂଘନ କରି ଦିଲ୍ଲୀବାସୀ ଫୁଟାଇଲେ ବାଣ
ନିୟମ ଉଲଂଘନ କରି ଦିଲ୍ଲୀବାସୀ ଫୁଟାଇଲେ ବାଣ
author img

By

Published : Nov 16, 2020, 1:48 PM IST

ନୂଆଦିଲ୍ଲୀ: ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୀପାବଳି ଅବସରରେ ଦିଲ୍ଲୀର ପ୍ରଦୂଷଣ ସ୍ତର ଅଧିକ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ଏହି ସୂଚନା ଦିଆଯାଇଛି। ସିପିସିବି ଏହାର ରିପୋର୍ଟରେ କୁହାଯାଇଛି ଯେ 2019 ତୁଳନାରେ ଚଳିତ ବର୍ଷ ଦୀପାବଳିରେ ସମସ୍ତ ପ୍ରଦୂଷକ ପରିମାଣ ଅଧିକ ଥିଲା। ବୋର୍ଡ କହିଛି ଯେ, ଚଳିତ ବର୍ଷ ଦୀପାବଳିରେ ପ୍ରଦୂଷଣର ମାତ୍ରା PM 2.5 ପରିମାଣ ଥିଲା, ଯାହାକି ମୋଟ୍ ପ୍ରଦୂଷକଙ୍କ ମଧ୍ୟରେ 32 ପ୍ରତିଶତ । ଅନ୍ୟପଟେ ଗତ ବର୍ଷ ଏହା ମାତ୍ର 19 ପ୍ରତିଶତ ଥିଲା ।

ବୋର୍ଡ କହିଛି ଯେ, ଚଳିତ ବର୍ଷ କାର୍ବନ ମନୋକ୍ସାଇଡ୍ ଏବଂ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ସ୍ତର ବୃଦ୍ଧି ପାଇଛି । ତେବେ ଦିଲ୍ଲୀରେ ଦୀପାବଳିର ଗୋଟିଏ ଦିନ ପରେ ପ୍ରଦୂଷଣ ସ୍ତର ରେକର୍ଡ ଭାଙ୍ଗିଛି। ରବିବାର ବାୟୁ ଗୁଣବତ୍ତା ସ୍ତର 4 ବର୍ଷରେ ସବୁଠାରୁ ଖରାପ ରେକର୍ଡରେ ଥିଲା । ନଡା ଏବଂ ବାଣ ଜଳାଯିବା କାରଣରୁ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣର ସ୍ତର ରବିବାର ଜରୁରୀକାଳୀନ ବର୍ଗ ଅତିକ୍ରମ କରିଛି।

ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଗମ୍ଭୀର ବର୍ଗରେ ପହଞ୍ଚିଥିଲା ।​ ଦିଲ୍ଲୀ-ଏନସିଆରରେ, ‘PM 2.5’ କଣିକାର ସ୍ତର 39 ଘଣ୍ଟାରେ 396 ମାଇକ୍ରୋଗ୍ରାମ୍ ଥିଲା । ପ୍ରକାଶଥାଉକି, ଜରୁରୀକାଳୀନ ସ୍ତର କ୍ୟୁବିକ୍ ମିଟର ପ୍ରତି 300 ମାଇକ୍ରୋଗ୍ରାମ୍ ଏବଂ ସୁରକ୍ଷିତ ସ୍ତର କ୍ୟୁବିକ୍ ମିଟର ପ୍ରତି 60 ମାଇକ୍ରୋଗ୍ରାମକୁ ବିବେଚନା କରାଯାଏ । ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ଆଦେଶକୁ ଉଲ୍ଲଂଘନ କରି ଶନିବାର ରାତିରେ ଦିଲ୍ଲୀ-ଏନସିଆରରେ ବାଣ ଫୁଟାଯାଇଥିଲା । ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ଶନିବାର 414 ରେ ରେକର୍ଡ ହୋଇ ରାତି 10 ଟାରେ 454 ରେ ପହଞ୍ଚିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.