ETV Bharat / bharat

ଅଯୋଧ୍ୟା ରାୟ: ପୁର୍ନବିଚାର ପାଇଁ ଡିସେମ୍ବର ପହିଲାରେ ପିଟିସନ ଦାଖଲ କରିବ AIMPLB

ଆସନ୍ତା ପହିଲାରୁ ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ମାମଲା ରାୟ ବିରୁଦ୍ଧରେ ପିଟିସନ ଦାଖଲ କରିବ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ । ଅଧିକ ପଢନ୍ତୁ...

author img

By

Published : Nov 28, 2019, 9:14 AM IST

ଅଯୋଧ୍ୟା ରାୟ
ଅଯୋଧ୍ୟା ରାୟ

ନୂଆଦିଲ୍ଲୀ: ଡିସେମ୍ବର ପହିଲାରେ ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ମାମଲା ରାୟ ବିରୁଦ୍ଧରେ ପିଟିସନ ଦାଖଲ କରିବ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ । ଅଯୋଧ୍ୟା ଜମି ବିବାଦ ମାମଲାର ପୁର୍ନବିଚାର ପାଇଁ ପିଟିସନ ଦାୟର କରାଯିବ ବୋଲି ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ତାରିଖ ସ୍ଥିର ହୋଇ ନଥିବା ବେଳେ ଆସନ୍ତା 8 ତାରିଖ ପୂର୍ବରୁ ପିଟିସନ ଦାଖଲ କରାଯିବ ବୋଲି ବାବ୍ରୀ ମସଜିଦ୍ ଆକ୍ସନ କମିଟିର ସଂଯୋଜକ ଜଫରୟାବ ଜିଲାନି କହିଛନ୍ତି ।

ପୂର୍ବରୁ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ କୌଣସି ପିଟିସନ ଦାଖଲ କରାଯିବନି ବୋଲି ସୁନ୍ନି ୱାକଫ ବୋର୍ଡ ପକ୍ଷରୁ କୁହାଯାଇଥିଲା । ସୁନ୍ନି ବୋର୍ଡର ଏହି ନିଷ୍ପତ୍ତି ବିରୋଧରେ ଜଫରୟାବ କହିଛନ୍ତି କି, ସୁନ୍ନି ୱାକଫ ବୋର୍ଡର ନିଷ୍ପତ୍ତି ଆମ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଯଦି କୌଣସି ପକ୍ଷକାର ରାୟର ପୁର୍ନବିଚାର ସପକ୍ଷରେ ପିଟିସନ ଦାଖଲ କରିବାକୁ ରାଜି ତ ସମ୍ବିଧାନ ତାଙ୍କୁ ସମ୍ପୂର୍ଣ୍ଣ ଅଧିକାର ଦିଏ । ସୁନ୍ନି ୱାକଫ ବୋର୍ଡର ଏହି ନିଷ୍ପତ୍ତି ଆଇନ ଉପରେ କୌଣସି ପ୍ରଭାବ ପକାଇବା ନାହିଁ ବୋଲି ଜଫରୟାବ କହିଛନ୍ତି ।

ଏହାସହ ସେ ଆହୁରି କହିଛନ୍ତି, ସୁନ୍ନି ୱାକଫ ବୋର୍ଡ ମାମଲାର ପୁର୍ନବିଚାର ପାଇଁ ପିଟିସନ ଦାଖଲ କରିବେ କିମ୍ବା ନ କରିବେ ଏହା ତାଙ୍କ ନିଷ୍ପତ୍ତି । ଆମ ନିଷ୍ପତ୍ତିରେ ଆମେ ଅଟଳ । ସେପଟେ ସୁନ୍ନି ୱାକଫ ବୋର୍ଡ ପୁଣି ଥରେ ନିଜ ନିଷ୍ପତ୍ତିକୁ ଦୋହରାଇଛି । ଗତ 26ରେ ହୋଇଥିବା ବୈଠକରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରାଯିବା ସହ ପୁର୍ନବିଚାର ପାଇଁ ପିଟିସନ ଦାଖଲ କରାଯିବନି ବୋଲି ସ୍ପଷ୍ଟ କରାଯାଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.